ଡିଇଓଙ୍କୁ କରୋନା କଟକଣା ଚିଠି ଲେଖିଲେ ଗଣଶିକ୍ଷା ଅତିରିକ୍ତ ସଚିବ

ଭୁବନେଶ୍ୱର,୨୨।୨(ବ୍ୟୁରୋ): କରୋନା ମହାମାରୀ କିଛିଦିନ ଥମି ଯାଇଥିବା ବେଳେ ଏହା ପୁଣି କେତେକ ରାଜ୍ୟରେ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ମଧ୍ୟ ସତର୍କ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ କୋଭିଡ୍‌ ଗାଇଡ୍‌ଲାଇନ ପାଳନ ପାଇଁ ଡିଇଓଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ଅତିରିକ୍ତ ସଚିବ। ମାସ୍କ ପିନ୍ଧିବା, ଥର୍ମାଲ ସ୍କ୍ରିନିଂ କରାଯିବା, ସାମାଜିକ ଦୂରତା ବଜାୟ ରଖିବା, ସ୍କୁଲରେ ସାନିଟାଇଜ ବ୍ୟବସ୍ଥା କରାଯିବା, ପାଠପଢ଼ା ବ୍ୟତୀତ ଅନ୍ୟ କାର୍ଯ୍ୟକ୍ରମ ବନ୍ଦ ରହିବା ଆଦି ଗାଇଡ୍‌ଲାଇନ ଜାରି କରାଯାଇଛି। ଏହାକୁ ନ ମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସତର୍କ କରିଦିଆଯାଇଛି।