ପୁଣି ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୧୨ା୮(ବ୍ୟୁରୋ): ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଶୁକ୍ରବାର ୬୦୦ ତଳେ ଥିବା ବେଳେ ଆଜି ଆଉ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମୃତକ ଜଣଙ୍କ କେନ୍ଦ୍ରାପଡ଼ାର ଜଣେ ୭୫ ବର୍ଷୀୟ ବୃଦ୍ଧ। ସେ କିଡ୍‌ନୀ ଏବଂ ଡାଇବେଟିସ୍‌ ରୋଗରେ ପୀଡ଼ିତ ଥିଲେ।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୧,୭୮୦ରେ ପହଞ୍ଚିଥିବା ବେଳେ ୧୩,୦୮,୧୬୬ ଜଣ ସୁସ୍ଥ ହୋଇଛନ୍ତି। ୪୪୦୭ ଜଣ ଚିକିିତ୍ସିତ ହେଉଛନ୍ତି।

Share