ଆଜି ରାଜ୍ୟରେ ୪୦୦ ପାର୍‌ କଲା କରୋନା

ଭୁବନେଶ୍ୱର,୨।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଶୁକ୍ରବାର ରାଜ୍ୟରୁ ୪୬୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୧,୭୭୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୭୨ ଜଣ ଚିହ୍ନଟ ହୋଇଥିବା ବେଳେ ୧୮୯ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ନୂଆପଡ଼ାରୁ ସର୍ବାଧିକ ୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୬୯ ଏବଂ ସୁନ୍ଦରଗଡ଼ରୁ ୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୨୭, ବାଲେଶ୍ୱର ୧୬, ବରଗଡ଼ ୩୨, ଭଦ୍ରକ ୫, ବଲାଙ୍ଗୀର ୩, କଟକ ୨୨, ଗଞ୍ଜାମ ୫, ଯାଜପୁର ୮, ଝାରସୁଗୁଡ଼ା ୧୩, କେନ୍ଦ୍ରାପଡ଼ା ୨, କେନ୍ଦୁଝର ୨, କୋରାପୁଟ ୪, ମୟୂରଭଞ୍ଜ ୪, ନବରଙ୍ଗପୁର ୯, ନୟାଗଡ଼ରୁ ୧, ପୁରୀ ୯, ରାୟଗଡ଼ା ୭, ସମ୍ବଲପୁରରୁ ୧୬ ଏବଂ ସୋନପୁରରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୧୫।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୧,୭୭୨ରେ ପହଞ୍ଚିଥିବା ବେଳେ ୩,୩୭,୨୧୨ଜଣ ସୁସ୍ଥ ହୋଇଛନ୍ତି। ୨୫୮୬ ଜଣ ଚିକିିତ୍ସିତ ହେଉଛନ୍ତି।