ପୋଲିସ ପାଇଁ ପାର୍ବଣ ଭିଡ଼ ଚ୍ୟାଲେଞ୍ଜ

ଭୁବନେଶ୍ୱର ୨୦।୯ (ବ୍ୟୁରୋ):ଦୁର୍ଗା ପୂଜା ପାଇଁ ରାଜଧାନୀ ଭୁବନେଶ୍ୱରରେ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ଧୁମ୍‌ଧାମ୍‌ରେ ପୂଜା କରିବାକୁ ଆୟୋଜକମାନେ ଲାଗି ପଡିଥିବାବେଳେ ପୂଜା ବୁଲିବାକୁ ସହରବାସୀ ଉତ୍ସାହର ସହ ଚାହିଁ ରହିଛନ୍ତି। ଦୁଇବର୍ଷ ପରେ ଏଥର ବିନା କଟକଣାରେ, ଭକ୍ତଙ୍କ ମେଳରେ ଦୁର୍ଗାପୂଜା ହେଉଥିବାରୁ ଅଧିକ ଭିଡ଼ ହେବାର ସମ୍ଭାବନା ରହିଛି। ବିଶେଷକରି ପୂଜାମଣ୍ଡପ ନିକଟରେ ପାର୍କିଂ ଓ ଟ୍ରାଫିକ୍‌ ଜାମ୍‌ ଲୋକଙ୍କ ପାଇଁ ବଡ଼ ସମସ୍ୟା ଆଣିବ। ତେଣୁ ପାର୍ବଣ ଭିଡ଼ ପରିଚାଳନା କମିଶନରେଟ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ। ଏବେଠୁ ଆବଶ୍ୟକ ପଦକ୍ଷେପ ନିଆ ନ ଗଲେ ପୂଜା ବୁଲିବାକୁ ଆସି ଲୋକେ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଫସିବା ଆଶଙ୍କା ରହିଛି।
ରାଜଧାନୀରେ ଏଥର ୧୭୦ରୁ ଅଧିକ ମଣ୍ଡପରେ ଦୁର୍ଗାପୂଜା ଆୟୋଜନ କରାଯାଉଛି। ଏଥିମଧ୍ୟରୁ ଜାତୀୟ ରାଜପଥ ପାର୍ଶ୍ୱ ଓ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଅଧିକାଂଶ ମଣ୍ଡପ ରହିଛି। ରସୁଲଗଡ଼ ଦୁର୍ଗାପୂଜା ମଣ୍ଡପରେ ଏଥର ଦିଲ୍ଲୀ ଅକ୍ଷରଧାମ ମନ୍ଦିର ତୋରଣ ନିର୍ମାଣ କରାଯାଉଛି। ଜାତୀୟ ରାଜପଥ ପାର୍ଶ୍ୱ ତଥା ସହରର ପ୍ରମୁଖ ଛକରେ ପୂଜା ହେଉଥିବାରୁ ଏଠାରେ ଅଧିକ ଗହଳି ହୋଇଥାଏ। କିନ୍ତୁ ଏଠାରେ ସେପରି ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ନାହିଁ। ଏଥିସହ ଓଭରବ୍ରିଜ ତଳ ସର୍ଭିସ ରୋଡ୍‌ରେ ଗାଡ଼ି ଚଳାଚଳ ଏବଂ ମଣ୍ଡପକୁ ଯିବାକୁ ବିଭିନ୍ନ ପାର୍ଶ୍ୱରୁ ଲୋକମାନେ ରାସ୍ତା ପାର ହେବେ। ଏସବୁ କାରଣ ପାଇଁ ଏଠାରେ ଟ୍ରାଫିକ୍‌ ସମସ୍ୟା ଦେଖାଦେବ। ଭିଡ଼ ନିୟନ୍ତ୍ରଣ କରିବା ପୋଲିସ ପାଇଁ ବଡ଼ କଷ୍ଟକର ହେବ। ସେହିଭଳି ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ସହରର ଅନ୍ୟତମ ନୟାପଲ୍ଲୀ ଦୁର୍ଗା ପୂଜାମଣ୍ଡପ ନିକଟରେ ମଧ୍ୟ ପାର୍କିଂ ବ୍ୟବସ୍ଥା ନାହିଁ। ଏଠାରେ ମଧ୍ୟ ସମାନ ସମସ୍ୟା ଉପୁଜିବ ବୋଲି ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ କଟକ ରୋଡ୍‌ରେ ଅଧିକାଂଶ ପୂଜା ମଣ୍ଡପ ରହିଛି। ଅନ୍ୟ ଦିନଗୁଡ଼ିକରେ କଟକ ରୋଡ଼ରେ ପ୍ରବଳ ଭିଡ଼ ସୃଷ୍ଟି ହୁଏ। ବମିଖାଲ ଓ ଷ୍ଟେଶନ ବଜାର ଭଳି ବଡ଼ ପୂଜା ମଣ୍ଡପ ରହିଥିଲେ ମଧ୍ୟ ଏସବୁ ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇନାହିଁ। ପୂଜା ବୁଲିବାକୁ ଆସିବାକୁ ଥିବା ଲୋକେ ନିଜ ବାଇକ ଓ କାର ପାର୍କିଂ କରିବା ବଡ଼ ସମସ୍ୟା ହେବ। ତେବେ ରାଜଧାନୀରେ ପୂର୍ବ ଅପେକ୍ଷା ଜନସଂଖ୍ୟା ସହ ଗାଡ଼ି ସଂଖ୍ୟା ମଧ୍ୟ ବୃଦ୍ଧି ହୋଇଛି। ବିଭିନ୍ନ ଛକଗୁଡ଼ିକରେ ଟ୍ରାଫିକ ସମସ୍ୟା ଦେଖାଯାଉଛି। ପାର୍ବଣରେ ଏହି ସମସ୍ୟା ଦୁଇଗୁଣ ହେବାର ଆଶଙ୍କା ଥିବାରୁ କମିଶନରେଟ ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି।
ଏନେଇ ଦ୍ୱୈତନଗରୀ ସିଟି ଟ୍ରାଫିକ୍‌ ଡିସିପି ଠାକୁର ପ୍ରସାଦ ପାତ୍ର କହିଛନ୍ତି, ରାସ୍ତାଘାଟରେ ପାର୍କିଂ ନ କରିବାକୁ ଲୋକଙ୍କୁ ଆମେ ଅନୁରୋଧ କରିବୁ। ଯେଉଁ ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି ସେଠାରେ ପାର୍କିଂ କରି ମଣ୍ଡପ ନିକଟକୁ ଆସିବାକୁ କୁହାଯିବ। ପ୍ରତ୍ୟେକ ମେଢ଼ ପାଇଁ ପୋଲିସ ମୁତୟନ କରାଯିବ। ଟ୍ରାଫିକ୍‌ ପାଇଁ ଯେଉଁ ସ୍ଥାନରେ ୱାନ୍‌ ୱେ ଦରକାର ସେନେଇ ବ୍ୟବସ୍ଥା କରାଯିବ। ଭିଡ଼ ନିୟନ୍ତ୍ରଣ ପାଇଁ ଲୋକଙ୍କୁ ବାଟ କଢ଼େଇ ନିଆଯିବ ବୋଲି ଡିସିପି ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବ ଭାରତ? ରାଜନାଥଙ୍କ ଚେତାବନୀ ପରେ ସେନାରେ ହଲଚଲ!

ନୂଆଦିଲ୍ଲୀ,୫।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାକ୍‌ ଯୁଦ୍ଧ ପୁଣି ଥରେ ତୀବ୍ର ହୋଇଛି। ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ସାମ୍ପ୍ରତିକ ବୟାନ ସ୍ପଷ୍ଟ ଭାବରେ…

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ବାଜିଲା ମୋହର: ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ, SC-ST-OBCଙ୍କୁ ମିଳିବ…

ଭୁବନେଶ୍ୱର,୫ା୪(ସୁନିତ୍‌ ମିଶ୍ର): ଓଡ଼ିଶାର ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମ କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗମାନଙ୍କ…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍‌ ହାଉସ୍‌…

ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…

ଆଉ ଏକ ଆମେରିକୀୟ ବିମାନକୁ ଖସାଇଲା ଇରାନ, ଦାବି କରି କହିଲା….

ତେହେରାନ,୫।୪: ଇରାନ ସହିତ ଚାଲିଥିବା ସଂଘର୍ଷରେ ଆମେରିକୀୟ ସେନା ପ୍ରବଳ କ୍ଷତି ସହୁଛି । ରବିବାର ଦିନ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସଫାହାନ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri