କରୋନା, ବେକାରି ବଡ଼ ଚିନ୍ତା

ପ୍ୟାରିସ୍‌,୨୦ା୯: ଦେଢ଼ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ସାରା ବିଶ୍ୱର ସବୁଠୁ ବଡ଼ ଚିନ୍ତା ସାଜିଛି କରୋନା। ଅକାଳରେ ଅଗଣିତ ଜୀବନ ନେଇଛି ଏହି ମହାମାରୀ। କେବଳ ସରକାରୀ ତଥ୍ୟକୁ ଦେଖିଲେ ପ୍ରାୟ ୪୭ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। କାହିଁ କେତେଗୁଣା ଜୀବିକା ମଧ୍ୟ ଉଜୁଡିଛି। ଏହି ମହାସଙ୍କଟ ପାଇଁ ସାରା ବିଶ୍ୱବାସୀ ଚିନ୍ତାରେ ରହିଛନ୍ତି। ହେଲେ ବେକାରି, ଦାରିଦ୍ର୍ୟ ଏବଂ ସାମାଜିକ ଅସମାନତା ମଧ୍ୟ ଲୋକଙ୍କୁ ଦୁଶ୍ଚିନ୍ତାରେ ପକାଇବାରେ ପଛରେ ନାହିଁ।
କେଉଁ ସବୁ ପ୍ରସଙ୍ଗ ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଛି ସେନେଇ ଏକ ଅନ୍‌ଲାଇନ ସର୍ଭେ ଫ୍ରାନ୍ସର ଏକ ବହୁରାଷ୍ଟ୍ରୀୟ ମାର୍କେଟ ରିସର୍ଚ୍ଚ ସଂସ୍ଥା ‘ଇପ୍‌ସୋସ୍‌’ ପକ୍ଷରୁ ଗତ ଜୁଲାଇ ୨୩ରୁ ଅଗଷ୍ଟ ୬ ମଧ୍ୟରେ ହୋଇଥିଲା। ‘ହ୍ବାଟ୍‌ସ ଓ୍ବରିଜ୍‌ ଦ ଓ୍ବାଲର୍‌ଡ’ ନାମକ ଏହି ସର୍ଭେରେ ଭାରତ, ଆମେରିକା ସମେତ ୨୮ଟି ଦେଶର ୧୬ରୁ ୭୪ ବର୍ଷ ବୟସ୍କ ଯାଏ ୧୯,୦୧୦ ଜଣଙ୍କୁ ସାମିଲ କରାଯାଇଥିଲା। ସର୍ଭେରେ ଭାଗ ନେଇଥିବା ଲୋକଙ୍କ ମଧ୍ୟରୁ ଏକ-ତୃତୀୟାଂଶରୁ ଅଧିକ (୩୭%) ମହାମାରୀ କରୋନାକୁ ନିଜ ଦେଶ ସମ୍ମୁଖୀନ ହେଉଥିବା ଶ୍ରେଷ୍ଠ ତିନୋଟି ପ୍ରସଙ୍ଗରେ ସ୍ଥାନିତ କରିଛନ୍ତି। ତଦନୁଯାୟୀ ଚିନ୍ତାର ତାଲିକାରେ ସର୍ବାଗ୍ରେ କରୋନା ରହିଥିବାବେଳେ ଦ୍ୱିତୀୟରେ ରହିଛି ବେକାରି (୩୧%) ଏବଂ ଦାରିଦ୍ର୍ୟ ଓ ସାମାଜିକ ଅସମାନତା (୩୧%)। ସେହିପରି ଆର୍ଥିକ/ରାଜନୈତିକ ଦୁର୍ନୀତି (୨୯%) ଏବଂ ଅପରାଧ ଓ ହିଂସା (୨୫%) ଶ୍ରେଷ୍ଠ ୫ ଦୁଶ୍ଚିନ୍ତା ମଧ୍ୟରେ ରହିଛି।
‘ଇପ୍‌ସୋସ୍‌’ ସର୍ଭେ ହେଉଛି ସାମାଜିକ ଏବଂ ରାଜନୈତିକ ପ୍ରସଙ୍ଗରେ ଜନମତ ଆଧାରିତ। ଏହି ସର୍ଭେର ୧୦ ବର୍ଷର ତଥ୍ୟରୁ ବୁଝିହୋଇପାରେ ଯେ, ଚିନ୍ତାର ବିଷୟଗୁଡିକ କିପରି ବଦଳିଛି। ଉଦାହରଣ ସ୍ବରୂପ ଦୀର୍ଘକାଳୀନ ଧାରା ଦର୍ଶାଉଛି ଯେ ବେକାରି, ଦାରିଦ୍ର୍ୟ ଓ ସାମାଜିକ ଅସମାନତା କ୍ରମାଗତ ଭାବେ ବିଶ୍ୱର ଚିନ୍ତା ତାଲିକାର ପ୍ରମୁଖ ସ୍ଥାନରେ ରହିଆସିଛି। କିନ୍ତୁ କରୋନା ସଙ୍କଟ ୨୦୨୦ରୁ ଆରମ୍ଭ ହୋଇଥିଲା ଏବଂ ସେବେଠାରୁ ଶୀର୍ଷ ସ୍ଥାନ ଅଧିକାର କରିଛି। ଆରମ୍ଭରୁ ଏହି ମହାମାରୀ ସଂକ୍ରମଣକୁ ନେଇ ଯେତିକି ଚିନ୍ତା ଲାଗୁଥିଲା, ତାହା ଚରମ ସୀମାରେ ପହଞ୍ଚତ୍ବା ପରେ ହ୍ରାସ ପାଇଥିଲା।
ବିଭିନ୍ନ ଦେଶର ଲୋକମାନେ କିପରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି, ତାହା ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଯେପରିକି ମାଲେସିଆ କରୋନା ବିଷୟରେ ଅଧିକ ଚିନ୍ତା କରୁଥିବାବେଳେ ସ୍ବିଡେନରେ ଅପରାଧ ଏବଂ ହିଂସା ବିଷୟରେ ଚିନ୍ତା ସର୍ବାଧିକ। ସର୍ଭେରେ ୧୫% ଲୋକ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ ସମ୍ପ୍ରତି ସେମାନଙ୍କ ଦେଶ ସାମ୍ନା କରୁଥିବା ସବୁଠୁ ବଡ଼ ପ୍ରସଙ୍ଗ। ଚିନ୍ତାର ସାମଗ୍ରିକ ତାଲିକାରେ ଏହା ୭ମ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ, କାନାଡା, ନେଦରଲାଣ୍ଡ୍ସ ଓ ବେଲଜିୟମ ଭଳିି ଜର୍ମାନୀର ଲୋକମାନେ ଜଳବାୟୁ ପରିବର୍ତ୍ତନକୁ ନେଇ ଅଧିକ ଚିନ୍ତିତ। ସର୍ଭେର ଏକ ମାସ ପୂର୍ବରୁ ଜର୍ମାନୀରେ ଜଳବାୟୁ ପରିବର୍ତ୍ତନ ୬% ପଏଣ୍ଟ ବୃଦ୍ଧି ପାଇଥିଲା, ଯାହା ଆଜି ପର୍ଯ୍ୟନ୍ତ ଦେଶର ସର୍ବୋଚ୍ଚ ସଂଖ୍ୟା ରେକର୍ଡ କରିଛି।
ଜଳବାୟୁ ପରିବର୍ତ୍ତନ ଭଳି ଟିକସ (୧୫%) ପ୍ରସଙ୍ଗ ମଧ୍ୟ ୭ମ ସ୍ଥାନରେ ରହିଛି। ଏହା ଉପରକୁ ସ୍ବାସ୍ଥ୍ୟସେବା (୨୧%) ୫ମ ସ୍ଥାନରେ ଏବଂ ଶିକ୍ଷା (୧୬%) ୬ଷ୍ଠ ସ୍ଥାନରେ ରହିଛି। ସେହିପରି ମୁଦ୍ରାସ୍ଫୀତି (୧୩%) ୮ମ, ଅପ୍ରବାସନ ନିୟନ୍ତ୍ରଣ (୧୨%) ୯ମ ଏବଂ ନୈତିକ ପତନ (୧୧%) ଚିନ୍ତା ତାଲିକାର ୧୦ମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri