ଥମୁଛି କରୋନା…

ନୂଆଦିଲ୍ଲୀ, ୨୯।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪୧ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ବଢ଼ି ପୁଣି ୪ ହଜାର ଉପରେ ରହିଛି। ଏହା ବଢ଼ି ୪,୨୫୬ ରହିଛି। ଗୋଟିଏ ଦିନ ତଳେ ଏହା ୩,୬୦୭ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୧ ରହିଛି। ଗୋଟିଏ ଦିନ ତଳେ ଏହା ୧୪ ଥିଲା। ଏହି ସମୟରେ ସକ୍ରିୟ ମାମଲା କମି ୪୦ ହଜାର ୭୫୦ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ି ୪୦ ହଜାର ୯୭୯ ଥିଲା। ସେହିପରି ୨୪ ଘଣ୍ଟାରେ ୪ ହଜାର ୪୭୪ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୪ ହଜାର ୪୭୨ ଥିଲା। କେରଳରେ ସତର୍କ ସୂଚନା ଜାରି କରାଯାଇଛି। ଏଠାରେ ଦୈନିକ ସଂକ୍ରମଣ ୧୫ ଶହ ଉପରେ ରହିଛି। ଏଠାରେ ଏହା ୧,୫ ୯୮ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା ଏବଂ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି।
ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୮ ହଜାର ୬୧୧ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୫ ଲକ୍ଷ ୮୩ ହଜାର ୩୬୦ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୦ ଲକ୍ଷ ୧୩ ହଜାର ୯୯୯ ଜଣ ସୁସ୍ଥ ହୋଇ ସାରିଛନ୍ତି।

Share