ଆଜି କରୋନା ନେଲା ୫୩ ଜୀବନ: ମୃତ୍ୟୁ ସଂଖ୍ୟା ୮ ହଜାର ଟପିଲା

ଭୁବନେଶ୍ୱର,୧।୯(ବ୍ୟୁରୋ):ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୬୮ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଖ୍ୟା ୮ ହଜାର ଟପିଛି। ଏବେ ୮,୦୨୨ ଜଣ କରୋନାରେ ଆଖିବୁଜିଛନ୍ତି। ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।