ଆଜି ରାଜ୍ୟରେ ୧୦୦୦ ଟପିଲା ସଂକ୍ରମଣ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୫ା୭(ବ୍ୟୁରୋ): ଆଜି ରାଜ୍ୟରେ ୧୦୦୦ ଟପିଛି କରୋନା ସଂକ୍ରମଣ। ଶୁକ୍ରବାର ୧୦୪୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୭,୧୭୫ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୬୦୯ ଜଣ ଚିହ୍ନଟ ହୋଇଥିବା ବେଳେ ୪୩୪ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୧୦୦ ଜଣ ଶିଶୁ ବି ଅଛନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୩୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୦୫ ଏବଂ ସୁନ୍ଦରଗଡ଼ରୁ ୧୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ବାଲେଶ୍ୱରରୁ ୨୦, ବରଗଡ଼ ୨, ଭଦ୍ରକ ୭, ବଲାଙ୍ଗୀର ୭, ବୌଦ୍ଧ ୧୩, ଦେବଗଡ଼ ୪, ଢେଙ୍କାନାଳ ୩, ଗଜପତି ୧୦, ଗଞ୍ଜାମ ୬, ଜଗତସିଂହପୁର ୨୨, ଯାଜପୁର ୧୮, ଝାରସୁଗୁଡ଼ା ୧୨, କଳାହାଣ୍ଡି ୧୦, କନ୍ଧମାଳ ୨, କେନ୍ଦ୍ରାପଡ଼ା ୧୫, କୋରାପୁଟ ୪, ମୟୂରଭଞ୍ଜ ୨୮, ନବରଙ୍ଗପୁର ୯, ନୟାଗଡ଼ ୧୯, ନୂଆପଡ଼ା ୯, ପୁରୀ ୨୮, ରାୟଗଡ଼ା ୧, ସମ୍ବଲପୁରରୁ ୩୧ ଏବଂ ସୋନପୁରରୁ ୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୭୯।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୭,୧୭୫ରେ ପହଞ୍ଚିଥିବା ବେଳେ ୧୨,୮୩,୧୬୯ ଜଣ ସୁସ୍ଥ ହୋଇଛନ୍ତି। ୪୮୨୫ ଜଣ ଚିକିିତ୍ସିତ ହେଉଛନ୍ତି।