ଶୀତ ଅଧିବେଶନ ଲାଗି ଆଜିଠୁ କରୋନା ପରୀକ୍ଷା

ଭୁବନେଶ୍ୱର, ୧୭।୧୧(ବ୍ୟୁରୋ): ବିଧାନସଭା ଶୀତ ଅଧିବେଶନ ଆସନ୍ତା ୨୦ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ଏହା ପୂର୍ବରୁ ଗତଥର ମୌସୁମୀ ଅଧିବେଶନ ଭଳି ଏଥର ମଧ୍ୟ ବିଧାନସଭା ସଦସ୍ୟ ଏବଂ ସେମାନଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଓ ଡ୍ରାଇଭରଙ୍କ କୋଭିଡ୍‌ ପରୀକ୍ଷା କରାଯିବ। ଏହା ମଙ୍ଗଳବାରରୁ ଆରମ୍ଭ ହେବ। ସକାଳ ୮ଟା ୩୦ରୁ ପ୍ରଥମ ପର୍ଯ୍ୟାୟ ଆର୍‌ଟିପିସିଆର ଟେଷ୍ଟ ଆରମ୍ଭ ହେବ। ଦ୍ୱିତୀୟ ପର୍ଯ୍ୟାୟ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଚାଲିବ। ସେହିପରି ୧୮ ଏବଂ ୧୯ ତାରିଖରେ ମଧ୍ୟ ପରୀକ୍ଷା କରାଯିବ। ଏଥିରେ ବିଧାନସଭା କର୍ମଚାରୀ ଓ ଖବରଦାତାମାନଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ କରାଯିବ ବୋଲି ବାଚସ୍ପତି ସ୍ପଷ୍ଟ କରିଛନ୍ତି। ଏଥିଲାଗି କ୍ୟାପିଟାଲ ହସ୍ପିଟାଲର ଏକ ଡାକ୍ତରୀ ଟିମ୍‌ ରହିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟସବୁ ବ୍ୟବସ୍ଥା ଲାଗି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ହୋଇଛି।