ଚାଇନାରେ କରୋନା ଉତ୍ପତ୍ତି

ଲଣ୍ଡନ,୩୧ା୫: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀ ପାଇଁ ସବୁଠୁ ଘାତକ ସାବ୍ୟସ୍ତ ହୋଇଥିବା କୋଭିଡ୍‌-୧୯ ଭୂତାଣୁର ଉତ୍ପତ୍ତିକୁ ନେଇ ଖୋଳତାଡ଼ ଜାରି ରହିଥିବାବେଳେ ବ୍ରିଟେନର ଗବେଷକମାନେ ଏହା ଉପରୁ ପରଦା ହଟାଇଛନ୍ତି। ନୋଭେଲ କରୋନା ଭାଇରସ୍‌ର କୌଣସି ପୂର୍ବଜ ନାହିଁ। ଚାଇନା ବୈଜ୍ଞାନିକମାନେ ଉହାନ୍‌ ଲାବ୍‌ରେ କୋଭିଡ୍‌ ଭୂତାଣୁ ତିଆରି କରିଥିଲେ। ଏହା ପରେ ସେମାନେ ରିଭର୍ସ ଇଞ୍ଜିନିୟରିଂ ଭର୍ସନରେ ଏହି ଘାତକ ଭାଇରସ୍‌କୁ ଲୁଚାଇବା ପାଇଁ ଉଦ୍ୟମ କରିଥିଲେ, ଯେମିତି ଲାଗିବ ଏହା ବାଦୁଡ଼ିଠାରୁ ପ୍ରାକୃତିକ ରୂପେ କ୍ରମବିକଶିତ ହୋଇଛି। ଏହି ନୂଆ ପ୍ରଘଟ ପରେ ଏହାକୁ ଅସ୍ବୀକାର କରିଆସୁଥିବା ବେଜିଂ ପାଇଁ ଅଡ଼ୁଆ ସ୍ଥିତି ଉପୁଜିଛି।
କୋଭିଡ୍‌-୧୯ ଅଦ୍ୟାବଧି ବିଶ୍ୱର ୧୭୦,୬୯୬,୧୫୦ ଜଣଙ୍କୁ ସଂକ୍ରମିତ କରିଛି। ରବିବାର ରାତି ସୁଦ୍ଧା ଏହି ଭାଇରସ୍‌ରେ ଆକ୍ରାନ୍ତ ହୋଇ ୩,୫୫୦,୨୩୪ ଜଣଙ୍କ ମୃତ୍ୟୁ ଘଟିଥିବା ଓ୍ବାଲେର୍‌ଡାମିଟର ପକ୍ଷରୁ ଓ୍ବେବ୍‌ସାଇଟ୍‌ରେ ଅପ୍‌ଡେଟ୍‌ କରାଯାଇଛି। ଏହି ଭୂତାଣୁ ଯୋଗୁ ସାରା ବିଶ୍ୱର ଅର୍ଥନୀତି ଉଜୁଡ଼ିଯାଇଛି। ଭାରତ ସମେତ ବିଭିନ୍ନ ଦେଶର ସ୍ବାସ୍ଥ୍ୟସେବା ଭିତ୍ତିଭୂମି ସଂକ୍ରମିତଙ୍କ ବୋଝ ସମ୍ଭାଳି ନ ପାରି ଭୁଶୁଡ଼ିପଡ଼ିଛି। ତେଣୁ କରୋନାର ମୂଳ କେଉଁଠି ତାହା ଜାଣିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ସମେତ ଶକ୍ତିଶାଳୀ ଆମେରିକା ଏବଂ ଅନ୍ୟ ବହୁଳ ପ୍ରଭାବିତ ଦେଶଗୁଡ଼ିକ ଆଗ୍ରହ ପ୍ରକାଶ କରିଛନ୍ତି। ଏହିକ୍ରମରେ ନିକଟରେ ଆମେରିକାର ଏକ ଗୋଇନ୍ଦା ରିପୋର୍ଟ ପ୍ରକାଶ ପାଇଥିଲା। ୨୦୧୯ ନଭେମ୍ବରରେ ଉହାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିର ଅନେକ ଗବେଷକ ଅସୁସ୍ଥ ହୋଇପଡ଼ିଥିବା ନେଇ ଉକ୍ତ ରିପୋର୍ଟରେ ଦର୍ଶାଯାଇଥିଲା। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଗୋଇନ୍ଦା ଅଧିକାରୀମାନଙ୍କୁ କରୋନାର ଜନ୍ମ ବୃତ୍ତାନ୍ତ ଖୋଜିବା ପାଇଁ ନିର୍ଦ୍ଦେଶ ଦେବା ପରେ ଚାଇନା ହଡ଼ବଡ଼େଇ ଯାଇଥିଲା। ଆମେରିକା କୌଣସି ଗମ୍ଭୀର ବୈଜ୍ଞାନିକ ଅଧ୍ୟୟନ ଉପରେ ବିଶ୍ୱାସ କରେନାହିଁ। ମହାମାରୀକୁ ନେଇ କେବଳ ଦୋଷାରୋପ ଓ ରାଜନୀତି କରିବା ଆମେରିକାର ଏକମାତ୍ର ଲକ୍ଷ୍ୟ ବୋଲି କହି ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ୍‌ ଶୁକ୍ରବାର ତମାମ ଅଭିଯୋଗକୁ ଖଣ୍ଡନ କରିଥିଲେ।
ତେବେ ଏହାର ଦୁଇଦିନ ପରେ ବ୍ରିଟେନର ଗବେଷକମାନେ ଯେଉଁ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛନ୍ତି ତାହା ଚାଇନାର ଘାତକ କାରନାମା ଓ ଅସଲ ଚେହେରା ଉପରୁ ପରଦା ହଟାଇବାରେ ସକ୍ଷମ ହୋଇପାରେ ବୋଲି କୁହାଯାଉଛି।
ବ୍ରିଟିଶ୍‌ ପ୍ରଫେସର ଅଙ୍ଗସ୍‌ ଡାଲ୍‌ଗ୍ଲେଇଶ୍‌ ଏବଂ ନରଓ୍ବେର ବୈଜ୍ଞାନିକ ଡକ୍ଟର ବିର୍‌ଗର ସୋରେନ୍‌ସେନ ମିଳିତ ଭାବେ ଏକ ଗବେଷଣା କରିଥିଲେ। ସେମାନଙ୍କ ଗବେଷଣାମୂଳକ ନୂଆ ରିପୋର୍ଟ ରବିବାର ‘ଡେଲି ମେଲ୍‌’ରେ ପ୍ରକାଶ ପାଇଛି। ଉକ୍ତ ରିପୋର୍ଟରେ ଦର୍ଶାଯାଇଛି ଯେ, ସାର୍ସ-କୋଭ୍‌-୨ ଭାଇରସ୍‌ର କୌଣସି ବିଶ୍ୱସନୀୟ ପ୍ରାକୃତିକ ପୂର୍ବଜ ନାହିଁ। ଉହାନ୍‌ ଲାବ୍‌ରେ ଗବେଷଣାରତ ଚାଇନା ବୈଜ୍ଞାନିକମାନେ ‘ଗେନ୍‌ ଅଫ୍‌ ଫଙ୍କଶନ୍‌’ ନାମକ ଏକ ପ୍ରକଳ୍ପକୁ ନେଇ କାମ କରୁଥିଲେ। ସେମାନେ ବିଭିନ୍ନ ଗୁମ୍ଫାରେ ରହୁଥିବା ବାଦୁଡ଼ିଗୁଡ଼ିକୁ ନେଇ ଗବେଷଣା ଜାରି ରଖିଥିବାବେଳେ କରୋନାର ଉତ୍ପତ୍ତି ହୋଇଥିଲା ବୋଲି ଏହି ରିପୋର୍ଟରେ ଦାବି କରାଯାଇଛି। ବୈଜ୍ଞାନିକମାନେ ଗୁମ୍ଫାରେ ରହୁଥିବା ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ବାଦୁଡ଼ିକୁ ପରୀକ୍ଷାନିରୀକ୍ଷା କରୁଥିବାବେଳେ ପ୍ରାକୃତିକ କରୋନା ଭାଇରସ୍‌ର ‘ବ୍ୟାକ୍‌ବୋନ୍‌’ ବାହାରିଥିଲା ଏବଂ ସେଥିରୁ କିଛି ଅଂଶ ଏକ ନୂଆ ‘ସ୍ପାଇକ୍‌’ ସହ ଯୋଡ଼ିବାରୁ ତାହା ଘାତକ ଓ ଅଧିକ ସଂକ୍ରାମକ କୋଭିଡ୍‌-୧୯ର ରୂପ ନେଇଥିଲା। ଉକ୍ତ ଗବେଷଣାମୂଳକ ନିବନ୍ଧରେ ଆହୁରି ଉଲ୍ଲେଖ କରାଯାଇଛି ଯେ, କୋଭିଡ୍‌-୧୯ ନମୁନାରେ ଏକ ‘ୟୁନିକ୍‌ ଫିଙ୍ଗରପ୍ରିଣ୍ଟ’ ଦେଖିବାକୁ ମିଳିଛି, ଯାହା ଲାବରେଟୋରିରେ କୌଶଳରେ କାର୍ଯ୍ୟ ସମ୍ପାଦନ ବେଳର ହୋଇଥାଇପାରେ। ତେବେ ଚାଇନାର ଯେଉଁ ବୈଜ୍ଞାନିକମାନେ ଏହାକୁ ନେଇ କିଛି କହିଛନ୍ତି, ସେମାନଙ୍କ ମୁହଁ ବନ୍ଦ କରାଯାଇଛି। ଏପରି କି ଅନେକ ବୈଜ୍ଞାନିକଙ୍କ ଠିକଣା ମିଳୁନାହିଁ। ଲାବ୍‌ ପକ୍ଷରୁ ଜାଣିଶୁଣି ସମସ୍ତ ତଥ୍ୟକୁ ନଷ୍ଟ କରାଯାଇଛି ବୋଲି ୨୨ ପୃଷ୍ଠା ସମ୍ବଳିତ ଉକ୍ତ ଅଧ୍ୟୟନରେ ଅଭିଯୋଗ ଅଣାଯାଇଛି। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ସାରା ବିଶ୍ୱକୁ ବିପର୍ଯ୍ୟୟ ମୁହଁକୁ ଠେଲିଦେଇଥିବା କରୋନା ଭାଇରସ୍‌ର ଜନ୍ମଦାତା ଚାଇନା ବୋଲି ହେଉଥିବା ବିତର୍କକୁ ଏବେ ବଳ ମିଳିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ବାର୍‌ରେ ବନ୍ଧୁକଧାରୀଙ୍କ ଗୁଳିମାଡ଼

ଜୋହାନ୍ସବର୍ଗ,୨୧ା୧୨: ଦକ୍ଷିଣ ଆଫ୍ରିକାର ଏକ ବାର୍‌ରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜୋହାନ୍ସବର୍ଗଠାରୁ ପଶ୍ଚିମରେ...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri