Posted inଖେଳ

କୋପା ଆମେରିକା ଫୁଟ୍‌ବଲ: ଫାଇନାଲରେ ବ୍ରାଜିଲ

ରିଓ ଡି ଜେନିରୋ,୭।୭: କୋପା ଆମେରିକା ଟୁର୍ନାମେଣ୍ଟରେ ଦକ୍ଷିଣ ଆମେରିକା ଫୁଟବଲ ପାଓ୍ବାର ହାଉସ୍‌ ବ୍ରାଜିଲ ପୁଣି ଥରେ ଫାଇନାଲରେ ପ୍ରବେଶ କରିଛି। ସୋମବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ବ୍ରାଜିଲ ୧-୦ ଗୋଲରେ ପେରୁକୁ ପରାସ୍ତ କରି ଫାଇନାଲ ଟିକେଟ ହାସଲ କରିଛି। ୧୧ ତାରିଖ ରବିବାର ବ୍ରାଜିଲ ଐତିହାସିକ ମରାକାନା ଷ୍ଟାଡିୟମରେ ଦ୍ୱିତୀୟ ସେମିଫାଇନାଲ ବିଜେତା ଆର୍ଜେଣ୍ଟିନା କିମ୍ବା କଲମ୍ବିଆକୁ ଭେଟିବ। ମଙ୍ଗଳବାର ଦ୍ୱିତୀୟ ସେମି ଖେଳାଯିବ। ଏଥର ସଫଳ ହେଲେ ବ୍ରାଜିଲ ଦଶମଥର ପାଇଁ କୋପା ଆମେରିକା ଟାଇଟଲ ହାସଲ କରିବ। ଫ ାଇନାଲରେ ଆମେ ଆର୍ଜେଣ୍ଟିନାକୁ ଭେଟିବାକୁ ଚାହୁଁଛୁ ବୋଲି ବ୍ରାଜିଲ ତାରକା ଷ୍ଟ୍ରାଇକର ନେମାର କହିଛନ୍ତି।
ସ୍ଥାନୀୟ ଅଲିମ୍ପିକ୍‌ ତଥା ନିଲଟୋନ ସାଣ୍ଟୋସ ଷ୍ଟାଡିୟମରେ ଖେଳାଯାଇଥିବା ସେମିରେ ବିଜୟୀ ହେବା ପାଇଁ ବ୍ରାଜିଲକୁ ଅବଶ୍ୟ ସଂଘର୍ଷ କରିବାକୁ ପଡିଥିଲା। ଟୁର୍ନାମେଣ୍ଟରେ ବ୍ରାଜିଲ ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍‌ ଖେଳି ୫ଟିରେ ବିଜୟ ହାସଲ କରିଛି। ମ୍ୟାଚ୍‌ର ଏକମାତ୍ର ଗୋଲ ସ୍କୋର କରିଥିଲେ ବ୍ରାଜିଲର ଆଟାକିଂ ମିଡ୍‌ଫିଲ୍ଡର ଲୁକାସ ପାକ୍ୱେଟା। ସେ ୩୪ତମ ମିନିଟ୍‌ରେ ଏହି ଗୋଲ ଦେଇଥିଲେ। ତେବେ ଏହି ଗୋଲ ପ୍ରଦାନରେ ନେମାରଙ୍କ ଭୂମିକା ନିର୍ଣ୍ଣାୟକ ତଥା ଗୁରୁତ୍ୱପୂର୍ଣ୍ଣ ଥିଲା। ପେରୁ ଡିଫେଣ୍ଡର ଆଲେକଜାଣ୍ଡର କାଲେନ୍ସଙ୍କୁ ଗୋଲ ପୋଷ୍ଟର ବାମ ପଟେ ସେ ବିଟ୍‌ କରି ଆଗକୁ ବଢିଥିଲେ। ଏହାପରେ ସେ ପେରୁର ଅନ୍ୟତମ ଡିଫେଣ୍ଡର ଖ୍ରୀଷ୍ଟିଆନ ରୋମୋସଙ୍କୁ ଚକମା ଦେଇଥିଲେ। ପେରୁ ଷ୍ଟ୍ରାଇକର ଜାଂଲୁକା ଲାପାଡୁଲା ନେମାରଙ୍କୁ ଅଟକାଇବାକୁ ପ୍ରୟାସ କରିଥିଲେ। ନେମାର କିନ୍ତୁ ବଲ୍‌ର ଦିଗ ବଦଳାଇ ପଛକୁ ଫେରିଥିଲେ। ଏତିକିବେଳେ ନେମାର ପେରୁର ସେଣ୍ଟ୍ରାଲ ଡିଫେଣ୍ଡର ଆଲେକଜାଣ୍ଡର କାଲେନ୍ସଙ୍କ ଗୋଡ ମଝିରେ ବଲକୁ ନେଇ ପାକ୍ୱେଟାକୁ ପାସ୍‌ ଦେଇଥିଲେ। ଏହି ପାସ୍‌କୁ ପାକ୍ୱୋଟା ସଦ୍‌ଉପଯୋଗ କରି ଗୋଲ ଦେବାରେ ସମର୍ଥ ହୋଇଥିଲେ। ଏଥିସହ ବ୍ରାଜିଲ ଅଗ୍ରଣୀ ହାସଲ କରିଥିଲା। ଟୁର୍ନାମେଣ୍ଟରେ ୨୩ ବର୍ଷୀୟ ପାକ୍ୱେଟାଙ୍କ ପ୍ରଦର୍ଶନ ଏପର୍ଯ୍ୟନ୍ତ ଭଲ ରହିଛି। ସେ ବେଞ୍ଚ୍‌ରୁ ହିଁ ଅଭିଯାନ ଆରମ୍ଭ କରିଥିଲେ। ମିଡ୍‌ଲରେ ସେ ନିୟମିତ ଭାବେ ବଲ୍‌ ରିସିଭ କରୁଥିଲେ ଓ ନେମାରଙ୍କ ଉପରୁ ଚାପ କମ୍‌ କରୁଥିଲେ। ଫେରୁ ପରାସ୍ତ ହୋଇଥିଲେ ମଧ୍ୟ ଗୋଲ କିପର ପେଡ୍ରୋ ଗ୍ୟାଲସ୍‌ଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ଥିଲା। ନିକଟରୁ ସେ ଦୁଇଟି ଗୋଲ ସେଭ କରିଥିଲେ। ୧୮ତମ ମିନିଟ୍‌ରେ ନେମାରଙ୍କଠାରୁ ଗୋଟିଏ ଓ ରିଚାର୍ଲିଶନଙ୍କ ଆଉ ଗୋଟିଏ ଗୋଲ ସେଭ କରିଥିଲେ। ନ ହେଲେ ବ୍ରାଜିଲ ଅଧିକ ବ୍ୟବଧାନରେ ବିଜୟୀ ହୋଇଥାନ୍ତା। ପୂର୍ବରୁ ଗ୍ରୁପ୍‌ ପର୍ଯ୍ୟାୟରେ ବ୍ରାଜିଲ ୪-୦ ଗୋଲରେ ପେରୁକୁ ହରାଇଥିଲେ ମଧ୍ୟ ସେମିରେ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା। ବ୍ରାଜିଲ ମଧ୍ୟ ଏକାଧିକ ସୁଯୋଗ ହରାଇଥିଲା। ଏହି ବିଜୟ ବ୍ରାଜିଲର ମନୋବଳକୁ ଆହୁରି ବଢାଇଛି ବୋଲି କୋଚ୍‌ ଟିଟେ କହିଛନ୍ତି। ଆସନ୍ତାବର୍ଷ କାତାରରେ ଆୟୋଜନ ହେବାକୁ ଥିବା ଫିଫା ବିଶ୍ୱକପ୍‌ରେ ବ୍ରାଜିଲ ମଧ୍ୟ ଫେଭରାଇଟ୍‌ ବିବେଚିତ ହେଉଛି।
ଗତ ୧୪ଟି ସଂସ୍କରଣରେ ବ୍ରାଜିଲ ୯ଥର ଫାଇନାଲରେ ପ୍ରବେଶ କରିଛି ଓ ମୋଟ ଉପରେ ୯ଥର ଟାଇଟଲ ଜିତିଛି। ଦୁଇବର୍ଷ ତଳେ ପେରୁକୁ ଫାଇନାଲରେ ୩-୧ ଗୋଲରେ ପରାସ୍ତ କରି ବ୍ରାଜିଲ ଚାମ୍ପିୟନ ହୋଇଥିଲା ଓ ଏଥର ଟାଇଟଲ ବଜାୟ ରଖିବାକୁ ପ୍ରୟାସ କରିବ। ପେରୁ ଏବେ ତୃତୀୟ ସ୍ଥାନ ପାଇଁ ଦ୍ୱିତୀୟ ସେମିର ପରାଜିତ ଦଳ ଆର୍ଜେଣ୍ଟିନା କିମ୍ବା କଲମ୍ବିଆକୁ ଭେଟିବ। ପରାଜୟ ସତ୍ତ୍ୱେ ଦଳର ପ୍ରଦର୍ଶନ ନେଇ କୋଚ୍‌ ରିକାର୍ଡୋ ଗାରେକା ସନ୍ତୋଷ ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri