ଗଞ୍ଜାମରେ ୧ ଲକ୍ଷ ଟପିଛି କରୋନା ଟେଷ୍ଟ

ବ୍ରହ୍ମପୁର ଅଫିସ,୧୪ା୮-ଗଞ୍ଜାମ ଜିଲାରେ କରୋନା ସ୍ଥିତି ସୁଧୁରୁଛି ା ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି। କରୋନା ଟେଷ୍ଟ ବୃଦ୍ଧି ପାଇଛି ା ଜିଲାରେ ଟେଷ୍ଟ ସଂଖ୍ୟା ଏକ ଲକ୍ଷରେ ପହଞ୍ଚିଥିବା ଶୁକ୍ରବାର ବ୍ରହ୍ମପୁର ଟାଉନହଲ ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି ା ସେ ଆହୁରି କହିଛନ୍ତି, ବର୍ତ୍ତମାନ ଜିଲାରେ ସଂକ୍ରମିତଙ୍କ ଚିହ୍ନଟ ହାର ୧୫ ପ୍ରତିଶତ ତଳେ ରହୁଛି। ଗତ ୧୦ ଦିନରେ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୪୦ ପ୍ରତିଶତ ହ୍ରାସ ପାଇଛି। ଅଧିକରୁ ଅଧିକ ଟେଷ୍ଟ ସହ ସଂକ୍ରମିତଙ୍କ ଚିକିସତ୍ା ପାଇଁ ଆବଶ୍ୟକ ଚିକିତ୍ସା ସୁବିଧା ଓ ସୁସ୍ଥ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେଉଥିବାରୁ ଜିଲାବାସୀଙ୍କ ମନରୁ ଭୟ ଦୂର ହୋଇଛି। କରୋନାକୁ ନେଇ ସଚେତନତା ବୃଦ୍ଧି ପାଉଥିବା ଜିଲାପାଳ କହିଛନ୍ତି। ଏବେ ସୁଦ୍ଧା ଜିଲାର ଗ୍ରାମାଞ୍ଚଳରେ ୬୯୪, ସହରାଞ୍ଚଳରେ ୧୭୦, ବ୍ରହ୍ମପୁର ମହାନଗର ନିଗମ(ବିଏମସି) ଅଞ୍ଚଳରେ ୬୫ ଜଣ ସଂକ୍ରମିତ ହୋମ୍‌ ଆଇସୋଲେଶନରେ ରହି ଚିକିତ୍ସିତ ହେଉଛନ୍ତି। ଜିଲାରେ ପ୍ରାୟ ୮୪ ପ୍ରତିଶତ ଗ୍ରାମାଞ୍ଚଳ ଓ ୫୫ ପ୍ରତିଶତ ସହରାଞ୍ଚଳ ଏବେ ଗ୍ରୀନ ଜୋନ୍‌ରେ ରହିଛି ା ସଂକ୍ରମିତଙ୍କ ସଂଖ୍ୟା ଶୂନ ନ ହେବା ପର୍ଯ୍ୟନ୍ତ କରୋନା ଜନିତ କଟକଣା ଜାରି ରହିବ ବୋଲି ଜିଲାପାଳ ସୂଚାଇଛନ୍ତି ା ଶନିବାର ସ୍ବାଧୀନତା ଦିବସ ଉପଲକ୍ଷେ କିଛି ସମୟ ପାଇଁ ଶଟ୍‌ଡାଉନ୍‌ କଟକଣା କୋହଳ କରାଯାଉଥିଲେ ମଧ୍ୟ ନିୟମାବଳୀ ଜାରି ରହିବ ବୋଲି ବିଏମସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ସ୍ପଷ୍ଟ କରିଥିଲେ ା ସ୍ଥିତି ସମ୍ପୂର୍ଣ୍ଣ ନ ସୁଧୁରିବା ପର୍ଯ୍ୟନ୍ତ ଜିଲା ପ୍ରଶାସନ ଦ୍ୱାରା ଜାରି ହୋଇଥିବା ପଞ୍ଚସୂତ୍ର ନିୟମ, ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା କରିବାକୁ ଜିଲାପାଳ ନିବେଦନ କରିଥିଲେ। ଖବରଦାତା ସମ୍ମିଳନୀରେ ଜିଲାପାଳ, ବିଏମସି କମିଶନର ଓ ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri