ବିଧାନସଭାରେ କରୋନା ଟେଷ୍ଟ: ୧୩୬ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୨୭।୯(ବ୍ୟୁରୋ)- ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ଆସିଛି କରୋନା ଟେଷ୍ଟ ରିପୋର୍ଟ। ଗତକାଲି କୋଭିଡ ପରୀକ୍ଷା କରାଯାଇଥିବା ୭୫୭ ଜଣଙ୍କ ମଧ୍ୟରୁ ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ବିଏମସି ପକ୍ଷରୁ ବିଧାନସଭା ପରିସରରେ ବ୍ୟାପକ ବ୍ୟବସ୍ଥା ହୋଇଥିଲା। ୬ଟି କାଉଣ୍ଟର କରାଯାଇ ବିଧାୟକ, ବିଧାନସଭା କର୍ମଚାରୀ ଓ ସାମ୍ବାଦିକଙ୍କର ନମୁନା ସଂଗ୍ରହ କରାଯାଇଥିଲା। ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ବିଧାନସଭାକୁ ସାନିଟାଇଜ କରାଯାଇ ଅଧିବେଶନ ଆରମ୍ଭ କରାଯିବ।