ରାଜ୍ୟରୁ ପୁଣି ୨୨ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୩।୨(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୨୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୮୮୪ କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ ବାଲେଶ୍ୱର ଜିଲାରୁ ୮ଜଣ ରହିଥିବା ବେଳେ ସୁନ୍ଦରଗଡ଼ରୁ ୪ଜଣ, ଗଞ୍ଜାମ ଜିଲାରୁ ୩ଜଣ ରହିଛନ୍ତି । ସେହିପରି ନବରଙ୍ଗପୁର, କେନ୍ଦୁଝର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଅନଗୋଳ ଜିଲାରୁ ଜଣେ ଲେଖାଏ ରହିଛନ୍ତି ।