CORONAVIRUS UPDATE: ରାଜ୍ୟରେ କରୋନା ନେଲା ଆଉ ୫ ଜୀବନ; ଅଛନ୍ତି ଗଞ୍ଜାମରୁ ୩, ଖୋର୍ଦ୍ଧାରୁ ୨

ଭୁବନେଶ୍ୱର, ଛତ୍ରପୁର, ୪।୭(ବ୍ୟୁରୋ/ଡି.ଏନ୍‌.ଏ.): ଶନିବାର ରାଜ୍ୟରେ କରୋନା ଆକ୍ରାନ୍ତରେ ଆଉ ୫ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ୩ ଜଣ ରହିଥିବା ବେଳେ ଖୋର୍ଦ୍ଧାରୁ ୨ ଜଣ ଅଛନ୍ତି। ତେବେ ଗଞ୍ଜାମ ଜିଲାର ୩ ଆକ୍ରାନ୍ତ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ଯଥାକ୍ରମେ ୫୦, ୨୭ ଓ ୩୫। ୫୦ ବର୍ଷୀୟ ବ୍ୟକ୍ତି ଡାଇବେଟିସ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ସେହିପରି ଗଞ୍ଜାମର ମୃତକ ଦ୍ୱୟ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ଯଥାକ୍ରମେ ୫୧ ଓ ୬୪। ୫୧ ବର୍ଷୀୟ ବ୍ୟକ୍ତି ଯକ୍ଷ୍ମା ରୋଗରେ ଏବଂ ୬୪ ବର୍ଷୀୟ ବ୍ୟକ୍ତି ଡାଇବେଟିସ ରୋଗରେ ଆକ୍ରାନ୍ତ ଥିଲେ।
ତେବେ ନୂଆ ମୃତକଙ୍କୁ ମିଶାଇ ଗଞ୍ଜାମ ଜିଲାରେ ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ସେହିପରି ଖୋର୍ଦ୍ଧା ଜିଲାରେ ମୃତ୍ୟୁ ସଂଖ୍ୟା ୭ ଛୁଇଁଛି। ଏବେସୁଦ୍ଧା ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୪ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।