କରୋନା ଓ ଡାଇବେଟିସ୍‌

”କରୋନା ଭାଇରସ ବର୍ତ୍ତମାନ ବିଶ୍ୱର ଅଧିକାଂଶ ଦେଶରେ କାୟା ବିସ୍ତାର କରିଛି। ସାଧାରଣ ଲୋକଙ୍କ ତୁଳନାରେ ଡାଇବେଟିସ୍‌ ରୋଗୀଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି କ୍ଷୀଣ ପାଉଥିବାରୁ ଏହି ଭୂତାଣୁ ଶୀଘ୍ର ସଂକ୍ରମିତ ହୋଇଥାଏ। ବୟସ୍କ ଡାଇବେଟିସ୍‌ ରୋଗୀ, ଅନିୟନ୍ତ୍ରିତ ରକ୍ତ ସର୍କରାରେ ଆକ୍ରାନ୍ତ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ରୋଗର ଭୟାଭୟତା ଏବଂ ମୃତ୍ୟୁ ଆଶଙ୍କା ବେଶି…“

କୋଭିଡ୍‌-୧୯ ଭୂତାଣୁ ବିଶେଷ କରି ନିଃଶ୍ୱାସଜନିତ ବାୟୁ କଣିକା ଦ୍ୱାରା ସଂଚାରିତ ହୋଇଥାଏ। ୯୮% ରୋଗୀଙ୍କଠାରେ ଏହା ମୃଦୁ ଅବସ୍ଥାରେ ଥିବା ବେଳେ ୨% ରୋଗୀଙ୍କର ମୃତ୍ୟୁ ଘଟିଥାଏ। ୮୦% ରୋଗୀଙ୍କଠାରେ ଏହା ସାମାନ୍ୟ ଫ୍ଲୁ ଭାବେ ଦେଖା ଦେଇଥାଏ ଏବଂ ରୋଗୀ ନିଜ ଘରେ ହିଁ ଆରୋଗ୍ୟ ଲାଭ କରିଥାନ୍ତି। ୨୦% ରୋଗୀଙ୍କ କ୍ଷେତ୍ରରେ ଏହା ଜଟିଳ ରୂପ ଧାରଣ କରି ମୃତ୍ୟୁ ଆଶଙ୍କା ବୃଦ୍ଧି କରିଥାଏ। ଏହା ବୟସ୍କ, ଶିଶୁ, ଉଚ୍ଚରକ୍ତ ଚାପ, ଫୁସ୍‌ଫୁସ୍‌, କିଡ୍‌ନୀ, ଯକୃତ, ହୃତ୍‌ପିଣ୍ଡ ସମସ୍ୟା ଥିବା ରୋଗୀ ଏବଂ ବିଶେଷ କରି ମଧୁମେହ ବା ଡାଇବେଟିସ୍‌ ରୋଗୀଙ୍କ ଲାଗି ଅଧିକ ବିପଦପୂର୍ଣ୍ଣ।
ଖାଦ୍ୟ ପେୟ: ଡାଇବେଟିସ୍‌ ରୋଗୀ ବର୍ତ୍ତମାନ ସମୟରେ ଶ୍ୱେତସାର(ଭାତ, ରୁଟି)ର ପରିମାଣ କମାଇ ପୁଷ୍ଟିସାର, ଭିଟାମିନ୍‌, ମିନେରାଲ ଯୁକ୍ତ ଖାଦ୍ୟ ତରକାରି, ଡାଲି, ସାଲାଡ୍‌ର ମାତ୍ରା ବଢାଇବା ଦରକାର। ଭଲ ଭାବେ ରୋଷେଇ ହୋଇଥିବା ଆମିଷ ଖାଦ୍ୟ ଖାଇପାରିବେ। ବାହାର ଖାଦ୍ୟ, ତେଲ ମସଲାଯୁକ୍ତ ଖାଦ୍ୟ ନ ଖାଇ ଘରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ। ଥଣ୍ଡା ଖାଦ୍ୟ କିମ୍ବା ପାନୀୟ ବଦଳରେ ଉଷୁମ ଖାଦ୍ୟ ଉପକାରୀ। ଉଷୁମ ପାଣି ସହ ଗରମ ସୁପ୍‌ ଆଦି ପିଇବା ଭଲ।
ସତର୍କତା: – ହାତକୁ ୨୦ ସେକେଣ୍ଡ ଧରି ସାବୁନ ଅଥବା ଆଲକହଲ୍‌ ଯୁକ୍ତ ସାନିଟାଇଜରରେ ଧୁଅନ୍ତୁ।
– ଛିଙ୍କିବା, କାଶିବା, ସମୟରେ ନିଜ ନାକ ଏବଂ ମୁହଁକୁ ରୁମାଲ କିମ୍ବା ଟିସୁରେ ଘୋଡାଇ ରଖନ୍ତୁ। ରୁମାଲକୁ ଭଲ ଭାବେ ଧୁଅନ୍ତୁ ଏବଂ ଟିସୁ ବ୍ୟବହାର କରୁଥିଲେ ଏହାକୁ କଭର ଥିବା ଡଷ୍ଟବିନ୍‌ରେ ଫିଙ୍ଗି ଦିଅନ୍ତୁ। ବାରମ୍ବାର ମୁହଁ, ପାଟି, ନାକକୁ ସ୍ପର୍ଶ କରିବାଠୁ ନିଜକୁ ଦୂରେଇ ରଖନ୍ତୁ।
– ମାସ୍କ ବ୍ୟବହାର କରିବା ପୂର୍ବରୁ ଏବଂ ପରେ ହାତକୁ ୨୦ ସେକେଣ୍ଡ ଧରି ଧୁଅନ୍ତୁ। ମାସ୍କରେ ଯେପରି ନାକ ଏବଂ ପାଟି ଭଲ ଭାବେ ଘୋଡାଇ ହେବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଏହାକୁ ବେକରେ ଟାଙ୍ଗନ୍ତୁ ନାହିଁ। ଝାଳ ଲାଗିଲେ ତୁରନ୍ତ ଏହାକୁ ବଦଳାନ୍ତୁ। ଏହାକୁ ଭଲ ଭାବେ ସଫା କରନ୍ତୁ। ଯଦି ବର୍ଜନଯୋଗ୍ୟ ମାସ୍କ ବ୍ୟବହାର କରୁଛନ୍ତି ତେବେ ଖୋଲିବା ପରେ ଡିସ୍‌ଇନ୍‌ଫେକ୍ଟ କରି ଡଷ୍ଟବିନ୍‌ରେ ଫିଙ୍ଗି ଦିଅନ୍ତୁ।
– ଘରର ଚଟାଣ, ସୋଫା, ଟେବୁଲ୍‌, ଚେୟାର, କମ୍ପ୍ୟୁଟର, ମୋବାଇଲ୍‌ ଫୋନ୍‌ ଏବଂ ଅନ୍ୟାନ୍ୟ ଅଧିକ ବ୍ୟବହାର ହେଉଥିବା ଜିନିଷକୁ ଭଲ ଭାବେ ସାନିଟାଇଜ୍‌ କରନ୍ତୁ। ସେହିପରି ନିଜ ପର୍ସନାଲ ଜିନିଷ ଯଥା ଡ୍ରେସ୍‌, ଟାଓ୍ବେଲ, ବେଡ୍‌ଶିଟ୍‌ ଆଦି ଅନ୍ୟକୁ ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ।
– ଆଖ ପାଖରେ କୌଣସି ଲୋକ ଅସୁସ୍ଥ ଥିଲେ ବା କାଶ, ଛିଙ୍କ ହେଉଥିଲେ ତାଙ୍କ ପାଖକୁ ଯାଆନ୍ତୁ ନାହିଁ। ନିହାତି ଆବଶ୍ୟକ ନ ଥିଲେ ଜନଗହଳି ସ୍ଥାନକୁ ଆଦୌ ଯାଆନ୍ତୁ ନାହିଁ ଏବଂ ପବ୍ଲିକ୍‌ ଟ୍ରାନ୍ସପୋର୍ଟ ବ୍ୟବହାର କରନ୍ତୁ ନାହିଁ।
– ଅଫିସ୍‌ କାମ ଘରେ ଥାଇ( ଓ୍ବାର୍କ ଫ୍ରମ୍‌ ହୋମ) କରିବାକୁ ଚେଷ୍ଟା କରନ୍ତୁ। ଏମିତି କି ଯଦି ସମ୍ଭବ ତେବେ ଡାକ୍ତରୀ ସେବା ମଧ୍ୟ ଫୋନ୍‌ ଯୋଗେ ନେଇପାରିଲେ ଭଲ।
– ଦୈନନ୍ଦିନ ୩୦ମିନିଟ୍‌ ଚାଲନ୍ତୁ, ସପ୍ତାହକୁ ୩ଦିନ ୧୦ ମିନିଟ୍‌ ଲେଖାଏଁ ମାଂସପେଶୀ ସୁଦୃଢ କରିବା ଭଳି ବ୍ୟାୟାମ କରନ୍ତୁ। ଏକତ୍ର ବ୍ୟାୟାମ, ଜିମ୍‌, ସ୍ବିମିଙ୍ଗ୍‌ପୁଲ୍‌ ଆଦି ନ ଯିବା ଭଲ।
ରିସ୍କ ଫ୍ୟାକ୍ଟର: ଯଦି ଘରେ କରୋନା ରୋଗୀ ବାହାରନ୍ତି, କୌଣସି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସନ୍ତି କିମ୍ବା ୧ ମିଟରରୁ କମ୍‌ ବ୍ୟବଧାନରେ ସାମ୍ନା ସାମ୍ନି ହୋଇଥାନ୍ତି(ଏରୋପ୍ଲେନ୍‌ ଯାତ୍ରା ମଧ୍ୟ ଅନ୍ତର୍ଭୁକ୍ତ) ତେବେ ଡାଇବେଟିସ୍‌ ରୋଗୀଙ୍କ କ୍ଷେତ୍ରରେ ଏହି ରୋଗ ସଂକ୍ରମଣର ଆଶଙ୍କା ବେଶି। ଅର୍ଥାତ୍‌ ଏମାନେ କଣ୍ଟାକ୍ଟ ଲିଷ୍ଟ ଅନ୍ତର୍ଭୁକ୍ତ ହୋଇଥିବାରୁ ସୁରକ୍ଷା ଦୃଷ୍ଟିରୁ ୧୪ ଦିନ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବା ଦରକାର। କାରଣ ରୋଗର ଲକ୍ଷଣ ଜଣା ପଡିବା ଯାଏ ଏହି ୧୪ ଦିନ(ଇନ୍‌କ୍ୟୁବେଶନ୍‌ ପିରିଅଡ୍‌) ସର୍ବାଧିକ ସତର୍କ ରହିବା ଆବଶ୍ୟକ। ଏ ସମୟରେ ପରିବାରର ଅନ୍ୟ ସଦସ୍ୟ ବିଶେଷ କରି ବୃଦ୍ଧ, ଶିଶୁ ଏବଂ ଗର୍ଭବତୀଙ୍କଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିବା ଆବଶ୍ୟକ।
କିପରି ପ୍ରସ୍ତୁତ ରହିବେ: ନିଜ ଡାକ୍ତରଙ୍କ ଯୋଗାଯୋଗ ନମ୍ବର, ବ୍ୟବହାର କରୁଥିବା ଔଷଧ ଲିଷ୍ଟ ଆଦି ପରିବାର ସଦସ୍ୟଙ୍କୁ ଦିଅନ୍ତୁ। ଏକ ମାସ ପର୍ଯ୍ୟନ୍ତ ଆବଶ୍ୟକ ସମସ୍ତ ମେଡିସିନ୍‌, ଇନ୍‌ସୁଲିନ୍‌, ସିରିଞ୍ଜ, ଛୁଞ୍ଚତ୍ ଆଦି କିଣି ରଖନ୍ତୁ। ମାସ୍କ ଏବଂ ସାନିଟାଇଜର ମଧ୍ୟ ଅଧିକ ପରିମାଣରେ ରଖନ୍ତୁ। କୌଣସି କାରଣରୁ ହଠାତ୍‌ ଶର୍କରା ମାତ୍ରା ହ୍ରାସ ହେଲେ ଏହାକୁ ଠିକ୍‌ କରିବା ଲାଗି ଚିନି, ଚକ୍‌ଲେଟ, ଗ୍ଲୁକୋଜ ଆଦି ପାଖରେ ରଖନ୍ତୁ। ଆବଶ୍ୟକ ସ୍ଥଳେ ଡାକ୍ତରଙ୍କ ପରାମର୍ଶ କ୍ରମେ ଇନ୍‌ଫ୍ଲୁଏଞ୍ଜା ଏବଂ ନ୍ୟୁମୋକୋକାଲ ଭ୍ୟାକ୍ସିନ୍‌ ନେଇ ପାରିବେ ଏବଂ ଇନ୍‌ସୁଲିନ୍‌ ନେଉଥିଲେ ମଝିରେ ମଝିରେ ୟୁରିନ୍‌ କେଟୋନ୍‌ ଟେଷ୍ଟ କରିବେ। ବାହାରକୁ ନ ଯାଇ ଘରେ ଗ୍ଲକୋମିଟର ରଖି ବ୍ଲଡ୍‌ ସୁଗାର ଟେଷ୍ଟ କରିପାରିବେ।
ଔଷଧରେ ପରିବର୍ତ୍ତନ: ଡାଇବେଟିସ୍‌ ରୋଗୀ ଅତ୍ୟଧିକ ବ୍ଲଡ୍‌ ସୁଗାର ହ୍ରାସ କରୁଥିବା ଏବଂ ଦେହରେ ଜଳୀୟାଂଶ ଘଟାଉଥିବା ଔଷଧ ବ୍ୟବହାର ନ କରିବା ଭଲ। ଅନ୍ୟ ଔଷଧର ମାତ୍ରା ବି କମାଇବା ଦରକାର। କୌଣସି ଅସୁସ୍ଥତା ଯୋଗୁ ଡାକ୍ତରଖାନାରେ ଭର୍ତ୍ତି ହେଲେ ଆବଶ୍ୟକସ୍ଥଳେ ଇନ୍‌ସୁଲିନ୍‌ ନେବାକୁ କୁଣ୍ଠାବୋଧ କରନ୍ତୁ ନାହିଁ। ତେବେ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ବନ୍ଦ କିମ୍ବା ପରିବର୍ତ୍ତନ କରନ୍ତୁ ନାହିଁ।
ମନେରଖନ୍ତୁ କୋଭିଡ୍‌-୧୯ ସମ୍ବନ୍ଧିତ କୌଣସି ଠିକ ତଥ୍ୟ ଜାଣିବା କିମ୍ବା ସହାୟତା ଲାଗି ଯେକୌଣସି ସାଇଟ୍‌ ନ ଦେଖି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(WHO), CDC-USA, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ(ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର)ରୁ ରିପୋର୍ଟ ସଂଗ୍ରହ କରିପାରିବେ।

ଡା. ସୁନୀଲ କୁମାର କୋଟା
-ଡାଇବେଟିସ୍‌ ଆଣ୍ଡ ଏଣ୍ଡୋକେୟାର କ୍ଲିନିକ, ବ୍ରହ୍ମପୁର


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri