ଶେଷ ହୋଇନି କରୋନା, ମାସ୍କ ଜରୁରୀ: ସ୍ବାସ୍ଥ୍ୟମନ୍ତ୍ରୀ…

ନୂଆଦିଲ୍ଲୀ,୨୧।୧୨ : ଭାରତ ଯୋଡୋ ଯାତ୍ରାର ସମାପ୍ତି ବିଷୟରେ ଚିଠି ନେଇ ଆରୋପ ପ୍ରତ୍ୟାରୋପ ପ୍ରକାଶ ପାଇବା ପରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କରୋନା ମହାମାରୀ ସମ୍ପର୍କରେ ଏକ ଟୁଇଟ କରିଛନ୍ତି। ସେ କହିଛନ୍ତି ଯେ ଆଜି ସେ ଏହି ବିଷୟରେ ଅଧିକାରୀ ଏବଂ ବିଶେଷଜଜ୍ଞମାନଙ୍କ ସହିତ ସାକ୍ଷାତ କରିଥିଲେ। ବୈଠକରେ ଅନେକ ନିଷ୍ପତ୍ତି ନିଆଯାଇଛି।

କରୋନା ଶେଷ ହୋଇନାହିଁ। ତେଣୁ ମୁଁ ସମସ୍ତଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି ଏବଂ ନିରନ୍ତର ତଦାରଖ ବୃଦ୍ଧି ପାଇଁ କାର୍ଯ୍ୟ କରୁଛି। କୌ ଣସି ପରିସ୍ଥିତିର ମୁକାବିଲା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ତେବେ ମାସ୍କ ପିନ୍ଧିବା ଜରୁରୀ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ଏହି ବୈଠକ ପରେ ନୀତି ଆୟୋଗ ସଦସ୍ୟ ଭି.କେ ପାଲ କରୋନା ବିଷୟରେ ସୂଚନା ଦେବାବେଳେ କହିଛନ୍ତି ଯେ କେବଳ ୨୭ରୁ ୨୮ ପ୍ରତିଶତ ଲୋକ ପ୍ରତିଷେଧକ ଟିକା ଗ୍ରହଣ କରିଛନ୍ତି। ସତର୍କତାମୂଳକ ପଦକ୍ଷେପ ନେବାକୁ ଆମେ ଅନ୍ୟମାନଙ୍କୁ, ବିଶେଷକରି ବରିଷ୍ଠ ନାଗରିକମାନଙ୍କୁ ନିବେଦନ କରୁଛୁ। ବୁଷ୍ଟର ଡୋଜ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ବାଧ୍ୟତାମୂଳକ।

ବୈଠକରେ ଅନ୍ତର୍ଜାତୀୟ ତଥା ଘରୋଇ ବିମାନବନ୍ଦରରେ ତଦାରଖ ବୃଦ୍ଧି କରିବାକୁ ଆଲୋଚନା ହୋଇଥିଲା। ବିଦେଶରୁ ଆସୁଥିବା ଲୋକଙ୍କୁ କଡା ଯାଞ୍ଚ କରିବା ଏବଂ ନୂତନ ଭାରିଆଣ୍ଟର ଚିହ୍ନଟ ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇବା ପାଇଁ ମଧ୍ୟ କୁହାଯାଇଥିଲା। ବୈଠକରେ ଏହା ମଧ୍ୟ ଜୋର ଦିଆଯାଇଥିଲା ଯେ ନୂତନ ବର୍ଷ ପାଳନ କରିବାକୁ ବିଦେଶରୁ ଫେରୁଥିବା ଭାରତୀୟଙ୍କ ପାଇଁ ଏକ ପ୍ରୋଟୋକଲ ପ୍ରସ୍ତୁତ କରାଯିବା ଉଚିତ। ଯଦି କରୋନା ପରି ଲକ୍ଷଣ ଦେଖାଯାଏ, ତେବେ ସେମାନଙ୍କର ନମୁନାକୁ ତୁରନ୍ତ ଜିନୋମ କ୍ରମ ପାଇଁ ପଠାଇବା ଉଚିତ ।

 

Share