ଓଡ଼ିଶାରେ ହେଉଛି କରୋନା ରି-ଇନ୍‌ଫେକ୍ସନ

ଭୁବନେଶ୍ୱର, ୩୦।୧୦(ବ୍ୟୁରୋ): ଓଡ଼ିଶାରେ କରୋନା ରି-ଇନ୍‌ଫେକ୍ସନ ହେଉଛି। ଭୁବନେଶ୍ୱରସ୍ଥିତ ଆଇଏଲ୍‌ଏସ୍‌ (ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍‌ ସାଇନ୍ସ)ର ନିର୍ଦ୍ଦେଶକ ଅଜୟ ପରିଡ଼ା ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ଓଡ଼ିଶାରେ କରୋନା ରି-ଇନ୍‌ଫେକ୍ସନ ହେଉଛି, କିନ୍ତୁ ବହୁତ କମ୍‌। ଆଇଏଲ୍‌ଏସ୍‌ରେ କିଛି ବ୍ୟକ୍ତିଙ୍କର ଟେଷ୍ଟିଂ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩/୪ ଜଣଙ୍କ ରି-ଇନ୍‌ଫେକ୍ସନ ହୋଇଛି। ଥରେ ପଜିଟିଭ ହେବା ପରେ ପୁଣି କାହିଁକି ରି-ଇନ୍‌ଫେକ୍ସନ ହେଉଛି, ତାର ତର୍ଜମା ଚାଲିଛି। ରାଜ୍ୟରେ ସେକେଣ୍ଡ ଓ୍ବେଭ୍‌ ସମ୍ଭାବନା ରହିଛି। ତେଣୁ ଲୋକମାନେ ସଚେତନ ହେବା ଦରକାର ବୋଲି ସେ କହିଛନ୍ତି।
ଆହୁରି ମଧ୍ୟ ସେ କହିଛନ୍ତି, ଶୀତରେ କରୋନା ସଂକ୍ରମଣ ବଢ଼ିବା ସମ୍ଭାବନା ରହିଛି। ଶୀତ ସଂକ୍ରମଣ ବ୍ୟାପିବାରେ ସହାୟକ ହେଉଛି। ତେଣୁ ସଜାଗ ନ ରହିଲେ ସଂକ୍ରମଣ ବଢ଼ିବ। ବର୍ତ୍ତମାନ ସଂକ୍ରମଣ କମିଛି। ଦୈନିକ ୧୫ଶହ ପାଖାପାଖି ରହିଛି ।