ମକାଚାଷୀଙ୍କୁ ଧକ୍କା

ସୁଧୀର କୁମାର ପରିଡ଼ା

କାମାକ୍ଷାନଗର, ୨୨।୯ – ଅର୍ଥକରୀ ଫସଲ ମକା ଚାଷ ପାଇଁ ଢେଙ୍କାନାଳର ଥଣ୍ଡା ଜଳବାୟୁ ଉପକାରୀ ସାବ୍ୟସ୍ତ ହୋଇଛି। ବିଶେଷକରି କାମାକ୍ଷାନଗର ବ୍ଲକରେ ଗତକିଛି ବର୍ଷ ହେଲା ମିଠା ମକା (ସୁଇଟ୍‌ କର୍ନ) ଚାଷ କରି ଭାଗ୍ୟ ବଦଳାଇବାକୁ ଉଦ୍ୟମ ଜାରି ରଖିଛନ୍ତି ଚାଷୀ। ହେଲେ ଅନିୟମିତ ଜଳବାୟୁ ସେମାନଙ୍କ ସାଥ୍‌ ଦେଉନି। ସେହିପରି କୃଷି ବିଭାଗ ପକ୍ଷରୁ ଆବଶ୍ୟକ ବୈଷୟିକ ଜ୍ଞାନକୌଶଳ, ରୋଗୋପୋକ ଦମନ ପାଇଁ ପରାମର୍ଶ ମିଳୁ ନ ଥିବାରୁ ହତାଶ ହୋଇପଡୁଛନ୍ତି ଚାଷୀ। ସର୍ବୋପରି ଉତ୍ପାଦିତ ଫସଲ ବିକ୍ରି ପାଇଁ ବଜାର ସୁବିଧା ନ ଥିବାରୁ ଅସହାୟ ଅବସ୍ଥାରେ କେବେ ରାସ୍ତା କଡ଼ରେ ତ କେବେ ଶାଗମାଛ ଦରରେ ବାହାର ବେପାରୀଙ୍କୁ ମକା ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ସେମାନେ।
ବ୍ଲକ କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କାମାକ୍ଷାନଗର ବ୍ଲକର କୁସୁମଯୋଡ଼ି ପଞ୍ଚାୟତର ଆଲୁଅଝରଣ, ମରିଚାକଣ, ମହୁଲପାଳ ପଞ୍ଚାୟତର ବିଜାଡ଼ିହ, କଦଳୀପାଳ, କାନପୁରା ପଞ୍ଚାୟତର ଗୁଣ୍ଡିଚାନାଳୀ, ବାଉଁଶପାଳ ପଞ୍ଚାୟତର ଚୁଳିଆ, ଟାସିଁରି, ମାଝିସାହି ଆଦି ଗ୍ରାମରେ ଅନୁକୂଳ ଜଳବାୟୁ ପାଇଁ ବର୍ଷକୁ ଦୁଇଥର ମକା ଚାଷ କରାଯାଉଛି। ଏହି ସବୁ ସ୍ଥାନରେ ପ୍ରାୟ ୫୦ ଏକର ଜମିରେ ଉଭୟ ସୁଇଟ କର୍ନ ଏବଂ ସାଧାରଣ ମକା ହେଉଛି। ଚାଷୀମାନେ ଖରିଫ୍‌ ଋତୁରେ ମୌସୁମୀ ବର୍ଷା ଏବଂ ରବି ଋତୁରେ ପୋଖରୀ, ଗାଡ଼ିଆ, ଉଠାସେଚ ପ୍ରକଳ୍ପ ମାଧ୍ୟମରେ ଜଳସେଚନ କରି ଫସଲ ଅମଳ କରିଥାଆନ୍ତି। ତେବେ ଚଳିତ ବର୍ଷ ଅନିୟମିତ ବୃଷ୍ଟିପାତ ଯୋଗୁ ଚାଷୀଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡ଼ିଛି। ଚାଷ ଆରମ୍ଭ ଅର୍ଥାତ୍‌ ବିହନ ବୁଣିବା ସମୟରେ ବର୍ଷା ନ ହେବାରୁ ଆବଶ୍ୟକ ସଂଖ୍ୟକ ଗଛ ଉଠିଲାନାହିଁ। ଜଳାଭାବରୁ ବଞ୍ଚତ୍ଥିବା ଗଛ ହୃଷ୍ଟପୁଷ୍ଟ ହେଲାନାହିଁ। ଅମଳ ସମୟରେ ଲଘୁଚାପଜନିତ ଲଗାଣ ବର୍ଷା ଦାଉ ସାଧିଛି। ଝଡ଼ିବର୍ଷା ଏବଂ ପବନରେ ଅଧିକାଂଶ ଜମିରେ ଫଳନ୍ତି ମକା ଗଛ ନଇଁ ଯାଇଛି। ଆଗକୁ ଆହୁରି ବର୍ଷା ଆଶଙ୍କା ଥିବାରୁ ଚାଷରେ ଖର୍ଚ୍ଚ କରିଥିବା ଟଙ୍କା କିପରି ଉଠିବ, ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ।
ଅପରପକ୍ଷେ ମକା ଚାଷକୁ କୃଷି ବିଭାଗ ଆବଶ୍ୟକ ଗୁରୁତ୍ୱ ଦେଉ ନ ଥିବା କେତେଜଣ ଚାଷୀ ଅଭିଯୋଗ ଆଣିଛନ୍ତି। ସେମାନଙ୍କ କହିବା କଥା, ମକା ଚାଷ କରିବାକୁ ଚାଷୀଙ୍କ ମଧ୍ୟରେ ଆଗ୍ରହ ରହିଛି। ଯୁବଚାଷୀମାନେ ଏହା ଦ୍ୱାରା ଭଲ ଦି ପଇସା ରୋଜଗାର କରିବାକୁ ଚାହୁଁଛନ୍ତି। ହେଲେ କୃଷି ବିଭାଗ ପକ୍ଷରୁ ଆବଶ୍ୟକ ଜ୍ଞାନକୌଶଳ ଏବଂ ପ୍ରୋତ୍ସାହନ ମିଳୁନାହିଁ। ଅଧିକାରୀମାନେ କଁା ଭଁା ପରିଦର୍ଶନରେ ଆସୁଥିବାବେଳେ ସେମାନଙ୍କ ପରିଦର୍ଶନ କୃଷକ ସାଥୀଙ୍କ ପାଖରେ ସୀମିତ ରହୁଛି। ଫଳରେ ଚାଷରେ ଥିବା ପ୍ରକୃତ ସମସ୍ୟା ଜଣାପଡୁନାହିଁ। ଚାଷୀମାନେ ଥରେ ଦି ଥର ଚାଷ କରିବା ପରେ ଆଉ ଆଗ୍ରହ ପ୍ରକାଶ କରୁନାହାନ୍ତି। ଅନ୍ୟପଟେ ବ୍ଲକରେ ମକା ବିକ୍ରି କରିବା ଲାଗି ଆବଶ୍ୟକ ବଜାର ସୁବିଧା ନାହିଁ। ତେଣୁ କଟକ, ଭୁବନେଶ୍ୱର ଏବଂ ପୁରୀର ବ୍ୟବସାୟୀ ଆସି ଶାଗମାଛ ଦରରେ ମକା ନେଇଯାଉଛନ୍ତି। ବିକଳ୍ପ ନ ଥିବାର ସୁଇଟ୍‌ କର୍ନ ଗୋଟାକୁ ୫ରୁ ୭ ଟଙ୍କା ଏବଂ ସାଧାରଣ ମକା ୨ରୁ ୩ ଟଙ୍କା ଦରରେ ବିକ୍ରି କରୁଛନ୍ତି। ଖର୍ଚ୍ଚ ଉଠାଇବାକୁ ଅନେକ ଚାଷୀ ଖରା, ବର୍ଷା, ଶୀତ କାକରରେ ରାସ୍ତାକଡ଼ରେ ବସି ମକା ବିକିବାକୁ ବାଧ୍ୟ ହେଉଛନ୍ତି।
ଅସହଯୋଗ କରୁଛି କୃଷି ବିଭାଗ
ମକାଚାଷୀଙ୍କୁ କୃଷି ବିଭାଗ ପକ୍ଷରୁ ଆବଶ୍ୟକ ସହଯୋଗ ମିଳୁନାହିଁ। ଅଧିକ ଅମଳକ୍ଷମ ବିହନ, କୀଟନାଶକ ପ୍ରୟୋଗ ସମ୍ପର୍କରେ ସଚେତନ କରିବାକୁ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରୁନାହାନ୍ତି। କୃଷି ଅଧିକାରୀ ଏବଂ ଚାଷୀଙ୍କ ମଧ୍ୟରେ ସମନ୍ବୟ ରହିଲେ ସମସ୍ୟାର ସମାଧାନ ହୋଇପାରିବ।
-ରତ୍ନାକର ବିଶ୍ୱାଳ, ମକାଚାଷୀ, ମରିଚାକଣ
ମକା ପାକଳ ହୋଇ ଶୁଖିଗଲାଣି
ହାତରୁ ଟଙ୍କା ଖର୍ଚ୍ଚ କରି ଚଳିତ ବର୍ଷ ୨ ଏକର ଜମିରେ ମକା ଲଗାଇଥିଲି। ହେଲେ ବଜାର ସୁବିଧା ନ ଥିବାରୁ ଅଦରରେ ବିକ୍ରି କରିବାକୁ ସାହସ ହେଉନାହିଁ। ଜମିରେ ମକା ପାକଳ ହୋଇ ଶୁଖିଗଲାଣି। ସରକାର ମଣ୍ଡି ବ୍ୟବସ୍ଥା କଲେ ଅଞ୍ଚଳର ଶତାଧିକ ଚାଷୀ ଉପକୃତ ହୋଇପାରନ୍ତେ।
-ଉଗ୍ରସେନ ସାହୁ, ମକାଚାଷୀ, ମରିଚାକଣ
ଚାହିଦା ଅଛି, ବଜାର ନାହିଁ
କାମାକ୍ଷାନଗର ଅଞ୍ଚଳର ଉତ୍ପାଦନ ହେଉଥିବା ମକାର ଚାହିଦା ରହିଛି କିନ୍ତୁ ବଜାର ସୁବିଧା ନାହିଁ। ଅନ୍ୟ ଉପାୟ ନ ଥିବାରୁ କଟକ, ଭୁବନେଶ୍ୱରର ବ୍ୟବସାୟୀଙ୍କୁ ତରବରିଆ ଭାବେ କମ୍‌ ଦରରେ ବକ୍ରି କରି ଦେଉଛୁ। ଅନେକ ଚାଷୀ ରାସ୍ତାକଡ଼ରେ ବସି ମକା ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।
-ରୋହିତ ପାତ୍ର, ମକାଚାଷୀ, ଆଲୁଅଝରଣ
ସୁଲଭ ଦରରେ ବିହନ ଦିଆଯାଉ
ସୁଇଟ୍‌ କର୍ନ ଚାଷରେ ସାଧାରଣ ମକାଠାରୁ ୨ ଗୁଣା ଅଧିକ ଲାଭ। କିନ୍ତୁ ରୋଗପୋକ ଉପଦ୍ରବ ଭୟ ସାଙ୍ଗକୁ ବିହନ ମୂଲ୍ୟ ମଧ୍ୟ ଅଧିକ। ତେଣୁ ଇଚ୍ଛା ଥିଲେ ବି ଚାଷୀ ସୁଇଟ୍‌ କର୍ନ ଚାଷ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି। ସୁଲଭ ମୂଲ୍ୟରେ ବିହନ ମିଳିଲେ ଆଲୁଅଝରଣ ମକା ଚାଷୀଙ୍କ ଗଁା ଭାବେ ପରିଚିତ ହୋଇପାରନ୍ତା।
-ସାନୁଜ ପାତ୍ର, ମକାଚାଷୀ, ଆଲୁଅଝରଣ
ମଣ୍ଡି ଖୋଲିବା ସମ୍ଭବ ନୁହେଁ
ଚଳିତ ବର୍ଷ ବ୍ଲକର ପ୍ରାୟ ୫୦ ଏକର ଜମିରେ ମକା ଚାଷ ହୋଇଛି। ଚାଷୀମାନେ ବିଭାଗ ସହ ଯୋଗାଯୋଗ କଲେ ରିହାତି ଦରରେ ସାର, ଔଷଧ ଯୋଗାଇ ଦେବାର ବ୍ୟବସ୍ଥା ଅଛି। ବ୍ୟାପକ ମକା ଉତ୍ପାଦନ ହେଉ ନ ଥିବାରୁ ମଣ୍ଡି ଖୋଲିବା ସମ୍ଭବପର ହେଉନାହିଁ। ତେଣୁ ଚାଷୀ ଗୋଟା ହିସାବରେ ମକା ବିକ୍ରି କରୁଛନ୍ତି।
-ସନ୍ତୋଷ କୁମାର ତରାଇ,କାମାକ୍ଷାନଗର ସହକାରୀ କୃଷି ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri