କରୋନା ନେଲା ଆଉ ଦୁଇ ଜୀବନ, ରାଜ୍ୟରେ ମୃତ୍ୟୁସଂଖ୍ୟା ୩୮କୁ ବୃଦ୍ଧି

ଭୁବନେଶ୍ୱର,୬ା୭(ବ୍ୟୁରୋ): ରାଜ୍ୟରେ ସୋମବାର ଆଉ ଦୁଇ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ଗଞ୍ଜାମ ଏବଂ ଯାଜପୁର ଜିଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଗଞ୍ଜାମ କରୋନା ଆକ୍ରାନ୍ତଙ୍କ ବୟସ ୭୭ ହୋଇଥିବା ବେଳେ ଯାଜପୁର ଆକ୍ରାନ୍ତଙ୍କ ବୟସ ୬୪ ବର୍ଷ। ଗଞ୍ଜାମ କରୋନା ଆକ୍ରାନ୍ତ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ। ସେହିପରି ଯାଜପୁର କରୋନା ଆକ୍ରାନ୍ତ ଡାଇବେଟିସ୍‌ ରୋଗରେ ପୀଡ଼ିତ ଥିଲେ।
ସୂଚନାଯୋଗ୍ୟ, ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୨୧ରେ ପହଞ୍ଚିଛି। ତେବେ ଯାଜପୁର ଜିଲାରେ ଏହା ପ୍ରଥମ କରୋନା ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୩୮ରେ ପହଞ୍ଚିଛି।