ରାଜ୍ୟରେ ୮୦୦ ଟପିଲା କରୋନା ମୃତ୍ୟୁସଂଖ୍ୟା, ଆଜି ନେଇଛି ୧୬ ଜୀବନ

ଭୁବନେଶ୍ୱର,୨୮ା୯(ବ୍ୟୁରୋ): ସୋମବାର ରାଜ୍ୟରୁ ଆଉ ୧୬ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୧୩କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି କରୋନାରେ ବାଲେଶ୍ୱରରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଖୋର୍ଦ୍ଧା, ପୁରୀ ଏବଂ ମୟୂରଭଞ୍ଜରୁ ୨ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି କଟକ, ବଲାଙ୍ଗୀର, ଢେଙ୍କାନାଳ, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨, ୧୨,୬୦୯ରେ ପହଞ୍ଚିଥିବା ବେଳେ ୧,୭୩,୫୭୧ ଜଣ ସୁସ୍ଥ ହୋଇଛନ୍ତି। ୩୮,୧୭୨ ଜଣ ଚିକିତ୍ସିତ ହେଉଛନ୍ତି। ୮୧୩ ଜଣଙ୍କ ମୃତ୍ୟୁ ଘଟିଛି।