ମକାଚାଷୀଙ୍କୁ ଧକ୍କା

ସୁଧୀର କୁମାର ପରିଡ଼ା

କାମାକ୍ଷାନଗର, ୨୨।୯ – ଅର୍ଥକରୀ ଫସଲ ମକା ଚାଷ ପାଇଁ ଢେଙ୍କାନାଳର ଥଣ୍ଡା ଜଳବାୟୁ ଉପକାରୀ ସାବ୍ୟସ୍ତ ହୋଇଛି। ବିଶେଷକରି କାମାକ୍ଷାନଗର ବ୍ଲକରେ ଗତକିଛି ବର୍ଷ ହେଲା ମିଠା ମକା (ସୁଇଟ୍‌ କର୍ନ) ଚାଷ କରି ଭାଗ୍ୟ ବଦଳାଇବାକୁ ଉଦ୍ୟମ ଜାରି ରଖିଛନ୍ତି ଚାଷୀ। ହେଲେ ଅନିୟମିତ ଜଳବାୟୁ ସେମାନଙ୍କ ସାଥ୍‌ ଦେଉନି। ସେହିପରି କୃଷି ବିଭାଗ ପକ୍ଷରୁ ଆବଶ୍ୟକ ବୈଷୟିକ ଜ୍ଞାନକୌଶଳ, ରୋଗୋପୋକ ଦମନ ପାଇଁ ପରାମର୍ଶ ମିଳୁ ନ ଥିବାରୁ ହତାଶ ହୋଇପଡୁଛନ୍ତି ଚାଷୀ। ସର୍ବୋପରି ଉତ୍ପାଦିତ ଫସଲ ବିକ୍ରି ପାଇଁ ବଜାର ସୁବିଧା ନ ଥିବାରୁ ଅସହାୟ ଅବସ୍ଥାରେ କେବେ ରାସ୍ତା କଡ଼ରେ ତ କେବେ ଶାଗମାଛ ଦରରେ ବାହାର ବେପାରୀଙ୍କୁ ମକା ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ସେମାନେ।
ବ୍ଲକ କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କାମାକ୍ଷାନଗର ବ୍ଲକର କୁସୁମଯୋଡ଼ି ପଞ୍ଚାୟତର ଆଲୁଅଝରଣ, ମରିଚାକଣ, ମହୁଲପାଳ ପଞ୍ଚାୟତର ବିଜାଡ଼ିହ, କଦଳୀପାଳ, କାନପୁରା ପଞ୍ଚାୟତର ଗୁଣ୍ଡିଚାନାଳୀ, ବାଉଁଶପାଳ ପଞ୍ଚାୟତର ଚୁଳିଆ, ଟାସିଁରି, ମାଝିସାହି ଆଦି ଗ୍ରାମରେ ଅନୁକୂଳ ଜଳବାୟୁ ପାଇଁ ବର୍ଷକୁ ଦୁଇଥର ମକା ଚାଷ କରାଯାଉଛି। ଏହି ସବୁ ସ୍ଥାନରେ ପ୍ରାୟ ୫୦ ଏକର ଜମିରେ ଉଭୟ ସୁଇଟ କର୍ନ ଏବଂ ସାଧାରଣ ମକା ହେଉଛି। ଚାଷୀମାନେ ଖରିଫ୍‌ ଋତୁରେ ମୌସୁମୀ ବର୍ଷା ଏବଂ ରବି ଋତୁରେ ପୋଖରୀ, ଗାଡ଼ିଆ, ଉଠାସେଚ ପ୍ରକଳ୍ପ ମାଧ୍ୟମରେ ଜଳସେଚନ କରି ଫସଲ ଅମଳ କରିଥାଆନ୍ତି। ତେବେ ଚଳିତ ବର୍ଷ ଅନିୟମିତ ବୃଷ୍ଟିପାତ ଯୋଗୁ ଚାଷୀଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡ଼ିଛି। ଚାଷ ଆରମ୍ଭ ଅର୍ଥାତ୍‌ ବିହନ ବୁଣିବା ସମୟରେ ବର୍ଷା ନ ହେବାରୁ ଆବଶ୍ୟକ ସଂଖ୍ୟକ ଗଛ ଉଠିଲାନାହିଁ। ଜଳାଭାବରୁ ବଞ୍ଚତ୍ଥିବା ଗଛ ହୃଷ୍ଟପୁଷ୍ଟ ହେଲାନାହିଁ। ଅମଳ ସମୟରେ ଲଘୁଚାପଜନିତ ଲଗାଣ ବର୍ଷା ଦାଉ ସାଧିଛି। ଝଡ଼ିବର୍ଷା ଏବଂ ପବନରେ ଅଧିକାଂଶ ଜମିରେ ଫଳନ୍ତି ମକା ଗଛ ନଇଁ ଯାଇଛି। ଆଗକୁ ଆହୁରି ବର୍ଷା ଆଶଙ୍କା ଥିବାରୁ ଚାଷରେ ଖର୍ଚ୍ଚ କରିଥିବା ଟଙ୍କା କିପରି ଉଠିବ, ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ।
ଅପରପକ୍ଷେ ମକା ଚାଷକୁ କୃଷି ବିଭାଗ ଆବଶ୍ୟକ ଗୁରୁତ୍ୱ ଦେଉ ନ ଥିବା କେତେଜଣ ଚାଷୀ ଅଭିଯୋଗ ଆଣିଛନ୍ତି। ସେମାନଙ୍କ କହିବା କଥା, ମକା ଚାଷ କରିବାକୁ ଚାଷୀଙ୍କ ମଧ୍ୟରେ ଆଗ୍ରହ ରହିଛି। ଯୁବଚାଷୀମାନେ ଏହା ଦ୍ୱାରା ଭଲ ଦି ପଇସା ରୋଜଗାର କରିବାକୁ ଚାହୁଁଛନ୍ତି। ହେଲେ କୃଷି ବିଭାଗ ପକ୍ଷରୁ ଆବଶ୍ୟକ ଜ୍ଞାନକୌଶଳ ଏବଂ ପ୍ରୋତ୍ସାହନ ମିଳୁନାହିଁ। ଅଧିକାରୀମାନେ କଁା ଭଁା ପରିଦର୍ଶନରେ ଆସୁଥିବାବେଳେ ସେମାନଙ୍କ ପରିଦର୍ଶନ କୃଷକ ସାଥୀଙ୍କ ପାଖରେ ସୀମିତ ରହୁଛି। ଫଳରେ ଚାଷରେ ଥିବା ପ୍ରକୃତ ସମସ୍ୟା ଜଣାପଡୁନାହିଁ। ଚାଷୀମାନେ ଥରେ ଦି ଥର ଚାଷ କରିବା ପରେ ଆଉ ଆଗ୍ରହ ପ୍ରକାଶ କରୁନାହାନ୍ତି। ଅନ୍ୟପଟେ ବ୍ଲକରେ ମକା ବିକ୍ରି କରିବା ଲାଗି ଆବଶ୍ୟକ ବଜାର ସୁବିଧା ନାହିଁ। ତେଣୁ କଟକ, ଭୁବନେଶ୍ୱର ଏବଂ ପୁରୀର ବ୍ୟବସାୟୀ ଆସି ଶାଗମାଛ ଦରରେ ମକା ନେଇଯାଉଛନ୍ତି। ବିକଳ୍ପ ନ ଥିବାର ସୁଇଟ୍‌ କର୍ନ ଗୋଟାକୁ ୫ରୁ ୭ ଟଙ୍କା ଏବଂ ସାଧାରଣ ମକା ୨ରୁ ୩ ଟଙ୍କା ଦରରେ ବିକ୍ରି କରୁଛନ୍ତି। ଖର୍ଚ୍ଚ ଉଠାଇବାକୁ ଅନେକ ଚାଷୀ ଖରା, ବର୍ଷା, ଶୀତ କାକରରେ ରାସ୍ତାକଡ଼ରେ ବସି ମକା ବିକିବାକୁ ବାଧ୍ୟ ହେଉଛନ୍ତି।
ଅସହଯୋଗ କରୁଛି କୃଷି ବିଭାଗ
ମକାଚାଷୀଙ୍କୁ କୃଷି ବିଭାଗ ପକ୍ଷରୁ ଆବଶ୍ୟକ ସହଯୋଗ ମିଳୁନାହିଁ। ଅଧିକ ଅମଳକ୍ଷମ ବିହନ, କୀଟନାଶକ ପ୍ରୟୋଗ ସମ୍ପର୍କରେ ସଚେତନ କରିବାକୁ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରୁନାହାନ୍ତି। କୃଷି ଅଧିକାରୀ ଏବଂ ଚାଷୀଙ୍କ ମଧ୍ୟରେ ସମନ୍ବୟ ରହିଲେ ସମସ୍ୟାର ସମାଧାନ ହୋଇପାରିବ।
-ରତ୍ନାକର ବିଶ୍ୱାଳ, ମକାଚାଷୀ, ମରିଚାକଣ
ମକା ପାକଳ ହୋଇ ଶୁଖିଗଲାଣି
ହାତରୁ ଟଙ୍କା ଖର୍ଚ୍ଚ କରି ଚଳିତ ବର୍ଷ ୨ ଏକର ଜମିରେ ମକା ଲଗାଇଥିଲି। ହେଲେ ବଜାର ସୁବିଧା ନ ଥିବାରୁ ଅଦରରେ ବିକ୍ରି କରିବାକୁ ସାହସ ହେଉନାହିଁ। ଜମିରେ ମକା ପାକଳ ହୋଇ ଶୁଖିଗଲାଣି। ସରକାର ମଣ୍ଡି ବ୍ୟବସ୍ଥା କଲେ ଅଞ୍ଚଳର ଶତାଧିକ ଚାଷୀ ଉପକୃତ ହୋଇପାରନ୍ତେ।
-ଉଗ୍ରସେନ ସାହୁ, ମକାଚାଷୀ, ମରିଚାକଣ
ଚାହିଦା ଅଛି, ବଜାର ନାହିଁ
କାମାକ୍ଷାନଗର ଅଞ୍ଚଳର ଉତ୍ପାଦନ ହେଉଥିବା ମକାର ଚାହିଦା ରହିଛି କିନ୍ତୁ ବଜାର ସୁବିଧା ନାହିଁ। ଅନ୍ୟ ଉପାୟ ନ ଥିବାରୁ କଟକ, ଭୁବନେଶ୍ୱରର ବ୍ୟବସାୟୀଙ୍କୁ ତରବରିଆ ଭାବେ କମ୍‌ ଦରରେ ବକ୍ରି କରି ଦେଉଛୁ। ଅନେକ ଚାଷୀ ରାସ୍ତାକଡ଼ରେ ବସି ମକା ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।
-ରୋହିତ ପାତ୍ର, ମକାଚାଷୀ, ଆଲୁଅଝରଣ
ସୁଲଭ ଦରରେ ବିହନ ଦିଆଯାଉ
ସୁଇଟ୍‌ କର୍ନ ଚାଷରେ ସାଧାରଣ ମକାଠାରୁ ୨ ଗୁଣା ଅଧିକ ଲାଭ। କିନ୍ତୁ ରୋଗପୋକ ଉପଦ୍ରବ ଭୟ ସାଙ୍ଗକୁ ବିହନ ମୂଲ୍ୟ ମଧ୍ୟ ଅଧିକ। ତେଣୁ ଇଚ୍ଛା ଥିଲେ ବି ଚାଷୀ ସୁଇଟ୍‌ କର୍ନ ଚାଷ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି। ସୁଲଭ ମୂଲ୍ୟରେ ବିହନ ମିଳିଲେ ଆଲୁଅଝରଣ ମକା ଚାଷୀଙ୍କ ଗଁା ଭାବେ ପରିଚିତ ହୋଇପାରନ୍ତା।
-ସାନୁଜ ପାତ୍ର, ମକାଚାଷୀ, ଆଲୁଅଝରଣ
ମଣ୍ଡି ଖୋଲିବା ସମ୍ଭବ ନୁହେଁ
ଚଳିତ ବର୍ଷ ବ୍ଲକର ପ୍ରାୟ ୫୦ ଏକର ଜମିରେ ମକା ଚାଷ ହୋଇଛି। ଚାଷୀମାନେ ବିଭାଗ ସହ ଯୋଗାଯୋଗ କଲେ ରିହାତି ଦରରେ ସାର, ଔଷଧ ଯୋଗାଇ ଦେବାର ବ୍ୟବସ୍ଥା ଅଛି। ବ୍ୟାପକ ମକା ଉତ୍ପାଦନ ହେଉ ନ ଥିବାରୁ ମଣ୍ଡି ଖୋଲିବା ସମ୍ଭବପର ହେଉନାହିଁ। ତେଣୁ ଚାଷୀ ଗୋଟା ହିସାବରେ ମକା ବିକ୍ରି କରୁଛନ୍ତି।
-ସନ୍ତୋଷ କୁମାର ତରାଇ,କାମାକ୍ଷାନଗର ସହକାରୀ କୃଷି ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା ମହୋତ୍ସବ: ମନ ଜିଣୁଛି କଳାକାରଙ୍କ ପୂର୍ବାଭ୍ୟାସ

ବରଗଡ଼,୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉମାତ୍ର ଏକ ସପ୍ତାହ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ୨୦୨୬...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri