ଭାରତକୁ ପୁଣି ଫେରିଲା କରୋନା: ୩୩୫ ଆକ୍ରାନ୍ତ, ୫ ଜଣଙ୍କ ମୃତ୍ୟୁ…

ନୂଆଦିଲ୍ଲୀ,୧୮।୧୨ : କରୋନା ଭୂତାଣୁ ପୁଣି ଥରେ ସାରା ବିଶ୍ୱରେ ନିଜର ସଂକ୍ରମଣ ବିସ୍ତାର କରୁଛି। ଏହି ସଂକ୍ରମଣ ଲୋକଙ୍କୁ ନୂଆ ବର୍ଷ ଏବଂ ଖ୍ରୀଷ୍ଟମାସରେ ଲୋକଙ୍କୁ ଏକାଠି ହେବାକୁ ବାରଣ କରୁଛି । ଭାରତରେ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କର ବାତାବରଣ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦୦ ରୁ ଅଧିକ କରୋନା ମାମଲା ରିପୋର୍ଟ ହୋଇଛି ।

ସମଗ୍ର ବିଶ୍ୱରେ କରୋନା ଭୂତାଣୁର ନୂତନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି । କରୋନାର ଜେଏନ.୧ ର ଏକ ନୂତନ ଭ୍ୟାରିଆଣ୍ଟ ଦେଖାଦେଇଛି। ଭାରତରେ ନୂତନ ପ୍ରକାରର ଲକ୍ଷଣ ଦେଖିବାକୁ ମିଳିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ରବିବାର ଦେଶରେ ୩୩୫ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି ଏବଂ ସକ୍ରିୟ ମାମଲା ସଂଖ୍ୟା ୧,୭୦୧କୁ ବୃଦ୍ଧି ପାଇଛି।

ଦେଶରେ କରୋନାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। କେରଳରେ ୪ ଜଣ ଏବଂ ଉତ୍ତରପ୍ରଦେଶରେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ସାଢ଼େ ୪ କୋଟି ସଂକ୍ରମିତ ଲୋକ ସୁସ୍ଥ ହୋଇଛନ୍ତି ଏବଂ ସୁସ୍ଥତା ହାର ୯୮.୮୧ ପ୍ରତିଶତ ରହିଛି। ଏଥି ସହିତ, ଏପର୍ଯ୍ୟନ୍ତ ୫,୩୩,୩୧୬ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ମନ୍ତ୍ରଣାଳୟର ୱେବସାଇଟ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ୨୨୦.୬୭ କୋଟି ଡୋଜ କରୋନା ଟିକା ଦିଆଯାଇଛି।

କେରଳରେ କରୋନାଏକ ନୂତନ ଭ୍ୟାରିଆଣ୍ଟର ଲକ୍ଷଣ ଦେଖିବାକୁ ମିଳିଛି। ରାଜ୍ୟର ଜଣେ ବୃଦ୍ଧ ମହିଳାଙ୍କଠାରେ ଏହି ନୂତନ ପ୍ରକାରର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଥିଲା, କିନ୍ତୁ ସେ ବର୍ତ୍ତମାନ ସୁସ୍ଥ ହୋଇଯାଇଛନ୍ତି। ଏନେଇ କେରଳର ସ୍ବାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ କହିଛନ୍ତି ରାଜ୍ୟରେ କରୋନା ସଂକ୍ରମଣ ବିଷୟରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଲୋକଙ୍କୁ ସତର୍କ ରହିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ଏଥି ସହିତ କେରଳରେ ଜେଏନ.୧ ମାମଲା ପହଞ୍ଚିବା ପରେ ପଡୋଶୀ ରାଜ୍ୟ କର୍ନାଟକ ଏବଂ ତାମିଲନାଡୁ ମଧ୍ୟ ସଜାଗ ରହିଛନ୍ତି।

Share