ଖରସ୍ରୋତାରୁ ଭଦ୍ରକକୁ ପାଣି ଦେବା ବିବାଦ: ଜିଆଇଜେଡ୍‌ର ଭିତରକନିକା ରିପୋର୍ଟକୁ ଉପେକ୍ଷା

କେନ୍ଦ୍ରାପଡ଼ା ଅଫିସ,୨୦।୮: କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହା ନିକଟ ଖରସ୍ରୋତା ନଦୀରୁ ଭଦ୍ରକ ଜିଲାର ୪ ବ୍ଲକ ଅଞ୍ଚଳକୁ ପାଣି ଦେବା ବିବାଦ ଆଇନଗତ କାର୍ଯ୍ୟାନୁଷ୍ଠାନ ଦିଗକୁ ଗତି କରୁଛି। କେନ୍ଦ୍ର ସରକାରଙ୍କ ପର୍ଯ୍ୟାବରଣ (ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ) ବିଭାଗ ଓ ଜିଆଇଜେଡ୍‌ (ଅନ୍ତର୍ଜାତୀୟ ସହଯୋଗ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଜର୍ମାନ ସଂସ୍ଥା) ଦ୍ୱାରା ଭିତରକନିକା ଉପରେ ହୋଇଥିବା ସଦ୍ୟତମ ସର୍ଭେ ରିପୋର୍ଟକୁ ଉପେକ୍ଷା କରାଯାଉଛି। ସେହିପରି ୨୦୨୦ ଡିସେମ୍ବର ୩ ଓ ୧୪ ତାରିଖରେ ଅନୁଷ୍ଠିତ ଭିତରକନିକା ଇକୋ ସେନ୍ସିଟିଭ ଜୋନ ମନିଟରିଂ କମିଟି ବୈଠକର ରିଜୋଲ୍ୟୁଶନ ଉପରେ ସଭ୍ୟ ଶ୍ରୀକାନ୍ତ ନାୟକ ପ୍ରଶ୍ନ ଉଠାଇ ଗତ ୧୦ ତାରିଖରୁ ଅନଶନରେ ଅଛନ୍ତି। ସେ କହିଛନ୍ତି , ଜୋନ ମନିଟରିଂ କମିଟିରେ ମୋଟ ୧୦ ଜଣ ସଭ୍ୟ ଥିଲେ ମଧ୍ୟ ମାତ୍ର ୬ ଜଣଙ୍କୁ ବୈଠକ ପାଇଁ ନୋଟିସ ହୋଇଛି। ନୋଟିସରେ ଜିଲା ମନିଟରିଂ କମିଟି ଉଲ୍ଲେଖ ରହିଛି। ତେବେ ଏହା ଭିତରକନିକା ଇକୋ ସେନ୍ସିଟିଭ ଜୋନ ମନିଟରିଂ କମିଟି ହୋଇଥିବା ବେଳେ ଏହି କମିଟିରେ କେନ୍ଦ୍ରାପଡ଼ା ସମେତ ଭଦ୍ରକ ଜିଲାର ସଭ୍ୟ ଅଛନ୍ତି। ଖରସ୍ରୋତା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପ୍ରାୟ ୪୦ ପ୍ରତିଶତ ପରେ ଏହି କମିଟିର ବୈଠକ ଡକା ଯାଇଛି। ଦୁଇଟି ବୈଠକର ରିଜୋଲ୍ୟୁଶନ ଗୋଟିଏରେ ସମାପ୍ତ କରାଯାଇଛି। ଏପରିକି କମିଟିର ସଦସ୍ୟ ନ ଥିବା ପଦାଧିକାରୀଙ୍କୁ ଦସ୍ତଖତ କରାଇ ରିଜୋଲ୍ୟୁଶନ ମଞ୍ଜୁରୀ କରାଯାଇଛି। ଯାହାକି ବେଆଇନ । ଏପରି ରିଜୋଲ୍ୟୁଶନରେ ହେଉଥିବା ପ୍ରକଳ୍ପକୁ ବନ୍ଦ କରାଯାଇ ଭିତରକନିକାର ଜୈବବିବିଧତାକୁ ନଷ୍ଟ ମୁଖରୁ ବଞ୍ଚାଇବା ପାଇଁ ବୈଷୟିକ ଟିମ୍‌ ଅନୁଧ୍ୟାନ କରନ୍ତୁ।
ଏ ନେଇ ସାମାଜିକ କର୍ମୀ ସଞ୍ଜୟ ବେହୁରା, ଅଧ୍ୟାପକ କ୍ଷିତୀଶ କୁମାର ସିଂହ ଓ ଡ. ପ୍ରଦୀପ କୁମାର ତରାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚଳାଇଥିବା କହିଛନ୍ତି। ୨୦୧୯ ଡିସେମ୍ବରରୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟାବରଣ ବିଭାଗ ପକ୍ଷରୁ ଭାରତର ଜୈବବିବିଧତା ଓ ପରିବେଶ ସୁରକ୍ଷା ପାଇଁ ଆର୍ଦ୍ରଭୂମି ପରିଚାଳନା (ୱଟଲ୍ୟାଣ୍ଡ୍‌ସ ମ୍ୟାନେଜମେଣ୍ଟ ଫର୍‌ ବାଇଓ ଡାଇଭର୍‌ସିଟି ଆଣ୍ଡ କ୍ଲାଇମେଟ ପ୍ରୋଟେକ୍ସନ) ସର୍ଭେ ହୋଇଛି। ସର୍ଭେରେ ଭାରତର ହିମାଚଳପ୍ରଦେଶର ପଙ୍ଗ ଓ ରେଣୁକା, ଓଡ଼ିଶାର ଭିତରକନିକା, ତାମିଲନାଡୁର ଦି ପଏଣ୍ଟ କାଲିମାର ରାମସାର ସାଇଟକୁ ନିଆଯିବା ସହ ଚିଲିକା ଅଞ୍ଚଳକୁ ଏଥିରେ ସାମିଲ କରାଯାଇଛି। ଏହି ସର୍ଭେ ପାଇଁ ଜର୍ମାନ ଫେଡେରାଲ ମିନିଷ୍ଟ୍ରି ସହ ଇଣ୍ଟର ନ୍ୟାଶନାଲ କ୍ଲାଇମେଟ ଇନିସିଏଟିଭ (ଆଇକେଆଇ) ସହଯୋଗ କରୁଛି। ଭିତରକନିକା ରାମସାର ସାଇଟ ସର୍ଭେରେ ସାମିଲ ହୋଇଥିବା ଜିଆଇଜେଡ ବୈଜ୍ଞାନିକ ଭିତରକନିକାର ପରିବେଶ ପାଇଁ ମଧୁରଜଳ ଆବଶ୍ୟକତାକୁ ଅନୁଧ୍ୟାନ କରିଥିଲେ। ସମୁଦ୍ର ତଟ ଅଞ୍ଚଳ କ୍ଷୟ, ପର୍ଯ୍ୟାପ୍ତ ପରିମାଣର ଚିଙ୍ଗୁଡି ଘେରି ସହ ନଦୀର ଜଳସ୍ରୋତ କମୁଥିବା ନେଇ ସେମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେହିପରି ଏହି ଆର୍ଦ୍ରଭୂମିକୁ ଅଣମୌସୁମୀ ସମୟରେ ମାତ୍ର ୧୫ ପ୍ରତିଶତ ମଧୁର ଜଳ ପହଞ୍ଚୁଥିବା ନେଇ ରିସର୍ଚ୍ଚ ପେପରରେ ଦର୍ଶାଯାଇଛି। ଅପରପକ୍ଷରେ ଖରସ୍ରୋତା ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ହାଇଦ୍ରାବାଦର ଠିକା ସଂସ୍ଥା ଦାୟିତ୍ୱ ନେଇଛି। ଏହି ସହରରେ ଥିବା ଆଇଆଇଟି ରିପୋର୍ଟକୁ ରିଜୋଲ୍ୟୁଶନରେ ଦର୍ଶାଇବା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରିପୋର୍ଟରେ ନିର୍ମାଣ କାର୍ଯ୍ୟ ସମୟରେ ପରିବେଶ ଉପରେ ଯେଭଳି ପ୍ରଭାବ ନ ପଡିବ ସେ ସମ୍ପର୍କରେ ତଥ୍ୟ ଉପସ୍ଥାପିତ କରାଯାଇଛି। ହେଲେ ଖରସ୍ରୋତାରୁ ପାଣି ଉଠାଇବା ପରେ ଭିତରକନିକା ଉପରେ କି ପ୍ରଭାବ ପଡିବ ସେ ସମ୍ପର୍କରେ କିଛି ଉଲ୍ଲେଖ କରାଯାଇନାହିଁ। ସେହିପରି ଓୟୁଏଟିର ଏକ ରିପୋର୍ଟକୁ ଜିଲା ପ୍ରଶାସନ ଦର୍ଶାଉଛି। ଜିଆଇଜେଡ୍‌ ପକ୍ଷରୁ ସର୍ଭେ ପାଇଁ ୬ ମାସ ସମୟ ନିଆଯାଇଥିଲା। ହେଲେ ୬୭୨ ବର୍ଗ କି.ମି. ଜାତୀୟ ଉଦ୍ୟାନକୁ ଦୁଇଦିନିଆ ଗସ୍ତରେ ଆସି ଓୟୁଏଟି ବିଶେଷଜ୍ଞ କମିଟି କିଭଳି ଭିତରକନିକାର ପରିବେଶ ଉପରେ ପ୍ରକଳ୍ପର ପ୍ରଭାବ ପଡିବନି ବୋଲି ରିପୋର୍ଟ ଦେଲା ତାହାକୁ ନେଇ ପ୍ରଶ୍ନ ଉଠାଯିବ। ଏଥିସହ ଇକୋ ସେନ୍ସିଟିଭ ଜୋନରେ ପ୍ରକଳ୍ପ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବାକୁ ପ୍ରସ୍ତୁତି ଚାଲିଥିବା ବୋଲି ସେମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ବସନ୍ତ କୁମାର ରାଉତ କହିଛନ୍ତି ଯେ, ପ୍ରକଳ୍ପ ସମ୍ପର୍କରେ ସମସ୍ତ ଆଇନଗତ ଦିଗର ତର୍ଜମା ଜିଲା ପ୍ରଶାସନ ପକ୍ଷରୁ କରାଯାଇଛି। ଏହା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri