ଗୃହରେ କରୋନା ଝଡ଼

ଭୁବନେଶ୍ୱର,୧ା୧୦(ବ୍ୟୁରୋ):ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ସରକାରଙ୍କୁ ଘେରିଥିଲେ ବିରୋଧୀ। କରୋନା ମହାମାରୀ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳତା ନେଇ ବିରୋଧୀ ଆଣିଥିବା ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିବା ପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ପ୍ରଥମ ଘଣ୍ଟା ପ୍ରଶ୍ନକାଳ ବାତିଲକୁ କଂଗ୍ରେସ ବିରୋଧ କରିବା ସହ ଏହା ଗୃହର ମୌଳିକ ଅଧିକାର କ୍ଷୁଣ୍ଣ କରୁଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ। ସେହିଭଳି ଭାଜପା ପକ୍ଷରୁ ମଧ୍ୟ ପ୍ରଶ୍ନକାଳ ବାତିଲକୁ ବିରୋଧ କରାଯାଇଥିଲା।

କରୋନାକୁ ନେଇ ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବିବୃତି ପରେ ଉଭୟ ଭାଜପା ଓ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଥିଲେ। ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ବେଳେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ, କୋଭିଡ୍‌ ପରିଚାଳନାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ସରକାର ସ୍ବାର୍ଥପର ଭଳି କେବଳ ଗଞ୍ଜାମ ଜିଲାକୁ ପ୍ରାଧାନ୍ୟ ଦେଇଛନ୍ତି। ଅନ୍ୟ ଜିଲାଗୁଡ଼ିକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି। ରାଜ୍ୟ ସରକାର କୋଭିଡ୍‌ ବାହାନାରେ ଯେତିକି ଅର୍ଥ ବ୍ୟୟ କରିଛନ୍ତି ସେଭଳି ଭାବେ କିନ୍ତୁ ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମି ବିକଶିତ ହୋଇପାରିନି। ସରକାରୀ ଅର୍ଥକୁ ବରବାଦ କରାଯାଇଛି। ଓଡ଼ିଶା ସରକାର ଘରୋଇ ହସ୍ପିଟାଲକୁ ପୋଷିବା ପାଇଁ ସେମାନଙ୍କ କୋଠାରେ କୋଭିଡ୍‌ ହସ୍ପିଟାଲ କରିଥିବା ସେ କହିଥିଲେ। ଘରୋଇ ହସ୍ପିଟାଲଗୁଡ଼ିକ ସବୁ ବ୍ୟବସ୍ଥା ଥାଇ ମଧ୍ୟ ରୋଗୀଙ୍କୁ ଆଡ୍‌ମିଟ୍‌ କରୁନାହାନ୍ତି। କୋଭିଡ୍‌ କେୟାର ସେଣ୍ଟରରେ ଅବ୍ୟବସ୍ଥା କଥା ମଧ୍ୟ ନାଏକ କହିଥିଲେ। ୩ରୁ ୪ଦିନ ପର୍ଯ୍ୟନ୍ତ କୋଭିଡ୍‌ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯାଉନାହିଁ। ଡାକ୍ତରମାନେ ରୋଗୀଙ୍କୁ ଛୁଉଁନାହାନ୍ତି। ସେହିଭଳି କେନ୍ଦ୍ର ସରକାର ଓଡ଼ିଶାକୁ ୫୬୭ ଭେଣ୍ଟିଲେଟର ଦେଇଥିବା ବେଳେ ଏପର୍ଯ୍ୟନ୍ତ ୪୨୦ଟି ଭେଣ୍ଟିଲେଟର ବ୍ୟବହାର ନ ହୋଇ ପଡ଼ିରହିଥିବା ସେ ଅଭିଯୋଗ କରିଥିଲେ। ଭାଜପା ବିଧାୟକ ଜୟନାରାୟଣ ମିଶ୍ର ରାଜ୍ୟରେ ସ୍ବାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ବୋଲି କହିଥିଲେ। ସରକାର କେବଳ ଶ୍ରେୟ ନେବାକୁ ଚାହିଁ ବସିଛନ୍ତି। ମନ୍ତ୍ରୀଙ୍କ ଉତ୍ତର ବାସ୍ତବ ତଥ୍ୟଠାରୁ ସମ୍ପୂର୍ଣ୍ଣ ଅଲଗା। ଅଣକୋଭିଡ୍‌ ରୋଗୀମାନଙ୍କୁ ଚିକିତ୍ସା ସୁବିଧା ନ ମିଳିବାରୁ ବହୁ ରୋଗୀ ଜୀବନ ହରାଉଛନ୍ତି ବୋଲି ସେ କହିଥିଲେ।

ନରସିଂହ ମିଶ୍ର ଗୃହରେ ସରକାର ଦେଉଥିବା ତଥ୍ୟ ଓ ବାସ୍ତବତା ମଧ୍ୟରେ ବହୁ ଫରକ ଥିବା କହିଥିଲେ। ସରକାର ଯେତେ ତଥ୍ୟ ଦେଇଛନ୍ତି ତାହା କେବଳ କାଗଜ କଲମରେ ସତ୍ୟ। କୋଭିଡ୍‌ ରୋଗୀମାନଙ୍କୁ ଖାଇବାକୁ ମିଳୁନି, ମେଡିସିନ୍‌ ମିଳୁନି କି ଚିକିତ୍ସା ସୁବିଧା ମିଳୁନି। ହେଲେ ରାଜ୍ୟ ସରକାର ମେଡିସିନ୍‌ ବଳକା ଥିବା ତଥ୍ୟ ଦେଖାଉଛନ୍ତି। ସିଏଚ୍‌ସି, ପିଏଚ୍‌ସି କି ଜିଲା ମୁଖ୍ୟ ହସ୍ପିଟାଲରେ ଡାକ୍ତର ନାହାନ୍ତି। କେବଳ ଡାଟା ଦେଖାଇ କୋଭିଡ୍‌ ପରିଚାଳନାରେ ଶ୍ରେଷ୍ଠ ରାଜ୍ୟ ଓ ନିଜକୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ କହୁଛନ୍ତି। ଡାଟା, ଷ୍ଟାଟିଷ୍ଟିକ୍ସରେ ଲୋକଙ୍କ ପେଟ ପୂରିବନାହିଁ ବୋଲି ସେ କହିଥିଲେ। ସରକାର ତଥ୍ୟ ସଂଗ୍ରହ ଆଳରେ ତଥ୍ୟ ଲୁଚାଇବାକୁ ଚେଷ୍ଟା କରୁଥିବା ଦର୍ଶାଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ହୀରାକୁଦର ଜଳ ପରିଚାଳନା ଭଳି ରାଜ୍ୟ ସରକାର କୋଭିଡ୍‌ ପରିଚାଳନା କରୁଥିବା କହିଥିଲେ। ଭାଜପା ବିଧାୟିକା କୁସୁମ ଟେଟେ, ବିଧାୟକ କେ. ନାରାୟଣ ରାଓ, କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ପ୍ରମୁଖ କୋଭିଡ୍‌ ପରିଚାଳନା ନେଇ ସରକାରଙ୍କ ଉପରେ ବର୍ଷିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri