ଚାଇନାରେ କରୋନା ଉତ୍ପତ୍ତି

ଲଣ୍ଡନ,୩୧ା୫: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀ ପାଇଁ ସବୁଠୁ ଘାତକ ସାବ୍ୟସ୍ତ ହୋଇଥିବା କୋଭିଡ୍‌-୧୯ ଭୂତାଣୁର ଉତ୍ପତ୍ତିକୁ ନେଇ ଖୋଳତାଡ଼ ଜାରି ରହିଥିବାବେଳେ ବ୍ରିଟେନର ଗବେଷକମାନେ ଏହା ଉପରୁ ପରଦା ହଟାଇଛନ୍ତି। ନୋଭେଲ କରୋନା ଭାଇରସ୍‌ର କୌଣସି ପୂର୍ବଜ ନାହିଁ। ଚାଇନା ବୈଜ୍ଞାନିକମାନେ ଉହାନ୍‌ ଲାବ୍‌ରେ କୋଭିଡ୍‌ ଭୂତାଣୁ ତିଆରି କରିଥିଲେ। ଏହା ପରେ ସେମାନେ ରିଭର୍ସ ଇଞ୍ଜିନିୟରିଂ ଭର୍ସନରେ ଏହି ଘାତକ ଭାଇରସ୍‌କୁ ଲୁଚାଇବା ପାଇଁ ଉଦ୍ୟମ କରିଥିଲେ, ଯେମିତି ଲାଗିବ ଏହା ବାଦୁଡ଼ିଠାରୁ ପ୍ରାକୃତିକ ରୂପେ କ୍ରମବିକଶିତ ହୋଇଛି। ଏହି ନୂଆ ପ୍ରଘଟ ପରେ ଏହାକୁ ଅସ୍ବୀକାର କରିଆସୁଥିବା ବେଜିଂ ପାଇଁ ଅଡ଼ୁଆ ସ୍ଥିତି ଉପୁଜିଛି।
କୋଭିଡ୍‌-୧୯ ଅଦ୍ୟାବଧି ବିଶ୍ୱର ୧୭୦,୬୯୬,୧୫୦ ଜଣଙ୍କୁ ସଂକ୍ରମିତ କରିଛି। ରବିବାର ରାତି ସୁଦ୍ଧା ଏହି ଭାଇରସ୍‌ରେ ଆକ୍ରାନ୍ତ ହୋଇ ୩,୫୫୦,୨୩୪ ଜଣଙ୍କ ମୃତ୍ୟୁ ଘଟିଥିବା ଓ୍ବାଲେର୍‌ଡାମିଟର ପକ୍ଷରୁ ଓ୍ବେବ୍‌ସାଇଟ୍‌ରେ ଅପ୍‌ଡେଟ୍‌ କରାଯାଇଛି। ଏହି ଭୂତାଣୁ ଯୋଗୁ ସାରା ବିଶ୍ୱର ଅର୍ଥନୀତି ଉଜୁଡ଼ିଯାଇଛି। ଭାରତ ସମେତ ବିଭିନ୍ନ ଦେଶର ସ୍ବାସ୍ଥ୍ୟସେବା ଭିତ୍ତିଭୂମି ସଂକ୍ରମିତଙ୍କ ବୋଝ ସମ୍ଭାଳି ନ ପାରି ଭୁଶୁଡ଼ିପଡ଼ିଛି। ତେଣୁ କରୋନାର ମୂଳ କେଉଁଠି ତାହା ଜାଣିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ସମେତ ଶକ୍ତିଶାଳୀ ଆମେରିକା ଏବଂ ଅନ୍ୟ ବହୁଳ ପ୍ରଭାବିତ ଦେଶଗୁଡ଼ିକ ଆଗ୍ରହ ପ୍ରକାଶ କରିଛନ୍ତି। ଏହିକ୍ରମରେ ନିକଟରେ ଆମେରିକାର ଏକ ଗୋଇନ୍ଦା ରିପୋର୍ଟ ପ୍ରକାଶ ପାଇଥିଲା। ୨୦୧୯ ନଭେମ୍ବରରେ ଉହାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିର ଅନେକ ଗବେଷକ ଅସୁସ୍ଥ ହୋଇପଡ଼ିଥିବା ନେଇ ଉକ୍ତ ରିପୋର୍ଟରେ ଦର୍ଶାଯାଇଥିଲା। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଗୋଇନ୍ଦା ଅଧିକାରୀମାନଙ୍କୁ କରୋନାର ଜନ୍ମ ବୃତ୍ତାନ୍ତ ଖୋଜିବା ପାଇଁ ନିର୍ଦ୍ଦେଶ ଦେବା ପରେ ଚାଇନା ହଡ଼ବଡ଼େଇ ଯାଇଥିଲା। ଆମେରିକା କୌଣସି ଗମ୍ଭୀର ବୈଜ୍ଞାନିକ ଅଧ୍ୟୟନ ଉପରେ ବିଶ୍ୱାସ କରେନାହିଁ। ମହାମାରୀକୁ ନେଇ କେବଳ ଦୋଷାରୋପ ଓ ରାଜନୀତି କରିବା ଆମେରିକାର ଏକମାତ୍ର ଲକ୍ଷ୍ୟ ବୋଲି କହି ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ୍‌ ଶୁକ୍ରବାର ତମାମ ଅଭିଯୋଗକୁ ଖଣ୍ଡନ କରିଥିଲେ।
ତେବେ ଏହାର ଦୁଇଦିନ ପରେ ବ୍ରିଟେନର ଗବେଷକମାନେ ଯେଉଁ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛନ୍ତି ତାହା ଚାଇନାର ଘାତକ କାରନାମା ଓ ଅସଲ ଚେହେରା ଉପରୁ ପରଦା ହଟାଇବାରେ ସକ୍ଷମ ହୋଇପାରେ ବୋଲି କୁହାଯାଉଛି।
ବ୍ରିଟିଶ୍‌ ପ୍ରଫେସର ଅଙ୍ଗସ୍‌ ଡାଲ୍‌ଗ୍ଲେଇଶ୍‌ ଏବଂ ନରଓ୍ବେର ବୈଜ୍ଞାନିକ ଡକ୍ଟର ବିର୍‌ଗର ସୋରେନ୍‌ସେନ ମିଳିତ ଭାବେ ଏକ ଗବେଷଣା କରିଥିଲେ। ସେମାନଙ୍କ ଗବେଷଣାମୂଳକ ନୂଆ ରିପୋର୍ଟ ରବିବାର ‘ଡେଲି ମେଲ୍‌’ରେ ପ୍ରକାଶ ପାଇଛି। ଉକ୍ତ ରିପୋର୍ଟରେ ଦର୍ଶାଯାଇଛି ଯେ, ସାର୍ସ-କୋଭ୍‌-୨ ଭାଇରସ୍‌ର କୌଣସି ବିଶ୍ୱସନୀୟ ପ୍ରାକୃତିକ ପୂର୍ବଜ ନାହିଁ। ଉହାନ୍‌ ଲାବ୍‌ରେ ଗବେଷଣାରତ ଚାଇନା ବୈଜ୍ଞାନିକମାନେ ‘ଗେନ୍‌ ଅଫ୍‌ ଫଙ୍କଶନ୍‌’ ନାମକ ଏକ ପ୍ରକଳ୍ପକୁ ନେଇ କାମ କରୁଥିଲେ। ସେମାନେ ବିଭିନ୍ନ ଗୁମ୍ଫାରେ ରହୁଥିବା ବାଦୁଡ଼ିଗୁଡ଼ିକୁ ନେଇ ଗବେଷଣା ଜାରି ରଖିଥିବାବେଳେ କରୋନାର ଉତ୍ପତ୍ତି ହୋଇଥିଲା ବୋଲି ଏହି ରିପୋର୍ଟରେ ଦାବି କରାଯାଇଛି। ବୈଜ୍ଞାନିକମାନେ ଗୁମ୍ଫାରେ ରହୁଥିବା ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ବାଦୁଡ଼ିକୁ ପରୀକ୍ଷାନିରୀକ୍ଷା କରୁଥିବାବେଳେ ପ୍ରାକୃତିକ କରୋନା ଭାଇରସ୍‌ର ‘ବ୍ୟାକ୍‌ବୋନ୍‌’ ବାହାରିଥିଲା ଏବଂ ସେଥିରୁ କିଛି ଅଂଶ ଏକ ନୂଆ ‘ସ୍ପାଇକ୍‌’ ସହ ଯୋଡ଼ିବାରୁ ତାହା ଘାତକ ଓ ଅଧିକ ସଂକ୍ରାମକ କୋଭିଡ୍‌-୧୯ର ରୂପ ନେଇଥିଲା। ଉକ୍ତ ଗବେଷଣାମୂଳକ ନିବନ୍ଧରେ ଆହୁରି ଉଲ୍ଲେଖ କରାଯାଇଛି ଯେ, କୋଭିଡ୍‌-୧୯ ନମୁନାରେ ଏକ ‘ୟୁନିକ୍‌ ଫିଙ୍ଗରପ୍ରିଣ୍ଟ’ ଦେଖିବାକୁ ମିଳିଛି, ଯାହା ଲାବରେଟୋରିରେ କୌଶଳରେ କାର୍ଯ୍ୟ ସମ୍ପାଦନ ବେଳର ହୋଇଥାଇପାରେ। ତେବେ ଚାଇନାର ଯେଉଁ ବୈଜ୍ଞାନିକମାନେ ଏହାକୁ ନେଇ କିଛି କହିଛନ୍ତି, ସେମାନଙ୍କ ମୁହଁ ବନ୍ଦ କରାଯାଇଛି। ଏପରି କି ଅନେକ ବୈଜ୍ଞାନିକଙ୍କ ଠିକଣା ମିଳୁନାହିଁ। ଲାବ୍‌ ପକ୍ଷରୁ ଜାଣିଶୁଣି ସମସ୍ତ ତଥ୍ୟକୁ ନଷ୍ଟ କରାଯାଇଛି ବୋଲି ୨୨ ପୃଷ୍ଠା ସମ୍ବଳିତ ଉକ୍ତ ଅଧ୍ୟୟନରେ ଅଭିଯୋଗ ଅଣାଯାଇଛି। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ସାରା ବିଶ୍ୱକୁ ବିପର୍ଯ୍ୟୟ ମୁହଁକୁ ଠେଲିଦେଇଥିବା କରୋନା ଭାଇରସ୍‌ର ଜନ୍ମଦାତା ଚାଇନା ବୋଲି ହେଉଥିବା ବିତର୍କକୁ ଏବେ ବଳ ମିଳିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ଇରାନକୁ ନୂଆ ଧମକ ଦେଲେ ଟ୍ରମ୍ପ, ଇରାନୀ କୋଠରୀ ଭିତରେ ନିବେଦନ କରନ୍ତି କିନ୍ତୁ…

ନୂଆଦିଲ୍ଲୀ,୨୬ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଯାଇଛନ୍ତି। ତାଙ୍କ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ, ସେ ଇରାନକୁ ଏକ ନୂତନ ଧମକ ଦେଇଛନ୍ତି। ସେ…

ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ/ତେହରାନ୍‌,୨୬।୩: ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri