ଏଣ୍ଡେମିକ ପଥରେ କରୋନା, ତଥାପି ସରକାର ସତର୍କ, ପ୍ରତ୍ୟେକ ଭାରିଆଣ୍ଟ ଉପରେ ନଜର: ସ୍ବାସ୍ଥ୍ୟମନ୍ତ୍ରୀ…

ନୂଆଦିଲ୍ଲୀ,୨୦।୬ : କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି କରୋନା ବର୍ତ୍ତମାନ ଏଣ୍ଡେମିକ ହେବାର ଶିଖରରେ ଅଛି। ତେବେ ଭାରତୀୟ ବୈଜ୍ଞାନିକମାନେ ପ୍ରତ୍ୟେକ ନୂତନ ଭାରିଆଣ୍ଟ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ସରକାର ଏନେଇ ସଜାଗ ଅଛନ୍ତି। ମନ୍ତ୍ରୀ କହିଛନ୍ତି ବିଶ୍ୱର ସବୁଠାରୁ ବିପଜ୍ଜନକ ମହାମାରୀର ସ୍ଥିତି ତିନି ବର୍ଷରୁ ଅଧିକ ସମୟ ପରେ ବର୍ତ୍ତମାନ ସ୍ଥିର ରହିଛି। କିନ୍ତୁ କୌଣସି ପ୍ରକାରରୁ ସ୍ଥିତିରୁ ରକ୍ଷା ପାଇବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଜାରି ରହିବ।

ପ୍ରକାଶ ଥାଉକି, ଗତ କିଛି ମାସ ମଧ୍ୟରେ କରୋନ ସଂକ୍ରମଣରେ ଏକ ଉଲ୍ଲେଖନୀୟ ହ୍ରାସ ଘଟିଛି ଏବଂ ସକ୍ରିୟ ମାମଲା ସଂଖ୍ୟା ବର୍ତ୍ତମାନ ପ୍ରାୟ ୧୮୦୦ ରହିଛି। ସୁସ୍ଥତା ହାର ପ୍ରାୟ ୯୯ ପ୍ରତିଶତ ଏବଂ ମୃତ୍ୟୁ ହାର ପ୍ରାୟ ୧ ପ୍ରତିଶତ ରହିଛି।

ମଙ୍ଗଳବାର କବଳ ୩୬ଟି ନୂଆ ମାମଲା ରିପୋର୍ଟ ହୋଇଛି। ମାର୍ଚ୍ଚ ୨୦୨୦ ପରଠାରୁ ଏହା ସର୍ବନିମ୍ନ। ଭାରତରେ ୨୨୦ କୋଟିରୁ ଅଧିକ ଡୋଜ କୋଭିଡ ଟିକା ଦିଆଯାଉଛି ଏବଂ ଭାରତର ପ୍ରାୟ ୯୦ ପ୍ରତିଶତ ଯୋଗ୍ୟ ଜନସଂଖ୍ୟା ସମ୍ପୂର୍ଣ୍ଣ ଟିକା ନେଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ, ଦେଶରେ ୨୨୪ ରୁ ଅଧିକ କରୋନା ଭାରିଆଣ୍ଟ ପରିଲକ୍ଷିତ ହୋଇଛି, ପ୍ରତ୍ୟେକ ପ୍ରକାର ପାଇଁ ଜିନୋମ କ୍ରମ ଜାରି ରହିଛି।

ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେତେବେଳେ ବି ଏକ ନୂତନ ଭାରିଆଣ୍ଟ ମିଳିଥାଏ, ଏହାକୁ ପୃଥକ କରାଯାଇଥାଏ ଏବଂ ପରେ ଟିକାକରଣର ପ୍ରଭାବ ପାଇଁ ପରୀକ୍ଷା କରାଯାଏ। ଏହା କେତେ ମାରାତ୍ମକ ତାହା ମଧ୍ୟ ମାପ କରାଯାଇଥାଏ। ସେ କହିଛନ୍ତି ଏହା ଏକ ନିରନ୍ତର ପ୍ରକ୍ରିୟା ଏବଂ ଆମେ ଏହା ଉପରେ ତୀକ୍ଷ୍ଣ ନଜର ରଖିଛୁ, ଯାହା ଦ୍ୱାରା ଆମେ ଭବିଷ୍ୟତର ଯେକୌଣସି ଭାରିଆଣ୍ଟରୁ ନିଜକୁ ରକ୍ଷା କରିପାରିବା ଏବଂ ଏହା ବିରୁଦ୍ଧରେ ପ୍ରସ୍ତୁତ ହୋଇପାରିବା ।

Share