ଖୋର୍ଦ୍ଧା-କଟକ ଆଗରେ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୩ ଲୋକାଲ କେସ୍‌ ରହିଛି। ଏହାଛଡ଼ା ୩ ଜଣ ପିଲା ସଂକ୍ରମିତ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରବିବାର ଟୁଇଟ୍‌ କରି ସୂଚନା ଦିଆଯାଇଛି। ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪ ଜଣ ଥିବା ବେଳେ ବାଲେଶ୍ୱର, ସୁନ୍ଦରଗଡ଼ରୁ ଜଣେ ଏବଂ କଟକରୁ ଦୁଇଜଣ ଅଛନ୍ତି। ଏହାଛଡ଼ା ଆଉ ଜଣେ ସଂକ୍ରମିତ ଷ୍ଟେଟ୍‌ ପୁଲରୁ ରହିଥିବା ନେଇ ବିଭାଗ କହିଛି।