ରାଜ୍ୟରେ କରୋନାର ଭୟଙ୍କର ସ୍ଥିତି: ୪ ହଜାର ମୁହାଁହେଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା, କେବଳ ଖୋର୍ଦ୍ଧାରୁ …

ଭୁବନେଶ୍ୱର,୧୮।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି। ରବିବାର ରାଜ୍ୟରେ ୩,୬୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୨୧୨୭ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୫୩୭ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୬୮ ହଜାର ୨୫୮ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧ ଜିଲାରୁ ସର୍ବାଧିକ ୭୦୪ ଆକ୍ରାନ୍ତ ଥିବା ବେଳେ ଅନୁଗୋଳରୁ ୫୯, ବାଲେଶ୍ୱରରୁ ୩୯, ବରଗଡ଼ରୁ ୨୧୦, ଭଦ୍ରକରୁ ୨୭, ବଲାଙ୍ଗୀରରୁ ୭୯, ବୌଦ୍ଧରୁ ୬, କଟକରୁ ୧୯୮, ଦେବଗଡ଼ରୁ ୩୦, ଢେଙ୍କାନାଳରୁ ୪୭, ଗଜପତିରୁ ୬୩, ଗଞ୍ଜାମରୁ ୬୬, ଜଗତ୍‌ସିଂହପୁରରୁ ୬୮, ଯାଜପୁରରୁ ୫୮, ଝାରସୁଗୁଡ଼ାରୁ ୧୮୩, କଳାହାଣ୍ଡିରୁ ୩୪୨, କନ୍ଧମାଳରୁ ୧୬, କେନ୍ଦ୍ରାପଡ଼ାରୁ ୨୯, କେନ୍ଦୁଝରରୁ ୫୬ ଆକ୍ରାନ୍ତ ଅଛନ୍ତି। ସେହିପରି କୋରାପୁଟରୁ ୩୯, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୧୧୯, ନବରଙ୍ଗପୁରରୁ ୮୧, ନୟାଗଡ଼ରୁ ୨୮, ନୂଆପଡ଼ାରୁ ୨୨୧ , ପୁରୀରୁ ୧୪୩, ରାୟଗଡ଼ାରୁ ୫୭, ସମ୍ବଲପୁରରୁ ୧୧୯ ସୁବର୍ଣ୍ଣପୁରରୁ ୧୬ ଓ ସୁନ୍ଦରଗଡ଼ରୁ ୩୪୦ ଅଛନ୍ତି।