କରୋନା ଭୟ: ସମୁଦ୍ର ଜଳପଥ ଭରସା

ମହାକାଳପଡ଼ା,୨୪।୪ (ଡି.ଏନ.ଏ.): ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଦ୍ରୁତଗତିରେ ବଢି ଚାଲିଛି। ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ଼, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ କରୋନା ପଜିଟିଭ ସଂକ୍ରମଣ ସମସ୍ତଙ୍କ ଚିନ୍ତା ବଢାଇଛି। ଏବେ ଓଡ଼ିଶାରେ ମଧ୍ୟ ସଂକ୍ରମଣର ମାତ୍ରା ଦିନକୁଦିନ ବଢି ଚାଲିଛି। ବିଶେଷକରି ଆମ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ରାଜ୍ୟରେ କରୋନାର ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ପରେ ଓଡ଼ିଆ ପ୍ରବାସୀଙ୍କୁ ଚିନ୍ତାରେ ପକାଇଛି। କୋଲକାତାରେ ଶ୍ରମିକ ଭାବେ କାମ କରୁଥିବା ପ୍ରବାସୀ ଘରକୁ ଫେରିବାକୁ ବସିଛନ୍ତି। ଓଡ଼ିଶାର ପଶ୍ଚିମବଙ୍ଗ ଲୋକ ନିଜ ବନ୍ଧୁ ଘରକୁ ଯାଇ ଫେରିବା ନେଇ ପ୍ରଶାସନର ଚିନ୍ତା ବଢୁଛି। କୋଲକାତାରୁ ସ୍ଥଳପଥ ସୀମାରେ କଡ଼ାକଡ଼ି ଯାଞ୍ଚ ଯୋଗୁ ଓଡ଼ିଆ ଓ ବଙ୍ଗୀୟ ପ୍ରବାସୀ ଶ୍ରମିକମାନେ ନିଜ ଜିଲାକୁ ଫେରିବା ନେଇ ଅସୁବିଧାରେ ପଡ଼ିଛନ୍ତି। ସ୍ଥଳ ସୀମା କଟକଣା ପରେ ପ୍ରବାସୀ ଓଡ଼ିଆ ଓ ବଙ୍ଗୀୟମାନେ ବିକଳ୍ପ ସମୁଦ୍ର ଜଳପଥରେ ମାଛ ଧରା ଡଙ୍ଗା, ଟ୍ରଲର ଯୋଗେ କୋଲକାତାରୁ ଆସିବାକୁ ବଡ଼ ଯୋଜନା କରିଛନ୍ତି। ୩୦ରୁ ୪୦ ଜଣ ଏକାଠି ହୋଇ ଜଣକା ୧ ହଜାରରୁ ୨ ହଜାର ଟଙ୍କା ଆଦାୟ କରି ବୋଟ ଭଡା କରି ଆସିବାର ସୂଚନା ମିଳୁଛି। ଏଭଳି ଖବରପାଇ ସମୁଦ୍ର ଜଳପଥ ଉପରେ କଡା ନଜର ରଖିବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି। କାରଣ କୋଲକାତାରେ ଦେଖାଯାଇଥିବା କରୋନାର ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ଖୁବ୍‌ ବିପଜ୍ଜନକ କୁହାଯାଉଛି। ଏହି ଭୂତାଣୁ ଜିଲାରେ ପ୍ରବେଶ ନ କରିବାକୁ ଜିଲା ପ୍ରଶାସନ ତତ୍ପରତା ଦେଖାଇବାକୁ ଦାବି ହେଉଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଶତାଧିକ ପ୍ରବାସୀ ଶ୍ରମିକ କୋଲକାତାରେ କାର୍ଯ୍ୟ କରିଥାନ୍ତି। ଏହି ପ୍ରବାସୀ ଓଡ଼ିଆ ଓ ବଙ୍ଗୀୟ ଶ୍ରମିକମାନେ ସମୁଦ୍ର ଜଳପଥ ଦେଇ କେନ୍ଦ୍ରାପଡ଼ା ଜିଲା ଉପକୂଳ ଅଞ୍ଚଳ ନିଜ ଗାଁକୁ ଫେରିବାକୁ ଯୋଜନା ରଖିଛନ୍ତି ବୋଲି ଏକ ଗୁପ୍ତ ସୂଚନା ମିଳିଛି। ଏଥିପାଇଁ ଜିଲା ପ୍ରଶାସନ ଉପକୂଳ ଅଞ୍ଚଳରେ ସମୁଦ୍ର ଜଳପଥର ପ୍ରବେଶରେ କଡା ପୋଲିସ ପ୍ରହରା ବ୍ୟବସ୍ଥା କରିବାକୁ ଦାବି ହୋଇଛି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଏସ୍‌ପି ମଡକର ସନ୍ଦୀପ ସମ୍ପତଙ୍କୁ ପଚାରିବାରେ ଯୁଦ୍ଧକାଳୀନ ଭିତ୍ତିରେ ସମୁଦ୍ର ଜଳପଥ ଉପରେ ସାମୁଦ୍ରିକ ଥାନା ସହ ପାଖ ଥାନା ପୋଲିସଙ୍କୁ କଡା ନଜର ରଖିବାକୁ କୁହାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତଦାନ, ମହାପୁଣ୍ୟ: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଓଡ଼ିଶା ଦିବସ ଅବସରରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକର ମା’ ପିତାମ୍ବରୀ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri