Posted inଜାତୀୟ

ଶିବରାଜ-ସିନ୍ଧିଆ ଟଣାଓଟରା: ଛିଣ୍ଡୁନି ବିଭାଗ ଭାଗବଣ୍ଟା

ଭୋପାଳ, ୫।୭: ମଧ୍ୟପ୍ରଦେଶ ରାଜନୀତିରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ଟଣାଓଟରା ଜାରି ରହିଛି। ଇତିମଧ୍ୟରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିବାକୁ ୩ ଦିନ ବିତିଲାଣି। ତେବେ କାହାକୁ କେଉଁ ବିଭାଗ ମିଳିବ ସେନେଇ ଭାଗବଣ୍ଟା ଛିଣ୍ଡୁନି। ସିନ୍ଧିଆ ବଡ଼ ବିଭାଗ ଆଶାରେ ଅପେକ୍ଷା କରିଛନ୍ତି। ସିନ୍ଧିଆ ନଗର ଉନ୍ନୟନ, ପିଡବ୍ଲ୍ୟୁଡି, ରାଜସ୍ବ, ବାଣିଜ୍ୟକର, ଅବକାରି, ପିଏଚ୍‌ଇ, ପରିବହନ, ମହିଳା ଓ ଶିଶୁ କଲ୍ୟାଣ ଏବଂ ଖଣିଜ ବିଭାଗ ଉପରେ ଆଖି ରଖିଛନ୍ତି। ଶିବରାଜ ରବିବାର ଦିଲ୍ଲୀ ଯାଇ ସିନ୍ଧିଆଙ୍କ ସମେତ ଭାଜପା ହାଇ କମାଣ୍ଡଙ୍କ ସହିତ ମଧ୍ୟ ସାକ୍ଷାତ୍‌ କରିବେ ବୋଲି କୁହାଯାଉଛି। ଏହାପରେ ନୂଆ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟା କାମ ହେବାର ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ଲଗାଇପାରିବୁ ନାହିଁ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୪ା୪: ଦିଲ୍ଲୀର ନିଜାମୁଦ୍ଦିନ ମରକଜ୍‌ରେ ଆୟୋଜିତ ତବଲିଘି ଜମାତ୍‌କୁ କରୋନା ସଂକ୍ରମଣ ସହ ଯୋଡ଼ି ସାମ୍ପ୍ରଦାୟିକୀକରଣ କରିଥିବା ଗଣମାଧ୍ୟମ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ହୋଇଥିବା...

ଲକ୍‌ଡାଉନ୍‌ ଯୋଗୁ ଅନ୍ୟ ରାଜ୍ୟକୁ ଚାଲିକି ଯାଉଛନ୍ତି ଲୋକେ

ନୂଆଦିଲ୍ଲୀ,୨୬।୩: କରୋନା ଭାଇରସ୍‌ ଯୋଗୁ ସାରା ଦେଶରେ ଲକ୍‌ଡାଉନ୍‌ ପରିସ୍ଥିତି ସୃଷ୍ଟି ହୋଇଛି। ଲକ୍‌ଡାଉନ୍‌ ଯୋଗୁ ସାଧାରଣ ଜୀବନ ଏକପ୍ରକାର ଠପ୍‌ ହୋଇଯାଇଛି। ଏଭଳି ସ୍ଥିତିରେ...

ଜାମିଆ ଛାତ୍ରଙ୍କୁ ଲାଠିମାଡ଼: ପୋଲିସ ଜୁଲମ ହାଏ ହାଏ

ଓ୍ବାଶିଂଟନ,୧୮ା୧୨: ସିଏଏ ବିରୋଧୀ ବିକ୍ଷୋଭ ବେଳେ ଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟ (ଜେଏମ୍‌ଆଇୟୁ) ଏବଂ ଉତ୍ତରପ୍ରଦେଶର ଆଲିଗଡ଼ ମୁସ୍‌ଲିମ୍‌ ୟୁନିଭସର୍ସିଟି (ଏଏମ୍‌ୟୁ) ଛାତ୍ରୀଛାତ୍ରଙ୍କ ଉପରେ...

ଅନନ୍ତନାଗରେ ପିଡିପି ନେତାଙ୍କ ପିଏସ୍‌ଓଙ୍କୁ ଗୁଳି କରି ହତ୍ୟା

ଶ୍ରୀନଗର,୧୯।୭: ଦକ୍ଷିଣ କଶ୍ମୀର ଅନନ୍ତନାଗ ଜିଲାର ବିଜବେହରା ଅଞ୍ଚଳରେ ଶୁକ୍ରବାର ସଜ୍ଜାଦ ମୁଫତିଙ୍କ ପିଏସ୍‌ଓଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପିପୁଲ୍ସ୍‌ ଡେମୋକ୍ରେଟିକ୍‌ ପାର୍ଟି (ପିଡିପି)ର...

ଅଯୋଧ୍ୟା ମାମଲା: ଜୁଲାଇ ୧୮ରେ ଦାଖଲ ହେବ ମଧ୍ୟସ୍ଥତା ରିପୋର୍ଟ; ୨୫ରୁ ଶୁଣାଣି

ନୂଆଦିଲ୍ଲୀ,୧୧।୭: ଅଯୋଧ୍ୟା ମାମଲାରେ ଜୁଲାଇ ୧୮ରେ ମଧ୍ୟସ୍ଥତା ରିପୋର୍ଟ ଦାଖଲ ପାଇଁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଜୁଲାଇ ୨୫ଠାରୁ ଏହି ମାମଲା ଉପରେ ଶୁଣାଣି...

ହାରିଗଲେ ଭାଜପାର ଏହିସବୁ ପ୍ରମୁଖ ପ୍ରାର୍ଥୀ

ମୁମ୍ବାଇ/ଚଣ୍ଡିଗଡ,୨୪।୧୦: ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ମହାରାଷ୍ଟ୍ରରେ ଭାଜପା-ଶିବସେନା ମେଣ୍ଟ ସରsକାର ଗଢିବାକୁ ଯାଉଥିବାବେଳେ ହରିୟାଣାରେ ଝୁଲା ବିଧାନସଭା ହୋଇଛି।...

ଆଡଭାନୀଙ୍କ ପାଇଁ ପ୍ରତିବର୍ଷ ଜନ୍ମଦିନରେ ଚକୋଲେଟ କେକ୍‌ ଆଣୁଥିଲେ ସୁଷମା

ନୂଆଦିଲ୍ଲୀ,୭।୮: ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ବିୟୋଗରେ ଭାଜପାର ବରିଷ୍ଠ ନେତା ଲାଲକୃ୍‌ଷ୍ଣ ଆଡଭାନୀ ଭାବୁକ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ସୁଷମାଙ୍କ ସହ ଥିବା ତାଙ୍କ...

ପର୍ଯ୍ୟଟକଙ୍କ ଗାଡ଼ି ପଛରେ ୨ କିମି ଗୋଡ଼ାଇଲା ସିଂହ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ବେଙ୍ଗାଲୁରୁ,୧୬।୧୦: କର୍ନାଟକର ବେଲ୍ଲାରି ଜିଲାରେ ଥିବା ଅଟଳ ବିହାରୀ ବାଜପେୟୀ ଜାତୀୟ ପ୍ରାଣୀ ଉଦ୍ୟାନରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଥିବା ସିଂହ ସଫାରିରେ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *