ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୯୧୩୯କୁ ବୃଦ୍ଧି

ଭୁବନେଶ୍ୱର,୧ା୮(ବ୍ୟୁରୋ): ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ସୋମବାର ୮୦୦ ତଳେ ଥିବା ବେଳେ ଆଜି ଆଉ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯୧୩୯କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି।

ମୃତକ ଜଣକ ଭୁବନେଶ୍ୱରର ୬୨ ବର୍ଷୀୟା ମହିଳା ଅଟନ୍ତି। ସେ ଆନେମିଆ,ହାଇପୋଥାଇରଏଡଜିମ୍‌ ରୋଗରେ ପୀଡ଼ିତ ଥିଲେ।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୩,୯୪୨ରେ ପହଞ୍ଚିଥିବା ବେଳେ ୧୨,୯୮,୦୧୬ ଜଣ ସୁସ୍ଥ ହୋଇଛନ୍ତି। ୬୭୩୨ ଜଣ ଚିକିିତ୍ସିତ ହେଉଛନ୍ତି। ମୃତ୍ୟୁସଂଖ୍ୟା ୯,୧୩୯କୁ ବୃଦ୍ଧି ପାଇଛି।