ରାଜ୍ୟରେ କରୋନା ୩ହଜାର ମୁହାଁ: ସର୍ବାଧିକ ସୁନ୍ଦରଗଡ଼ରୁ , ଖୋର୍ଦ୍ଧାରୁ

ଭୁବନେଶ୍ୱର,୧୫।୪(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଧିରେ ଧିରେ ଅସମ୍ଭାଳ ହେବାରେ ଲାଗିଛି। ଗୁରୁବାର ରାଜ୍ୟରେ ଏହି ସଂଖ୍ୟା ୩ହଜାର ମୁହାଁ ହୋଇଥିବା ଜଣାପଡ଼ିଛି। ଗତ ୨୪ ଘଣ୍ଟାରେ ୨୯୮୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୫୮,୩୪୨ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୭୩୩ଜଣ କ୍ୱାରାଣ୍ଟାଇନ୍‌ରୁ ରହିଥିବା ବେଳେ ଓ ୧୨୫୬ ଲୋକାଲ କେସ୍‌ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ୩୦ଟି ଜିଲାରୁ ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ସୁନ୍ଦରଗଡ଼ରୁ ୬୩୧ରହିଥିବା ବେଳେ ଖୋର୍ଦ୍ଧାରୁ ୪୩୮ଜଣ ରହିଛନ୍ତି। ସେହିପରି ଅନୁଗୋଳରୁ ୬୫, ବାଲେଶ୍ୱର ୮୩, ବରଗଡ଼ ୧୨୬, ଭଦ୍ରକ ୩୪, ବଲାଙ୍ଗୀର ୧୧୦, ବୌଦ୍ଧ ୧୦, କଟକ ୨୦୮, ଦେବଗଡ଼୨୩, ଢ଼େଙ୍କାନାଳ୨୧, ଗଜପତି ୧୫, ଗଞ୍ଜାମ ୬୩, ଜଗତସିଂହପୁର ୨୪, ଯାଜପୁର ୫୧, ଝାରସୁଗୁଡା ୮୪, କଳାହାଣ୍ଡି ୨୬୦, କନ୍ଧମାଳ ୮, କେନ୍ଦ୍ରାପଡ଼ା ୧୧, କେନ୍ଦୁଝର ୭୭, କୋରାପୁଟ ୧୪, ମାମଲକାନଗିରି ୨, ମୟୁରଭଞ୍ଜ ୩୮, ନବରଙ୍ଗପୁର ୪୩, ନୟାଗଡ଼ ୧୨, ନୂଆପଡ଼ା ୧୫୧, ପୁରୀ ୧୧୨, ରାୟଗଡ଼ା ୨୭, ସମ୍ବଲପୁର ୧୪୮, ସୋନପୁର ୬ ଏବଂ ଷ୍ଟେଟ ପୁଲରୁ ୯୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ, ବର୍ତ୍ତମାନ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୫୮,୩୪୨ରେ ପହଞ୍ଚିଥିବା ବେଳେ ସେଥିରୁ ୩,୪୧,୭୩୩ଜଣ ସୁସ୍ଥ ଓ ୧୪,୬୨୧ଜଣ ଏବେ ବି ଚିକିତ୍ସାଧିନ ରହିଛନ୍ତି।