ଆଜି ଆଉ ୪୬ ଜୀବନ ନେଲା କରୋନା, ୪୧୦୦ ଟପିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର,୨ା୭(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ କରୋନା ମହାମାରୀ ଆଉ ୪୬ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ମୃତ୍ୟୁସଂଖ୍ୟା ୪୧୦୯କୁ ବୃଦ୍ଧି ପାଇଛି।

ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ନୟାଗଡ଼, ପୁରୀ ଏବଂ ସୁନ୍ଦରଗଡ଼ରୁ ୪ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କଟକ, ଢେଙ୍କାନାଳ, ଗଞ୍ଜାମ, କେନ୍ଦ୍ରାପଡ଼ା ଏବଂ ସମ୍ବଲପୁରରୁ ଜଣ ୩ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ଅନୁଗୋଳ, ବାଲେଶ୍ୱର, ବରଗଡ଼, ଜଗତସିଂହପୁର, ଝାରସୁଗୁଡ଼ା, କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ ଓ ସୁବର୍ଣ୍ଣପୁର ଜିଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯,୧୬,୧୦୯ରେ ପହଞ୍ଚିଥିବା ବେଳେ ୮,୮୦,୯୯୭ ଜଣ ସୁସ୍ଥ ହୋଇଛନ୍ତି। ୩୦,୯୫୦ ଜଣ ଚିକିିତ୍ସିତ ହେଉଛନ୍ତି। ୪୧୦୯ ଜଣଙ୍କ ମୃତ୍ୟୁ ଘଟିଛି।