ସୈନ୍ୟବାହିନୀ ସହିତ ବିବାଦ: ନିଜ ଉପରକୁ ବିପଦ ଡାକିଛନ୍ତି ଇମ୍ରାନ…

ଇସଲାମାବାଦ, ୬।୯ : ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାକିସ୍ତାନର ନୂତନ ସେନାଧ୍ୟକ୍ଷଙ୍କ ନିଯୁକ୍ତି ସମ୍ପର୍କରେ ବିବୃତ୍ତି ଯୋଗୁ ବିବାଦ ଉପୁଜିଥିଲା। ରାଜନୈତିକ ସମୀକ୍ଷକଙ୍କ କହିବାନୁସାରେ, ଇମ୍ରାନ ଖାନ ପୂର୍ବରୁ କ୍ରୋଧିତ ଥିବା ସୈନ୍ୟବାହିନୀଙ୍କୁ ପୁଣି ଅଧିକ ଉତ୍ତେଜିତ କରି ନିଜ ଉପରକୁ ବିପଦକୁ ଡାକଆଣିଛନ୍ତି।

ସୋମବାର ଇମ୍ରାନ ଖାନଙ୍କ ବିବୃତ୍ତି ଉପରେ ସୈନ୍ୟ ବାହିନୀ ପକ୍ଷରୁ ଅତ୍ୟଧିକ ପ୍ରତିକ୍ରିୟା ପ୍ରକାଶ କରାଯାଇଛି। ଅପରପକ୍ଷରେ, ଶାହାବାଜ ସରିଫ ସରକାର ମଧ୍ୟ ଏହି ସ୍ଥିତିକୁ ହାତଛଡ଼ା ନକରି ଇମ୍ରାନ ଖାନଙ୍କ ଉପରେ ନଜର ରଖିବାକୁ ଏକ ନୂତନ ସୁଯୋଗ ପାଇଛନ୍ତି। ପୂର୍ବରୁ ଚାଲିଥିବା ଏବଂ ନୂତନ ମାମଲାରେ ଇମ୍ରାନ ଖାନଙ୍କ ବିରୋଧରେ ଶୀଘ୍ର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ଆଶଙ୍କା କରାଯାଉଛି। ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଅଭିଯୋଗ କରିଛନ୍ତି ଯେ ଇମ୍ରାନ ବର୍ତ୍ତମାନ ଘୃଣା ପ୍ରଚାର କରିବା ସହ ଅନୁଷ୍ଠାନଗୁଡ଼ିକୁ ବଦନାମ କରିବା ପାଇଁ ନିଜର ଅଭିଯାନ ଚଳାଇଛନ୍ତି।

ସୈନ୍ୟବାହିନୀର ଜନସମ୍ପର୍କ ବିଭାଗର ମୁଖପାତ୍ର କହିଛନ୍ତି ଯେ ଇମ୍ରାନ ଖାନଙ୍କ ସାମରିକ ବିରୋଧୀ ବିବୃତ୍ତି ଦ୍ୱାରା ପାକିସ୍ତାନର ସୈନ୍ୟଙ୍କୁ ମାନସିକ ଆଘାତ ଲାଗିଛି। ଜନସମ୍ପର୍କ ବିଭାଗ କହିଛି ଯେ ସେନାର ବରିଷ୍ଠ ନେତୃତ୍ୱଙ୍କୁ ଇମ୍ରାନ ବଦନାମ କରିବା ତଥା ଅବାଞ୍ଛିତ ବିବୃତ୍ତି ଦ୍ୱାରା ସୈନ୍ୟବାହିନୀ ଆଶ୍ଚର୍ଯ୍ୟ ହୋଇଯାଇଛି। ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ ଯେଉଁ ସମୟରେ ସୈନିକମାନେ ଲୋକଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଉଛନ୍ତି, ସେତେବେଳେ ସେନାର ବରିଷ୍ଠ ନେତୃତ୍ୱଙ୍କ ବିଶ୍ୱସନୀୟତାକୁ କ୍ଷୁର୍ଣ୍ଣ କରିବାକୁ ଚେଷ୍ଟା କରାଯାଉଛି।

ରବିବାର ଫୈସଲାବାଦରେ ତାଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ର ଏକ ସମାବେଶକୁ ସମ୍ବୋଧିତ କରିବାବେଳେ ଇମ୍ରାନ ଅଭିଯୋଗ କରିଥିଲେ ଯେ ବର୍ତ୍ତମାନର ସରକାର ତାଙ୍କ ପ୍ରିୟ ଅଧିକାରୀଙ୍କୁ ପରବର୍ତ୍ତୀ ସେନା ମୁଖ୍ୟ କରିବାକୁ ଚେଷ୍ଟା କରୁଛନ୍ତି। ସେ କହିଥିଲେ ଯେ ଏଭଳି ଉଦ୍ୟମ କରାଯାଉଛି କାରଣ ଯଦି ଜଣେ ଦେଶପ୍ରେମୀ ସେନା ମୁଖ୍ୟ ହୁଅନ୍ତି, ତେବେ ସେ ବର୍ତ୍ତମାନର ଶାସକ କର୍ତ୍ତୃପକ୍ଷଙ୍କୁ ବେଆଇନ ଭାବେ ହୋଇଥିବା ରୋଜଗାରର ହିସାବ ମାଗିବେ। ସୂଚନାଯୋଗ୍ୟ ଯେ ବର୍ତ୍ତମାନର ସେନା କର୍ମଚାରୀଙ୍କ ମୁଖ୍ୟ କମର ଜାଭେଦ ବାଜୱା ନଭେମ୍ବରରେ ଅବସର ନେବାକୁ ଯାଉଛନ୍ତି।

ଏହି ବିବୃତ୍ତି ପରେ ପାକିସ୍ତାନର ଇଲେକ୍ଟ୍ରୋନିକ ମିଡିଆ ରେଗୁଲେଟୋରୀ ଅଥରିଟି ଦେଶର ସମସ୍ତ ଟିଭି ଚ୍ୟାନେଲକୁ ନିର୍ଦ୍ଦେଶ ଦେଇଛି। ଏଭଳି ଭାଷଣର ପ୍ରସାରଣ ନ କରିବାକୁ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି। ଏହାପୂର୍ବରୁ ଇସଲାମାବାଦ ହାଇକୋର୍ଟ ମିଡିଆ ରେଗୁଲେଟୋରୀ ଅଥରିଟକୁ ଅବାଞ୍ଛିତ ତଥା ଆପତ୍ତିଜନକ ମତର ପ୍ରସାରଣ ବନ୍ଦ କରିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଅଭିଯୋଗ କରିଛନ୍ତି ଯେ ଇମ୍ରାନ ଖାନ ଅରାଜକତା ବିସ୍ତାର କରିବା ଏବଂ ଦେଶକୁ ଦୁର୍ବଳ କରିବା ପାଇଁ ଏଜେଣ୍ଡା ଜାରି ରଖିଛନ୍ତି। ସେହିପରି ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ମହମ୍ମଦ ଆସିଫ କହିଛନ୍ତି ଯେ ବର୍ତ୍ତମାନ ଇମ୍ରାନ ଖାନଙ୍କ ବିରୋଧରେ ଦୀର୍ଘସ୍ଥାୟୀ ଆଇନଗତ ଯୁଦ୍ଧ ଆରମ୍ଭ ହେବ। ସେ କହିଛନ୍ତି ଯେ ସରକାରଙ୍କ ଆଇନ ବିଶେଷଜ୍ଞମାନେ ଏହାର ଅନୁସନ୍ଧାନ କରୁଛନ୍ତି ଏବଂ ସେମାନଙ୍କ ପରାମର୍ଶ ଅନୁଯାୟୀ ପଦକ୍ଷେପ ନିଆଯିବ।
ରାଜନୈତିକ ସମୀକ୍ଷକଙ୍କ କହିବାନୁସାରେ ଇମ୍ରାନ ଖାନଙ୍କ ସଦ୍ୟତମ ବିବୃତ୍ତିରେ ସେନା, ସରକାର ଏବଂ ନ୍ୟାୟପାଳିକା ଏକଜୁଟ ହୋଇ କଥାବାର୍ତ୍ତା କରୁଥିବା ଜଣାପଡିଛି। ଏହା ଇମ୍ରାନ ଖାନଙ୍କ ପାଇଁ ଏକ ବିପଦପୂର୍ଣ୍ଣ ସଙ୍କେତ।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ICC: T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତି ଉପରେ ନେଲା ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ,୯।୨: ପୁରୁଷ T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତିକୁ ନେଇ ICC ଦୁଃଖ ପ୍ରକାଶ କରିଛି। ତେବେ ଏହି ଘଟଣା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଉପରେ…

T20 ବିଶ୍ୱକପ୍‌: ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପାକିସ୍ତାନକୁ ଅନୁରୋଧ କଲା ବାଂଲାଦେଶ

ନୂଆଦିଲ୍ଲୀ,୯।୨: ଭାରତ-ପାକିସ୍ତାନ T20 ବିଶ୍ୱକପ୍ ମ୍ୟାଚ୍‌କୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ଏକ ନୂଆ ମୋଡ଼ ଆସିଛି। ବାଂଲାଦେଶ କ୍ରିକେଟ ବୋର୍ଡ (BCB) ପାକିସ୍ତାନକୁ ଏହି…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ପ୍ରେମ ସପ୍ତାହରେ ରକ୍ତରଂଜିତ କାହାଣୀ: ତ୍ରିକୋଣୀୟ ପ୍ରେମକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ

ଭୁବନେଶ୍ୱର,୯।୨: ରାଜଧାନୀ ଭୁବନେଶ୍ୱରରେ ଏକ ସିନେମା ଷ୍ଟାଇଲ୍‌ରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ‘ଚକୋଲେଟ୍ ଡେ’ ପାଳନ ପରେ ପ୍ରେମିକର ବେକ କାଟି ହତ୍ୟା କରିବା ସହ ପ୍ରମାଣ…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri