ଆଜି ଆଉ ୧୦ ଜୀବନ ନେଲା କରୋନା, ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୧୯ା୮(ବ୍ୟୁରୋ): ବୁଧବାର ରାଜ୍ୟରୁ ଆଉ ୧୦ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୭୨ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ଆଜି ଗଞ୍ଜାମରୁ ସର୍ବାଧିକ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ସୁନ୍ଦରଗଡ଼ ଏବଂ ଖୋର୍ଦ୍ଧାରୁ ୨ ଜଣ ଲେଖାଏ, ବରଗଡ଼ ଏବଂ ଭଦ୍ରକରୁ ଜଣେ ଲେଖାଏ। ଏହିପରି ମୋଟ୍‌ ୧୦ ଜଣଙ୍କ ମୃତ୍ୟୁ ଘଟିଛି।


ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭, ୧୨୨ରେ ପହଞ୍ଚିଥିବା ବେଳେ ୪୩,୩୧୫ ଜଣ ସୁସ୍ଥ ହୋଇଛନ୍ତି। ୨୧,୩୮୨ ଚିକିତ୍ସିତ ହେଉଛନ୍ତି। ୩୭୨ ଜଣଙ୍କ ମୃତ୍ୟୁ ଘଟିଛି।