ପୁଣି ୧୯ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୧୬।୫(ବ୍ୟୁରୋ): କରୋନା ନେଲା ଆଉ ୧୯ ଜୀବନ। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୩୧୩ରେ ପହଞ୍ଚିଛି। ମୃତକମାନେ ୧୦ ଜିଲାର ଥିବା ବେଳେ ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪ଜଣ ଅଛନ୍ତି। ସେହିଭଳି ଅନୁଗୋଳ ଓ ରାୟଗଡ଼ା ଜିଲାରୁ ୩ ଲେଖାଏ, ନୂଆପଡ଼ା ଓ ସୁନ୍ଦରଗଡ଼ରୁ ୨ ଲେଖାଏ ପ୍ରାଣ ହରାଇଛନ୍ତି। ଏହାଛଡ଼ା ଗଜପତି, କେନ୍ଦ୍ରାପଡ଼ା, ନବରଙ୍ଗପୁର, ନୟାଗଡ଼ ଓ ପୁରୀରୁ ଜଣେ ଲେଖାଏ ଅଛନ୍ତି।

ପ୍ରକାଶ ଯେ, ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧,୭୩୨ ନୂତନ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରୁ ୬୫୬୯ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୫୧୬୩ ଲୋକାଲ କେସ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬,୧୨,୨୨୪କୁ ବୃଦ୍ଧି ପାଇଛି।