ସରକାରୀ ରିପୋର୍ଟଠାରୁ ଢ଼େର୍‌ ଅଧିକ କରୋନା ମୃତକଙ୍କ ସଂଖ୍ୟା, ଭାରତରେ ୫୦ ଲକ୍ଷ…

ଓ୍ବାଶିଂଟନ, ୧୯।୧ : ପୃଥିବୀର ବିଭିନ୍ନ ଦେଶରେ ଘଟିଥିବା କରୋନା ଆକ୍ରାନ୍ତଙ୍କ ପ୍ରକୃତ ମୃତ୍ୟୁ ସଂଖ୍ୟା ସରକାରୀ ରିପୋର୍ଟଠାରୁ ଢ଼େର୍‌ ଅଧିକ ରହିଛି। ସରକାରୀ ଆକଳନ ଅନୁଯାୟୀ ମହାମାରୀ ଯୋଗୁ ୫୫ ନିୟୁତରୁ ଅଧିକ ଲୋକଙ୍କ ଜୀବନ ଯାଇଛି।

କିନ୍ତୁ ନେଚର ପ୍ରକ୍ଷରୁ ପ୍ରକାଶିତ ଏକ ନୂତନ ରିପୋର୍ଟରେ ଦାବି କରାଯାଇଛି ଯେ, ପ୍ରକୃତ ମୃତ୍ୟୁ ସଂଖ୍ୟା ସରକାରୀ ରିପୋର୍ଟଠାରୁ ବହୁଗୁଣା ହେବାର ଯଥେଷ୍ଟ ଆଶଙ୍କା ରହିଛି। ବିଶ୍ୱସ୍ତରରେ ନିଜର ଭାବମୂର୍ତ୍ତିକୁ ନିର୍ମଳ ରଖିବା ବହୁ ଦେଶ ସେମାନଙ୍କର ପ୍ରକୃତ କରୋନା ମୃତ୍ୟୁସଂଖ୍ୟାକୁ ଲୁଚାଇଛନ୍ତି କି ନାହିଁ ଏହାକୁ ନେଇ ଏକ ବିତର୍କ ଚାଲିଥିବାବେଳେ ନେଚରରେ ପ୍ରକାଶିତ ରିପୋର୍ଟ ସମସ୍ତଙ୍କୁ ଚକିତ କରିଦେଇଛି। ଲଣ୍ଡନର ଦ ଇକୋନୋମିଷ୍ଟ ପତ୍ରିକା ଦ୍ୱାରା ବ୍ୟବହୃତ ଏକ ମେସିନ ଲର୍ଣ୍ଣିଂ ପଦ୍ଧତିକୁ ଧ୍ୟାନରେ ରଖି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।

ସରକାରୀ ମୃତ୍ୟୁ ତଥ୍ୟ ତୁଳନାରେ ପ୍ରକୃତ ସଂଖ୍ୟା ଦୁଇ ଅବା ଚାରି ଗୁଣା ଅଧିକ ହୋଇପାରେ ବୋଲି ଏଥିରେ ଦର୍ଶାଯାଇଛି। ବିଶ୍ୱର ବିଭିନ୍ନ ଦେଶ କିପରି କରୋନା ମୃତ୍ୟୁ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି ତାହାର ଉଦାହରଣ ଏଥିରେ ପ୍ରଦାନ କରାଯାଇଛି।

ଏଥିରେ କୁହାଯାଇଛି ଯେ ନେଦରଲାଣ୍ଡରେ ସରକାର ମହାମାରୀର ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ ସଂକ୍ରମିତ ହେବା ପରେ ଡାକ୍ତରଖାନାରେ ମୃତ୍ୟୁ ଘଟି ଥିବା ଆକ୍ରନ୍ତଙ୍କୁ ଗଣନା କରିଥିଲେ।

ଅପରପକ୍ଷରେ, ବେଲଜିୟମରେ ଆକ୍ରାନ୍ତଙ୍କୁ ପରୀକ୍ଷା ନକରି ପ୍ରବଳ ଥଣ୍ଡା ଯୋଗୁ ମୃତ୍ୟୁ ଘଟିଛି ବୋଲି କୁହାଯାଇଥିବା ଦର୍ଶାଯାଇଛି।

ରିପୋର୍ଟରେ କୁହାଯାଇଛି ଯେ ଧନୀ ଦେଶମାନଙ୍କରେ ମୃତ୍ୟୁ ସଂଖ୍ୟା ଅଧିକ ଥିବାବେଳେ ଗରିବ ଦେଶରେ ଏହା କମ ରହିଛି। ୧୧୬ ଟି ଦେଶର ୱାଲର୍‌ଡ ମୋର୍ଟାଲିଟି ଡାଟାବେସ (ଡବ୍ଲ୍ୟଏମ୍‌ ଡି) ର ଏକ ବିଶ୍ଳେଷଣରେ କୁହାଯାଇଛି ଯେ ଗରିବ ଦେଶମାନଙ୍କରେ କମ ମୃତ୍ୟୁ ଘଟିଛି।

ଡାଟା ମଡେଲିଂ ଅନୁଯାୟୀ, ଧନୀ ଦେଶମାନଙ୍କରେ ପ୍ରକୃତ ମୃତ୍ୟୁ ସଂଖ୍ୟା ବର୍ତ୍ତମାନର ପରିସଂଖ୍ୟାନଠାରୁ ଏକ ତୃତୀୟାଂଶ ଅଧିକ ହୋଇପାରେ । ସେହିପରି ଗରିବ ଦେଶମାନଙ୍କରେ ପ୍ରକୃତ ମୃତ୍ୟୁ ସରକାରୀ ରିପୋର୍ଟ ତୁଳନାରେ ୨୦ ଗୁଣା ଅଧିକ ହେବାର ଆଶଙ୍କା ରହିଛି।

ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଶୀଘ୍ର ମୃତ୍ୟୁ ସମ୍ପର୍କରେ ଏହାର ପ୍ରଥମ ପରିସଂଖ୍ୟାନ ପ୍ରକାଶ କରିବାର ଆଶା ରହିଛି। ଡବ୍ଲ୍ୟଏମ୍‌ଡି ମଡେଲ ଅନୁଯାୟୀ, ୨୦୨୧ ଶେଷ ସୁଦ୍ଧା ରୁୁଷିଆରେ ୩୦୦,୦୦୦ ରୁ ଅଧିକ ଲୋକ କୋଭିଡ -୧୯ରେ ଆକ୍ରାନ୍ତ ହୋଇଥିଲେ। ସେହି ସମୟ ମଧ୍ୟରେ ସର୍ବାଧିକ ମୃତ୍ୟୁ ଏକ ଲକ୍ଷ ଅତିକ୍ରମ କରିଥିବାର ଆଶଙ୍କା ରହିଛି।

ଚାଇନା, ଭାରତ ଏବଂ ଆଫ୍ରିକାର ଅନେକ ଦେଶ ସମେତ ୧୦୦ରୁ ଅଧିକ ଦେଶରେ ଡବ୍ଲ୍ୟଏମ୍‌ଡି ରିପୋର୍ଟରେ ସଠିକ୍‌ ମୃତ୍ୟୁ ଆକଳନ କରାଯାଇ ନ ଥିବା କୁହାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ଏସବୁ ଦେଶର ସରକାର ମୃତ୍ୟୁ ସଂଖ୍ୟା ସଂଗ୍ରହ କରୁନାହାଁନ୍ତି କିମ୍ବା ଏହାକୁ ଶୀଘ୍ର ପ୍ରକାଶ କରୁନାହାଁନ୍ତି। ତେବେ, କୋଭିଡ-୧୯ ଯୋଗୁ ଏସବୁ ଦେଶଗୁଡ଼ିକରେ ମଧ୍ୟ ଲକ୍ଷ ଲକ୍ଷ ମୃତ୍ୟୁ ଘଟିଛି।

ଗତ ବର୍ଷ କୋଭିଡ-୧୯ର ଦ୍ୱିତୀୟ ଲହର ସମୟରେ ଭାରତ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ବେଳେ ମହାମାରୀ ଆରମ୍ଭରୁ ଇତିମଧ୍ୟରେ ୪ ୮୭,୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଉଛି। ଡବ୍ଲ୍ୟଏମ୍‌ଡି ପକ୍ଷରୁ ଗ୍ରହଣ କରାଯାଇଥିବା ମଡେଲ ଅନୁସାରେ ଦେଶରେ ପ୍ରାୟ ୫୦ ଲକ୍ଷ ମୃତ୍ୟୁ ଘଟିଛି।

ସେହିଭଳି ଚାଇନାରେ, ଇକୋନୋମିଷ୍ଟର ମଡେଲ ଆଧାରରେ ୭୫୦,୦୦୦ରୁ ଅଧିକ ମୃତ୍ୟୁ ଘଟି ଥିବା କୁହାଯାଉଛି। ଏହି ସଂଖ୍ୟା ଚାଇନାର ସରକାରୀ ରିପୋର୍ଟଠାରୁ ୧୫୦ ଗୁଣା ଅଧିକ। ଚାଇନା ସରକାର ମୃତ୍ୟୁ ସଂଖ୍ୟା ୪,୬୦୦ ଦର୍ଶାଇଥିବା ଏଥିରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri