କରୋନା ନେଲା ଆଉ ଜଣଙ୍କ ଜୀବନ

ଭୁବନେଶ୍ୱର,୧୦।୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗୁନି। ଗତ ୨୪ ଘଣ୍ଟାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି। ଏନେଇ ବୁଧବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତ ଜଣଙ୍କ ହେଲେ ବାଲେଶ୍ୱର ଜିଲାର ୬୭ ବର୍ଷିୟ ବ୍ୟକ୍ତି।