ଭାଜପା ପ୍ରାର୍ଥୀ ଚୟନକୁ ନେଇ ବିବାଦ

ନୟାଗଡ଼, ୭।୪(ଲୋକନାଥ ମିଶ୍ର) ନୟାଗଡ଼ ଜିଲାର ଦଶପଲ୍ଲା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ରାଘବ ମଲିକଙ୍କୁ ପ୍ରାର୍ଥୀ କରିବା ପରେ ଦଳର କେତେଜଣ ନେତା ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ଗୋଟିଚାଳନା କରିବାରେ ଲାଗିଛନ୍ତି। ଉଦ୍ୟମ ବ୍ୟର୍ଥ ହେଲେ ସ୍ବାଧୀନ ପ୍ରାର୍ଥୀ ଦେଇ ବିଜେଡି ସହ ଟକ୍କର ଦେବାକୁ ଭାଜପା ନେତାମାନେ ଋଣନୀତି ପ୍ରସ୍ତୁତ କରୁଛନ୍ତି। ତେବେ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରାଙ୍କୁ ପରାସ୍ତ କରିବାକୁ ହେଲେ ଭାଜପା ପକ୍ଷରୁ ଜଣେ ଟାଣୁଆ ନେତା ପ୍ରାର୍ଥୀ ହେବାକୁ ପଡ଼ିବ। ରାଘବ କୁଆଡ଼େ ବିଜେଡି ପ୍ରାର୍ଥୀ ବେହେରାଙ୍କୁ ଟକ୍କର ଦେଇପାରିବେ ନାହିଁ ବୋଲିି କେତେଜଣ ଭାଜପା କର୍ମୀ ଆଲୋଚନା କରୁଛନ୍ତି। ଏଣୁ ପ୍ରାର୍ଥୀ ହେବାକୁ କେତେଜଣ ଆଶାୟୀ ବାରମ୍ବାର କେନ୍ଦ୍ରୀୟ ଓ ରାଜ୍ୟ ଭାଜପା ନେତୃତ୍ୱଙ୍କ ସହଯୋଗ ଲୋଡ଼ିଛନ୍ତି।
ଦଶପଲ୍ଲା ନିର୍ବାଚନମଣ୍ଡଳୀରେ ଭାଜପାରୁ ପ୍ରାର୍ଥୀ ହେବାକୁ ଦଶପଲ୍ଲାର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ଓ କାଶୀନାଥ ମଲିକ, ମନୋଜ ବେହେରା, ରାଘବ ମଲିକ ଚର୍ଚ୍ଚାରେ ଥିଲେ। ପରେ ରବୀନ୍ଦ୍ର ସେଠୀ ଭାଜପାରେ ମିଶି ଅନ୍ୟତମ ଦାବିଦାର ହୋଇଥିଲେ। ଦଶପଲ୍ଲା ନିର୍ବାଚନମଣ୍ଡଳୀରେ ରାଘବ ମଲିକ ଓ ମନୋଜ ବେହେରା ଭାଜପାର ଭଲ ସଙ୍ଗଠକ ହିସାବରେ ଜଣାଶୁଣା। ଟିକେଟ ମିଳୁ କି ନ ମିଳୁ ଲୋକଙ୍କ ସହ ମିଶି ସୁବିଧା ଅସୁବିଧାରେ ସହଯୋଗ କରିଆସୁଥିଲେ। ଦଳ ପକ୍ଷରୁ ରାଘବ ମଲିକ ଟିକେଟ ପାଇବା ପରେ ଯଦିଓ ଖୋଲାଖୋଲି କେହି ବିରୋଧ କରୁନାହାନ୍ତି ତଥାପି ପ୍ରାର୍ଥୀ ବଦଳାଇବାକୁ ଲବିରେ ରହିଛନ୍ତି। ଅନ୍ୟପଟେ ରାଘବ ପ୍ରାର୍ଥତ୍ପତ୍ର ଦାଖଲ କରି ନ ଥିଲେ ହେଁ ଗଁାରୁ ଗାଁ, ୱାର୍ଡରୁ ୱାର୍ଡ ବୁଲି ଭୋଟ ଭିକ୍ଷା ଆରମ୍ଭ କରିସାରିଲେଣି। ଭାଜପାର ପ୍ରାର୍ଥୀ ଘୋଷଣା ପରେ ବି ରବୀନ୍ଦ୍ର ସେଠୀ ଭାଜପାରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିବା ଚର୍ଚ୍ଚା ହେଉଛି ।
ଚର୍ଚ୍ଚା ଅନୁଯାୟୀ, ରାଘବଙ୍କୁ ହଟାଇ ରବୀନ୍ଦ୍ର ପ୍ରାର୍ଥୀ ହେବା ପାଇଁ ଲାଗିପଡ଼ିଛନ୍ତି। ରବୀନ୍ଦ୍ରଙ୍କୁ ଟିକେଟ ନ ମିଳିଲେ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିପାରନ୍ତି ବୋଲି ନିଷ୍ପତ୍ତି ହୋଇଛି। କେତେଜଣ ଭାଜପା କର୍ମୀଙ୍କ ସୂଚନା ଅନୁଯାୟୀ, ବିଜେଡି ପ୍ରାର୍ଥୀଙ୍କୁ ହରାଇବାକୁ ହେଲେ ଭାଜପା ପ୍ରାର୍ଥୀ ରାଘବ ମଲିକଙ୍କୁ ସହଯୋଗ କରିବା ଦରକାର। ଦଳ ପକ୍ଷରୁ ପ୍ରାର୍ଥୀ ଦେବା ପରେ ପୁଣି ବିରୋଧ କରି ପରିବର୍ତ୍ତନ କରିବା ଠିକ୍‌ ମେସେଜ୍‌ ଯିବ ନାହିଁ। ବିଜେଡି ପ୍ରାର୍ଥୀଙ୍କୁ ନେଇ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ନିର୍ବାଚନ ତାରିଖ ଘୋଷଣା ପରେ କର୍ମୀ ଓ ସମର୍ଥକ ନୀରବୀ ଯାଇଛନ୍ତି । ଭୋଟ ଅସ୍ତ୍ର ମାଧ୍ୟମରେ ଜବାବ ଦେବାକୁ ସଜବାଜ ହେଉଛନ୍ତି। ଏଣୁ ଭାଜପା ନେତାମାନେ ଚୁପ୍‌ ହୋଇଯିବା ଦରକାର ବୋଲି ମତ ଦେଇଛନ୍ତି। ରାଘବଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ କରୁଥିବା କେତେଜଣ କର୍ମୀଙ୍କ ସୂଚନା ଅନୁସାରେ ରାଘବଙ୍କୁ ବିରୋଧ କରାଯାଉନାହିଁ। ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରାଙ୍କୁ ହଟାଇବାକୁ ନୂଆ ପ୍ରାର୍ଥିତ୍ୱଙ୍କ ଆବଶ୍ୟକ ଥିବାରୁ ପରିବର୍ତ୍ତନ କରିବାକୁ ଉଦ୍ୟମ କରାଯାଉଛି। ବିଜେଡି ପ୍ରାର୍ଥୀଙ୍କୁ ଟକ୍କର ଦେବାକୁ ରାଘବ ଯୋଗ୍ୟ ନୁହନ୍ତି ବୋଲି ଏପରି କରାଯାଉଛି। ପୌର ନିର୍ବାଚନରେ ଦଶପଲ୍ଲା ବିଧାୟକଙ୍କ ପ୍ରାର୍ଥୀ ପରାସ୍ତ ହୋଇ ସ୍ବାଧୀନ ପ୍ରାର୍ଥୀ ଦଶପଲ୍ଲା ଏନ୍‌ଏସି ଚେୟାରମ୍ୟାନ୍‌ ହେବା ପରେ ଭୋଟରଙ୍କ ପସନ୍ଦ ବିଜେଡି ପ୍ରାର୍ଥୀ ନୁହେଁ ବୋଲି ସଙ୍କେତ ମିଳିସାରିଛି। ଏଣୁ ବିଜେଡି ପ୍ରାର୍ଥୀଙ୍କୁ ପରାସ୍ତ କରିବାକୁ ନୂଆ ନୂଆ ରଣନୀତି ଆପଣାଇବା ଭୁଲ୍‌ ନୁହେଁ ବୋଲି ସେମାନେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri