ଗଞ୍ଜାମରେ ଚଳଚଞ୍ଚଳ ସମବାୟ ରାଜନୀତି

ବ୍ରହ୍ମପୁର ଅଫିସ,୧୪।୪: ପଞ୍ଚାୟତ ଓ ପୌର ନିର୍ବାଚନ ସରିବା ପରେ ସମବାୟ ନିର୍ବାଚନ ପାଇଁ ସରକାରୀ ବିଗୁଲ ବାଜିଛି। ଫଳରେ ଅଧିକ ସଂଖ୍ୟକ ସମବାୟ ସଂସ୍ଥା ଥିବା ଗଞ୍ଜାମ ଜିଲାରେ ସମବାୟ ରାଜନୀତି ଚଳଚଞ୍ଚଳ ହୋଇଛି। ସମ୍ପୃକ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନିର୍ବାଚନ ଲଢ଼ିବା ନିମନ୍ତେ ଆଶାୟୀଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ଅପରପକ୍ଷରେ ଶାସକ ଓ ବିରୋଧୀ ଦଳ ପକ୍ଷରୁ ସମର୍ଥିତ ପ୍ରାର୍ଥୀ ଦିଆଯିବାର ଆଭାସ ମିଳିଛି। ସୂଚନାଯୋଗ୍ୟ, ୨୦୧୫ରେ ଜିଲାରେ ସମବାୟ ନିର୍ବାଚନ ହୋଇଥିଲା ଏବଂ ୫ ବର୍ଷିଆ କାର୍ଯ୍ୟକାଳ ୨୦୨୦ରେ ସରିଥିଲା। ତେଣୁ ପର୍ଯ୍ୟାୟକ୍ରମେ ସେହି ବର୍ଷ ମେ’ରୁ ପ୍ରାଥମିକଠାରୁ ଆରମ୍ଭ କରି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ପରିଚାଳନା ସରକାରଙ୍କ ନିୟନ୍ତ୍ରଣକୁ ଯାଇଥିଲା। ଦୁଇ ବର୍ଷ ପରେ ନିର୍ବାଚନ ହେବାକୁ ଯାଉଛି। ଆସନ୍ତା ଜୁନରେ ଦୁଇ ପର୍ଯ୍ୟାୟରେ ପ୍ରାଥମିକ ସୋସାଇଟିଗୁଡ଼ିକରେ ନିର୍ବାଚନ ହେବା ସମବାୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଅତୀତରେ ସମବାୟ ଆନ୍ଦୋଳନ କ୍ଷେତ୍ରରେ ଏହି ଜିଲା ଅଗ୍ରଣୀ ଥିଲା। ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ଥିବାରୁ ଆସିକାକୁ ସମବାୟ ନଗରୀ କୁହାଯାଉଥିଲା। ସେଠାର ସମବାୟ ଚିନି ଶିଳ୍ପ ଏବଂ ଏମ୍‌ପିସିଏସ୍‌ (ବହୁମୁଖୀ ସମବାୟ ସଂସ୍ଥା) ସର୍ବତ୍ର ପରିଚିତ ଥିଲା। ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଚାଷୀଙ୍କ ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ଶହ ଶହ ଚାଷୀଙ୍କୁ କୃଷି ଋଣ ଯୋଗାଇବାରେ ପ୍ରମୁଖ ଭୂମିକା ନେଉଛି। ୨୦୨୧-୨୨ ବର୍ଷରେ ରବି ଫସଲ ନିମନ୍ତେ ୨୩୭ କୋଟିରୁ ଅଧିକ ଟଙ୍କା କୃଷି ଋଣ ଦେଇଥିବା ଜଣାପଡ଼ିଛି। ଏମ୍‌ପିସିଏସ୍‌ ପୂର୍ବଭଳି ବ୍ୟବସାୟ କରୁ ନ ଥିଲେ ବହୁ କୋଟିର ସମ୍ପତ୍ତି ଥିବାରୁ ସଂସ୍ଥା ବଞ୍ଚତ୍ ରହିଛି। ସମବାୟ ଚିନି ଶିଳ୍ପର ଉନ୍ନତି ନିମନ୍ତେ ପଦକ୍ଷେପ ନିଆଯାଇଛି।
ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କର ଗଞ୍ଜାମ ଓ ଗଜପତି ଜିଲାରେ ୨୫୭ ପ୍ରାଥମିକ କୃଷି ସେବା ସମବାୟ ସମିତି ରହିଛି। ଶତାଧିକ ବର୍ଷର ଏହି ଅନୁଷ୍ଠାନର ଉନ୍ନତମାନର ସେବା ପାଇଁ ଏକାଧିକ ଜାତୀୟ ପୁରସ୍କାର ପାଇଥିବା ନଜିର ଅଛି। ଆସିକା ଓ ବ୍ରହ୍ମପୁର ସମବାୟ ବ୍ୟାଙ୍କ ଅଧୀନ ୪୪୮ ଏଗ୍ରିକଲଚର ପ୍ରାଇମେରୀ ସୋସାଇଟିର ନିର୍ବାଚନ ଜୁନରେ ହେବ ଏବଂ ପର୍ଯ୍ୟାୟକ୍ରମେ ବ୍ୟାଙ୍କ, ଚିନିଶିଳ୍ପ ଓ ଅନ୍ୟ ସଂସ୍ଥାରେ ନିର୍ବାଚନ ହେବ। ଗତବର୍ଷ ମେ’ରୁ ସରକାରୀ ପରିଚାଳନାଧୀନ ହେବାର ୨ ବର୍ଷରେ ବ୍ରହ୍ମପୁର ଅର୍ବାନ ବ୍ୟାଙ୍କର ବ୍ୟବସାୟ ହ୍ରାସ ପାଇଛି। ବିସିସି ବ୍ୟାଙ୍କରେ ଶତାଧିକ କର୍ମଚାରୀ ପଦ ଖାଲି ପଡ଼ିଛି। ବ୍ରହ୍ମପୁର ଆଞ୍ଚଳିକ ବାଣିଜ୍ୟ ସମବାୟ ସଂସ୍ଥା ରୁଗ୍‌ଣ ହୋଇଯାଇଛି। ସମବାୟ ପାଇକାରୀ ଭଣ୍ଡାରକୁ ବନ୍ଦ କରି ଦିଆଯାଇଛି। ଏଭଳି ଅନେକ ସମସ୍ୟା ଉପୁଜିଛି। ଏଭଳି ସ୍ଥିତିରେ ସମବାୟ ନିର୍ବାଚନ କରାଯିବାର ସରକାରୀ ପଦକ୍ଷେପ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…

ତାମ୍ପରା ହ୍ରଦର ହେବ ପୁନଃରୁଦ୍ଧାର: ବିଧାୟକଙ୍କ ଉପସ୍ଥିତରେ ସମୀକ୍ଷା କଲେ ଜିଲାପାଳ

ଛତ୍ରପୁର,୬।୪(ଦିଲ୍ଲୀପ ସାମଲ): ଛତ୍ରପୁର ସହର ନିକଟରେ ଥିବା ତାମ୍ପରା ହ୍ରଦର ପୁନଃରୁଦ୍ଧାର l ତା’ସହିତ ତାମ୍ପରା ଓ ସମୁଦ୍ର ମଧ୍ୟରେ ନୋଳିଆନୁଆଁ ଗାଁ ବେଳାଭୂମି ରହିଛି l…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

ନୀଳମାଧବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ରାଜ୍ୟ ସରକାର: ଛୁଟିଲା ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ):ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ରଙ୍କୁ ରାଜ୍ୟ ସରକାର ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି…

ପ୍ରଥମଥର ପାଇଁ ଅନୁଷ୍ଠିତ ହେବ ସାମାଜିକ ଅପେରା ଟୁର୍ନାମେଣ୍ଟ: ବୈଠକରେ ବଡ଼ ନିଷ୍ପତ୍ତି, ଏହି ଦିନ କରାଯିବା ନେଇ…

ଗଞ୍ଜାମ,୬।୩ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅଞ୍ଚଳରେ ପ୍ରଥମଥର ପାଇଁ ସାମାଜିକ ଅପେରା ନାଟକ ଟୁର୍ନାମେଣ୍ଟର ଆୟୋଜନ ହେବାକୁ ଯାଉଛି । ଏଥିପାଇଁ ଝାରେଡି ରାଧାଗୋବିନ୍ଦପୁର…

ଭାଜପାର ପ୍ରତିଷ୍ଠା ଦିବସ, ଖଲ୍ଲିକୋଟ ବିଧାୟକ…

ପୁରୁଷୋତ୍ତମପୁର,୬ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଳେଶ୍ବରଖଣ୍ଡି ଠାରେ ଆଛୁଲି ମଣ୍ଡଳ ପକ୍ଷରୁ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ରାଜ୍ଯକାର୍ଯ୍ଯକାରିଣୀ…

ଓଡ଼ିଆ ପକ୍ଷରେ କ୍ୟାମ୍ପସ ସଫେଇ: ଓଡ଼ିଆ ଅସ୍ମିତା ଉପରେ ସଚେତନ କରାଇବା ଲକ୍ଷ୍ୟ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ): ଓଡ଼ିଆ ପକ୍ଷ ଅବସରରେ ସୋମବାର ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସଫେଇ କାର୍ଯ୍ୟକ୍ରମ ହୋଇଥିଲା। ଅଧକ୍ଷ ବିଭାସ କୁମାର ଦାସଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri