ଗଞ୍ଜାମ ବ୍ଲକକୁ ଛୁଇଁଲା କରୋନା: ଏନ୍‌ଏସିରେ ସ୍ତ୍ରୀ ସ୍ବାମୀ, ଖଟୁଆକୁଦାରେ ଜଣେ ଗର୍ଭବତୀ ପଜିଟିଭ୍‌ ଚିହ୍ନଟ

ଗଞ୍ଜାମ,୫ା୭(ଡି.ଏନ୍‌.ଏ.): ଦୀର୍ଘ ପାଞ୍ଚମାସ ସଂଘର୍ଷ ପରେ ଶେଷରେ ଗଞ୍ଜାମ ବ୍ଲକକୁ କରୋନା ଛୁଇଁଥିବା ତହସିଲଦାର ଅବନୀ କୁମାର ସାହୁ ସୂଚନା ଦେଇଛନ୍ତି। ଗଞ୍ଜାମ ଏନ୍‌ଏସି ଓ୍ବାର୍ଡ ନଂ ୫ର ସ୍ତ୍ରୀ, ସ୍ବାମୀ ଓ ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଖଟୁଆକୁଦା ଓଡିଆର୍‌ପି କଲୋନୀର ଜଣେ ଗର୍ଭବତୀ ମହିଳାଙ୍କ କରୋନା ପଜିଟିଭ୍‌ ଚି଼ହ୍ନଟ ହୋଇ ଥିବା ଜଣାପଡ଼ିଛି l ପଜିଟିଭ୍‌ ଜଣାପଡ଼ିବା ପରେ ସଂକ୍ରମଣ ଥିବା ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଘର ଆଗରେ କୋଭିଡ୍‌ ୧୯ ସିଲ ଲଗା ଯାଇଥିବା ଦେଖିବାକୁ ମିଳିଛି l ଓ୍ବାର୍ଡ ନଂ ୬ ବ୍ରାହ୍ମଣ ଢମଣା ସାହି ଓ ଲକ୍ଷ୍ମୀପୁର ଗ୍ରାମର ଜଣେ ବ୍ୟକ୍ତି ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏନେଇ ସ୍ଥାନୀୟ ପ୍ରଶାସନ ତଥା ବିଡିଓ ଜ୍ୟୋତି ଶଙ୍କର ରାୟ, ତହସିଲଦାର ଅବନୀ କୁମାର ସାହୁ, ଏନ୍‌ଏସି ଇଓ ପ୍ରଭୁ କଲ୍ୟାଣ ଦାସ, ଥାନା ଆଇଆଇସି ଦିଲୀପ କୁମାର ସାହୁ ପ୍ରମୁଖ ଉକ୍ତ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା ପାଇଁ ଆଲୋଚନା କରିଛନ୍ତି l ସମସ୍ତ କରୋନା ପଜିଟିଭ୍‌ଙ୍କୁ ଶିତଳାପଲ୍ଲୀ କୋଭିଡ୍‌ କେୟାର ସେଣ୍ଟରକୁ ପଠା ଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି l ପୂର୍ବରୁ ଏହି ବ୍ଲକ ଗ୍ରୀନ୍‌ ଜୋନ୍‌ରେ ଥିଲା l ଏଥିପାଇଁ ସ୍ଥାନୀୟ ପ୍ରଶାସନ ଦିନ ରାତି ଏକ କରି ଲୋକଙ୍କୁ ସଚେତନତା କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଜଲବାଡ଼ି ଘାଟି ସମ୍ପ୍ରସାରଣ ପାଇଁ ରାଜପଥ ଅବରୋଧ, ୧୫ ଦିନରେ ମରାମତି ପାଇଁ ପ୍ରତିଶ୍ରୁତି ପରେ…

ଦାରିଙ୍ଗବାଡ଼ି,୧୭ା୧୨(ଅରୁଣ ସାହୁ): ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟି ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜିଛି ଅସନ୍ତୋଷ। ବୁଧବାର ଗଞ୍ଜାମ-କନ୍ଧମାଳ ସୀମାବର୍ତ୍ତୀ...

୪ମାସ ପର୍ଯ୍ୟନ୍ତ ଦେବାକୁ ପଡିବନି ଟୋଲ ଟାକ୍ସ!

ନୂଆଦିଲ୍ଲୀ,୧୭।୧୨: ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ବୃଦ୍ଧି ପାଉଛି। ପ୍ରଦୂଷଣକୁ ଦୃଷ୍ଟିରେ ରଖି, ସୁପ୍ରିମକୋର୍ଟ ଭାରତୀୟ ମହାନଗର ନିଗମ (ଏମସିଡି)କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି...

ମୋକିମ ବହିଷ୍କାର ବିବାଦ, କଥାହେଲେ କେନ୍ଦ୍ରୀୟ ନେତା

ଭୁବନେଶ୍ୱର,୧୭।୧୨:  କଂଗ୍ରେସରୁ ମୋକିମଙ୍କୁ ବହିଷ୍କାର କରିବା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ଅନେକ ନେତା ମୋକିମ ସପକ୍ଷରେ ବାହାରୁଥିବା ଦେଖାଯାଇଛି । ଏହାରି...

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri