ରାଜ୍ୟରୁ ପୁଣି ୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୩।୨(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୬ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯,୦୮୫କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ୨ଜଣ ରହିଥିବା ବେଳେ ସୁନ୍ଦରଗଡ଼, ମୟୂରଭଞ୍ଜ, ଗଞ୍ଜାମ, କଟକ ଜିଲାରୁ ଜଣେ ଲେଖାଏ ରହିଛନ୍ତି । ତେବେ ଆଜି ରାଜ୍ୟରେ ୧୪୩ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।