Posted inଫୁରସତ

ଘରକୁ ଘର ଯାଇ ଗରିବ ପିଲାଙ୍କୁ ପଢ଼ାଉଛନ୍ତି ଏହି ଦିବ୍ୟାଙ୍ଗ ଶିକ୍ଷକ, ବିଭିନ୍ନ ମହଲରୁ ଛୁଟୁଛି ପ୍ରଶଂସାର ସୁଅ

କରୋନା ମହାମାରୀ ସମୟରେ ବିଶେଷକରି ପିଲାମାନଙ୍କ ପାଠପଢ଼ା ବ୍ୟାହତ ହୋଇଛି। ଏହି ଦୁଃସ୍ଥିତି ସମୟରେ ଏମିତି କେତେକ ଶିକ୍ଷକ ଅଛନ୍ତି, ଯେଉଁମାନେ ପିଲାମାନଙ୍କୁ ଉଚିତ୍‌ ଶିକ୍ଷା ଦେବାରେ ଆଦୌ ଅବହେଳା କରୁନାହାନ୍ତି। ଏହି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ମନ୍ଦଶୌରରେ ଜଣେ ଦିବ୍ୟାଙ୍ଗ ଶିକ୍ଷକଙ୍କ କ୍ଷେତ୍ରରେ। ଯିଏକି କରୋନା ମହାମାରୀ ସମୟରେ ଛାତ୍ରୀଛାତ୍ରଙ୍କୁ ନିରନ୍ତର ଶିକ୍ଷା ପ୍ରଦାନ କରିଆସୁଛନ୍ତି। କରୋନା ଯୋଗୁ ସ୍କୁଲ ବନ୍ଦ। ତଥାପି ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବା ସହ ଏବଂ ହୋମ୍‌ଓ୍ବାର୍କ ପୂର୍ବପରି ଚାଲୁରଖିଛନ୍ତି।
ସ୍କୁଲଗୁଡ଼ିକ ବନ୍ଦ ହେବା ପରଠାରୁ ରାଜ୍ୟ ସରକାର ଜୁଲାଇ ୭ରୁ ‘ନିଜ ଘର ନିଜ ବିଦ୍ୟାଳୟ’ ଯୋଜନା ଅଧୀନରେ ପିଲାମାନଙ୍କୁ ଘରେ ଶିକ୍ଷା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ସରକାରୀ ଆଦେଶନାମା କେତେଦୂର ପାଳନ ହେଉଛି ତାହା କାହାକୁ ଅଛପା ନାହିଁ। ତେବେ ଏହି ସମୟରେ ଜଣେ ଦିବ୍ୟାଙ୍ଗ ଶିକ୍ଷକ ପ୍ରତିଦିନ ପିଲାମାନଙ୍କୁ ନିଷ୍ଠା ସହକାରେ ପଢ଼ାଉଛନ୍ତି।


ଏହି ଶିକ୍ଷକଙ୍କ ନାମ ରାମେଶ୍ୱର। ପିଲାମାନଙ୍କୁ ପଢ଼ାଇବା ପାଇଁ ଦୃଢ଼ ଇଚ୍ଛାଶକ୍ତି ରହିଛି ରାମେଶ୍ୱରଙ୍କର। ପିଲାମାନେ ମଧ୍ୟ ଏମିତି ଶିକ୍ଷକଙ୍କୁ ପାଇବା ପାଇଁ ବ୍ୟାକୁଳ। ପ୍ରତିଦିନ ଚାହିଁ ରହିଥାନ୍ତି କେତେବେଳେ ସାର୍‌ ଆସି ତାଙ୍କୁ ପଢ଼ାଇବେ। ଏହି ଗରିବ ପିଲାମାନେ ଅନ୍‌ଲାଇନ୍‌ ପାଠପଢ଼ାରୁ ବଞ୍ଚିତ। ତେଣୁ ରାମେଶ୍ୱରଙ୍କ ଶିକ୍ଷାଦାନ ଏହି ସମୟରେ ବେଶ୍‌ ଆକୃଷ୍ଟ କରୁଛି। ସେ ପ୍ରତିଦିନ ସକାଳେ ସହରର ବିଭିନ୍ନ ଅଞ୍ଚଳରେ ଠିକ୍‌ ସମୟରେ ପହଞ୍ଚି ନିଜ ଗାଡ଼ିରେ ପହଞ୍ଚନ୍ତି। ସେଠାରେ ପିଲାମାନଙ୍କୁ ପଢ଼ାଇଥାନ୍ତି। ସମସ୍ତ ପିଲାଙ୍କୁ ହୋମ୍‌ଓ୍ବାର୍କ ଦିଅନ୍ତି ଏବଂ ଚେକ୍‌ ମଧ୍ୟ କରନ୍ତି। ଯେଉଁଠି ଖୋଲା ସ୍ଥାନ ଦେଖନ୍ତି ସେଠାରେ କିଛି ପିଲାଙ୍କୁ ଏକାଠି କରି ପଢ଼ାଇଥାନ୍ତି।


ରାମେଶ୍ୱର କୁହନ୍ତି, ସରକାରଙ୍କ ଯୋଜନା ‘ଆମ ଘର ଆମ ବିଦ୍ୟାଳୟ’ ଯୋଜନା ଅନୁଯାୟୀ ଜୁଲାଇ ୭ରୁ ସେ ପ୍ରତିଦିନ ସକାଳେ ପିଲାମାନଙ୍କୁ ଶିକ୍ଷା ଦେବାକୁ ନିଜ ଗାଡ଼ିରେ ବାହାରି ପଡ଼ନ୍ତି। ସକାଳ ୧୦ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସେ ପିଲାମାନଙ୍କୁ ପଢ଼ାଇଥାନ୍ତି। ସିଏମ୍‌ ଶିବରାଜ ସିଂ ମଧ୍ୟ ରାମେଶ୍ୱରଙ୍କୁ ଟୁଇଟ୍‌ କରି ପ୍ରଶଂସା କରିଛନ୍ତି। ଚନ୍ଦ୍ରପୁରା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ରାମେଶ୍ୱର ଅଧିକାଂଶ ଗରିବ ପିଲାଙ୍କୁ ଶିକ୍ଷାଦାନ କରିଥାନ୍ତି। ତାଙ୍କର ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri