ରାଜ୍ୟରୁ ପୁଣି ୬୮ ମୁଣ୍ଡ ନେଲା କରୋନା: ମୃତ୍ୟୁ ସଂଖ୍ୟା ୭ ହଜାରକୁ ବୃଦ୍ଧି

ଭୁବନେଶ୍ୱର,୧୭।୮(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନି। ମଙ୍ଗଳବାର କରୋନା ଆଉ ୬୮ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭,୦୨୧କୁ ବୃଦ୍ଧି ପାଇଛି। ୬୮ ମୃତକଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୧୪ ଜଣ ଥିବା ବେଳେ ଅନୁଗୋଳ ଓ ଜଗତସିଂହପୁରରୁ ୮ ଜଣ ଲେଖାଏ, ଯାଜପୁରରୁ ୭, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରୁ ୬ ଜଣ ଲେଖାଏ, ଢେଙ୍କାନାଳ ଓ ଖୋର୍ଦ୍ଧାରୁ ୫ ଜଣ ଲେଖାଏ, ପୁରୀ ଓ ରାୟଗଡ଼ାରୁ ୩ ଜଣ ଲେଖାଏ ଏବଂ କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲାରୁ ଜଣେ ଲେଖାଏ ଅଛନ୍ତି।