ରାଜ୍ୟରେ ଆଉ ୧୪ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର, ୨୬।୧୦(ବ୍ୟୁରୋ): ରାଜ୍ୟରେ କରୋନାରେ ଆଉ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୫୯କୁ ବୃଦ୍ଧି ପାଇଛି।
ତେବେ ୧୪ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ୩ଜଣ ରହିଥିବା ବେଳେ କେନ୍ଦୁଝର-ମୟୂରଭଞ୍ଜ-ନୂଆପଡ଼ା-ସୁନ୍ଦରଗଡ଼ ଜିଲାରୁ ୨ ଜଣ ଲେଖାଏ, ବରଗଡ଼-ଗଞ୍ଜମେ- ସମ୍ବଲପୁରରୁ ୧ ଲେଖାଏ ମୃତକ ରହିଛନ୍ତି।