Posted inଖେଳ

କୋପା ଆମେରିକା ଫୁଟ୍‌ବଲ: ବ୍ରାଜିଲ- ଆର୍ଜେଣ୍ଟିନା ଫାଇନାଲ

ରିଓ ଡି ଜେନିରୋ,୧୦।୭: କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ଦୁଇ ହେଭିଓ୍ବେଟ ଦଳ ନେମାରଙ୍କ ବ୍ରାଜିଲ ଓ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଟାଇଟଲ ଲଢେଇରେ ଅବତୀର୍ଣ୍ଣ ହେବେ। ଶନିବାର ସ୍ଥାନୀୟ ଐତିହାସିକ ମାରାକାନା ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଟୁର୍ନାମେଣ୍ଟରେ ଗତଥରର ଚାମ୍ପିୟନ ବ୍ରାଜିଲ ସର୍ବାଧିକ ୯ଥର ଟାଇଟଲ ହାସଲ କରିଛି। ତେବେ ୧୫ ଥର ଚାମ୍ପିୟନ ହୋଇ ଉରୁଗୁଏ ସଫଳତମ ଦଳ ସାବ୍ୟସ୍ତ ହୋଇଛି। ସେହିପରି ଆର୍ଜେଣ୍ଟିନା ୧୪ ଥର ଚାମ୍ପିୟନ ହୋଇ ଦ୍ୱିତୀୟ ସ୍ଥାନରେ ରହିଛି।
ଟୁର୍ନାମେଣ୍ଟରେ ଏ ପର୍ଯ୍ୟନ୍ତ ବ୍ରାଜିଲ ମାତ୍ର ୨ଟି ଗୋଲ ବରଣ କରିଛି। ଅଭିଜ୍ଞ ଥିଆଗୋ ସିଲ୍‌ଭା, ମାରକ୍ୟୁନୋସ ଓ ଏଡେର ମିଲିଟାଓଙ୍କ ସମେତ ଡିଫେନ୍ସିଭ ମିଡ୍‌ଫିଲ୍ଡର କାସେମିରେ, ଫ୍ରେଡ, ରାଇଟ ବ୍ୟାକ ଡାନିଲୋ ଓ ଲେଫ୍ଟ ବ୍ୟାକ୍‌ ରେନାନ ଲୋଦି ଟୁର୍ନାମେଣ୍ଟରେ ଉଚ୍ଚକୋଟୀର ପ୍ରଦର୍ଶନ କରି ବ୍ରାଜିଲକୁ ଚାମ୍ପିୟନ କରାଇବାର ସାମର୍ଥ୍ୟ ରଖୁଛନ୍ତି। କୋଭିଡ୍‌-୧୯ କାରଣରୁ ଏହି ଖେଳାଳିମାନେ ଟୁର୍ନାମେଣ୍ଟ ଆୟୋଜନକୁ ବିରୋଧ କରି ସମାଲୋଚନ କରୁଥିଲେ ମଧ୍ୟ ଏବେ ଟାଇଟଲ ଜିତିବା ପାଇଁ ବେଶ୍‌ ଆଶାବାଦୀ ଅଛନ୍ତି।
ମେସିଙ୍କ ପାଇଁ ଏହି ନିର୍ଣ୍ଣାୟକ ମ୍ୟାଚ୍‌ ବେଶ୍‌ ଗୁରୁତ୍ୱ ବହନ କରୁଛି। ସଫଳ ହେଲେ ଆର୍ଜେଣ୍ଟିନା ପାଇଁ ମେସି ଜିତିବେ ପ୍ରଥମ ଅନ୍ତର୍ଜାତୀୟ ତଥା ମେଜର ଟାଇଟଲ। ଗତ ୨୮ ବର୍ଷ ହେବ ଆର୍ଜେଣ୍ଟିନା କୌଣସି ମେଜର ଟ୍ରଫି ଜିତିପାରି ନାହିଁ। ୩୪ ବର୍ଷରେ ମେସି ପଦାର୍ପଣ କରୁଛନ୍ତି। ମେସିଙ୍କୁ ମିଡ୍‌ଫିଲ୍ଡର ରୋଡ୍ରିଗୋ ଡି ପଲ ଓ ଗିଓଭାନ ଲୋ ସେଲସୋ ସହାୟତା ତଥା ସୁରକ୍ଷା ଦେବେ। ଏହି ଦୁଇ ଖେଳାଳି ଆକ୍ରମଣାତ୍ମକ ଓ୍ବିଙ୍ଗର ଭାବେ ଜଣାଥିବା ଲାଉଟାରୋ ମାର୍ଟିନଜେ ଓ ନିକୋ ଗୋଞ୍ଜାଲେଜଙ୍କୁ ଭଲ ପାସ୍‌ ଦେବାର ସମ୍ଭାବନା ରଖୁଛନ୍ତି। ମେସି ଏ ପର୍ଯ୍ୟନ୍ତ ୪ଟି ଗୋଲ ସ୍କୋର କରି ଟପ୍‌ ସ୍କୋରର ସାବ୍ୟସ୍ତ ହୋଇଛନ୍ତି ଓ ସେ ୫ଟି ଆସିଷ୍ଟ କରିଛନ୍ତି। ନିଜ କ୍ଲବ ବାର୍ସିଲୋନ ଶୈଳୀରେ ମେସି ଖେଳୁଛନ୍ତି ଓ ଫ୍ରି କିକ୍‌ ଜରିଆରେ ଗୋଲ ସ୍କୋର କରିଛନ୍ତି।
ବ୍ରାଜିଲ ଓ ଆର୍ଜେଣ୍ଟିନା ଶକ୍ତିଶାଳୀ ହୋଇଥିଲେ ମଧ୍ୟ ଏହି ଦୁଇ ଦଳ ପାଖରେ ଦୁର୍ବଳତା ରହିଛି। ଡିଫେନ୍ସ ଉପରେ ବ୍ରାଜିଲ ଅତ୍ୟଧିକ ନିର୍ଭରଶୀଳ ହୋଇଥିବାରୁ ଷ୍ଟ୍ରାଇକରମାନଙ୍କ ପ୍ରଦର୍ଶନ ସେତେଟା ଭଲ ହୋଇପାରି ନାହିଁ। ଯାହାଫଳରେ ରିଚାର୍ଲିଶନ ଓ ରୋବେର୍ଟୋ ଫିରମିନୋ ବ୍ରାଜିଲ ପାଇଁ ମାତ୍ର ଗୋଟିଏ ଲେଖାଏ ଗୋଲ ସ୍କୋର କରିଛନ୍ତି। ଫାଇନାଳ ମ୍ୟାଚ୍‌ରୁ ବାସନ୍ଦ ହୋଇଥିବା ଗାବ୍ରିଏଲ ଜେସସ ଗୋଲ ଦେବାରେ ବିଫଳ ହୋଇଛନ୍ତି। ମେସିଙ୍କୁ ସୁରକ୍ଷା ଦେବା ପ୍ରକ୍ରିୟାରେ ଆର୍ଜେଣ୍ଟିନାକୁ ଦ୍ୱିତୀୟାର୍ଦ୍ଧରେ ମୂଲ୍ୟ ଦେବାକୁ ହୋଇଛି। ବ୍ରାଜିଲ ଆର୍ଜେଣ୍ଟିନାଠାରୁ ଅଧିକ ଗୋଲ ଦେବାରେ ସଫଳ ହୋଇଛି। ଫାଇନାଳ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବ। ମ୍ୟାଚ୍‌ ଅତିରିକ୍ତ ସମୟକୁ ଯିବ ଓ ପେନାଲ୍ଟି ପରେ ଚାମ୍ପିୟନ କିଏ ହେବ ତାହା ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି। ୨୦୧୯ କୋପା ସେମିଫାଇନାଲରେ ବ୍ରାଜିଲ ୨-୦ରେ ଆର୍ଜେଣ୍ଟିନାକୁ ହରାଇଥିଲା। ଦଳ ତରଫରୁ ଗାବ୍ରିଏଲ ଜେସସ ଓ ରୋବେର୍ଟୋ ଫିର୍ମିନୋ ଗୋଲ ଦେଇଥିଲେ। ନେମାର ଇଞ୍ଜୁରି କାରଣରୁ ଏହି ଟୁର୍ନାମେଣ୍ଟ ଖେଳି ନ ଥିଲେ।
ଆର୍ଜେଣ୍ଟିନା ଗୋଲକିପର ଏମିଲିଆନୋ ମାର୍ଟିନେଜଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ହୋଇଛି। କଲମ୍ବିଆ ବିପକ୍ଷ ସେମିରେ ସେ ୩ଟି ଗୋଲ ସେଭ କରିଥିଲେ। ବ୍ରାଜିଲ ରାଷ୍ଟ୍ରପତି ଜାଇର ବୋଲସେନାରୋ ଅନ୍‌ଲାଇନ୍‌ରେ ଆର୍ଜେଣ୍ଟିନା ରାଷ୍ଟ୍ରପତି ଆଲବେର୍ଟୋ ଫର୍ନାଣ୍ଡିଜଙ୍କ ସହ ଫାଇନାଲ ମ୍ୟାଚ୍‌ ପୂର୍ବରୁ କଥା ହୋଇଛନ୍ତି। ବ୍ରାଜିଲ ୫-୦ରେ ଜିତିବ ବୋଲି ବୋଲସେନାରୋ କହିଛନ୍ତି। ତେବେ ଫର୍ନାଣ୍ଡିଜ କିନ୍ତୁ ହସିବା ସହ ନିଜର ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି। ଏହି ଫାଇନାଲ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଟି-୨୦ ବିଶ୍ୱକପ୍‌ରୁ ଅଷ୍ଟ୍ରେଲିଆ ଆଉଟ୍: ବର୍ଷା ସାଜିଲା ବାଧକ, ସୁପର-୮ରେ ଜିମ୍ବାୱେ

ନୂଆଦିଲ୍ଲୀ,୧୭।୨: ଟି-୨୦ ବିଶ୍ୱକପ୍‌ରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପାଲେକେଲେରେ ଜିମ୍ବାୱେ ଏବଂ ଆୟରଲାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯାଇଛି।…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri