କଟକବାସୀଙ୍କୁ ଡରାଇଲାଣି କରୋନା: ୨୦୦ ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

କଟକ ଅଫିସ,୮।୭- କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଶହ ପାର କରିଛି। ବୁଧବାର ଏହି ସଂଖ୍ୟା ୨୦୨ରେ ପହଞ୍ଚିଛି। ମଙ୍ଗଳବାର ସହରରୁ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏସ୍‌ସିବି ମେଡ଼ିକାଲର ଆଇସୋଲେସନ ୱାର୍ଡରୁ ଦୁଇଜଣ ଚିହ୍ନଟ ହୋଇଥିବା ବେଳେ କ୍ୟାନ୍‌ସର ହସ୍ପିଟାଲର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଜଣେ ପିଜିଟିଭ୍‌ ହୋଇଛନ୍ତି। ତାଙ୍କ ଘର ପ୍ରତାପନଗରିରେ। ସେହିଭଳି ମଙ୍ଗଳବାଗରୁ ଜଣେ ୨୬ ବର୍ଷୀୟ ମହିଳା ସ୍ଥାନୀୟ ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ସହରର ୧୬୮ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୨ଜଣଙ୍କ ମୃତ୍ୟୁ ହୋଇଛି।