ଅନ୍ୟ ରୋଗରେ କରୋନା ପଜିଟିଭ୍‌ଙ୍କ ମୃତ୍ୟୁ: ମୃତକ ଗଞ୍ଜାମ ଜିଲାର

ଭୁବନେଶ୍ୱର/ଛତ୍ରପୁର, ୧।୭(ବ୍ୟୁରୋ/ଡି.ଏନ୍‌.ଏ.): ରାଜ୍ୟରେ ବୁଧବାର ଜଣେ କରୋନା ପଜିଟିଭଙ୍କର ଅନ୍ୟ ରୋଗରେ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ ଜିଲାର ୫୨ ବର୍ଷୀୟ ବ୍ୟକ୍ତି। ପୂର୍ବରୁ ସେ ଫୁସ୍‌ଫୁସ୍‌ କର୍କଟରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।