ଆଜି କରୋନାରେ ଆଖି ବୁଜିଲେ ୨ ଆକ୍ରାନ୍ତ

ଭୁବନେଶ୍ୱର,୧୨।୪(ବ୍ୟୁରୋ): ସୋମବାର କରୋନାରେ ରାଜ୍ୟରୁ ୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ନୂଆପଡ଼ା ଜିଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୯୨୮ରେ ପହଞ୍ଚିଛି। ନୂଆପଡ଼ା ଜିଲାରେ ଏହି ସଂଖ୍ୟା ୨୯ରେ ପହଞ୍ଚିଛି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୫୧,୩୦୨ରେ ପହଞ୍ଚିଥିବା ବେଳେ ୩,୪୦,୦୬୨ ଜଣ ସୁସ୍ଥ ହୋଇଛନ୍ତି। ୯,୨୫୯ ଜଣ ଚିକିିତ୍ସିତ ହେଉଛନ୍ତି।