ଥମୁନି ମୃତ୍ୟୁସଂଖ୍ୟା: ଦିନକରେ କରୋନା ନେଲା ୩୩ ଜୀବନ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର କରୋନାରେ ୩୩ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୬୫୧ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ମୃତକଙ୍କ ମଧ୍ୟରୁ ଅନୁଗୋଳ ଜିଲାରୁ ସର୍ବାଧିକ ୫ ଜଣ ମୃତ୍ୟୁବରଣ କରିଛନ୍ତି। ସୁନ୍ଦରଗଡ ଜିଲାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବୌଦ୍ଧ, କଳାହାଣ୍ଡି, କେନ୍ଦୁଝର ଓ ଖୋର୍ଦ୍ଧା ଜିଲାରୁ ୩ ଜଣ ଲେଖାଏ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେହିପରି ଗଜପତି, ଝାରସୁଗୁଡା, କେନ୍ଦ୍ରାପଡା କୋରାପୁଟ ଓ ରାୟଗଡା ଜିଲାରୁ ୨ ଜଣ ଲେଖାଏ ମୃତ୍ୟୁ ଘଟିଥିବା ବେଳେ ଢେଙ୍କାନାଳ ଓ ନବରଙ୍ଗପୁର ଜିଲାରୁ ଜଣେ ଲେଖାଏ ଜୀବନ ଯାଇଛି।