ଭାଜପା ପ୍ରାର୍ଥୀ ଚୟନକୁ ନେଇ ବିବାଦ

ନୟାଗଡ଼, ୭।୪(ଲୋକନାଥ ମିଶ୍ର) ନୟାଗଡ଼ ଜିଲାର ଦଶପଲ୍ଲା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ରାଘବ ମଲିକଙ୍କୁ ପ୍ରାର୍ଥୀ କରିବା ପରେ ଦଳର କେତେଜଣ ନେତା ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ଗୋଟିଚାଳନା କରିବାରେ ଲାଗିଛନ୍ତି। ଉଦ୍ୟମ ବ୍ୟର୍ଥ ହେଲେ ସ୍ବାଧୀନ ପ୍ରାର୍ଥୀ ଦେଇ ବିଜେଡି ସହ ଟକ୍କର ଦେବାକୁ ଭାଜପା ନେତାମାନେ ଋଣନୀତି ପ୍ରସ୍ତୁତ କରୁଛନ୍ତି। ତେବେ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରାଙ୍କୁ ପରାସ୍ତ କରିବାକୁ ହେଲେ ଭାଜପା ପକ୍ଷରୁ ଜଣେ ଟାଣୁଆ ନେତା ପ୍ରାର୍ଥୀ ହେବାକୁ ପଡ଼ିବ। ରାଘବ କୁଆଡ଼େ ବିଜେଡି ପ୍ରାର୍ଥୀ ବେହେରାଙ୍କୁ ଟକ୍କର ଦେଇପାରିବେ ନାହିଁ ବୋଲିି କେତେଜଣ ଭାଜପା କର୍ମୀ ଆଲୋଚନା କରୁଛନ୍ତି। ଏଣୁ ପ୍ରାର୍ଥୀ ହେବାକୁ କେତେଜଣ ଆଶାୟୀ ବାରମ୍ବାର କେନ୍ଦ୍ରୀୟ ଓ ରାଜ୍ୟ ଭାଜପା ନେତୃତ୍ୱଙ୍କ ସହଯୋଗ ଲୋଡ଼ିଛନ୍ତି।
ଦଶପଲ୍ଲା ନିର୍ବାଚନମଣ୍ଡଳୀରେ ଭାଜପାରୁ ପ୍ରାର୍ଥୀ ହେବାକୁ ଦଶପଲ୍ଲାର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ଓ କାଶୀନାଥ ମଲିକ, ମନୋଜ ବେହେରା, ରାଘବ ମଲିକ ଚର୍ଚ୍ଚାରେ ଥିଲେ। ପରେ ରବୀନ୍ଦ୍ର ସେଠୀ ଭାଜପାରେ ମିଶି ଅନ୍ୟତମ ଦାବିଦାର ହୋଇଥିଲେ। ଦଶପଲ୍ଲା ନିର୍ବାଚନମଣ୍ଡଳୀରେ ରାଘବ ମଲିକ ଓ ମନୋଜ ବେହେରା ଭାଜପାର ଭଲ ସଙ୍ଗଠକ ହିସାବରେ ଜଣାଶୁଣା। ଟିକେଟ ମିଳୁ କି ନ ମିଳୁ ଲୋକଙ୍କ ସହ ମିଶି ସୁବିଧା ଅସୁବିଧାରେ ସହଯୋଗ କରିଆସୁଥିଲେ। ଦଳ ପକ୍ଷରୁ ରାଘବ ମଲିକ ଟିକେଟ ପାଇବା ପରେ ଯଦିଓ ଖୋଲାଖୋଲି କେହି ବିରୋଧ କରୁନାହାନ୍ତି ତଥାପି ପ୍ରାର୍ଥୀ ବଦଳାଇବାକୁ ଲବିରେ ରହିଛନ୍ତି। ଅନ୍ୟପଟେ ରାଘବ ପ୍ରାର୍ଥତ୍ପତ୍ର ଦାଖଲ କରି ନ ଥିଲେ ହେଁ ଗଁାରୁ ଗାଁ, ୱାର୍ଡରୁ ୱାର୍ଡ ବୁଲି ଭୋଟ ଭିକ୍ଷା ଆରମ୍ଭ କରିସାରିଲେଣି। ଭାଜପାର ପ୍ରାର୍ଥୀ ଘୋଷଣା ପରେ ବି ରବୀନ୍ଦ୍ର ସେଠୀ ଭାଜପାରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିବା ଚର୍ଚ୍ଚା ହେଉଛି ।
ଚର୍ଚ୍ଚା ଅନୁଯାୟୀ, ରାଘବଙ୍କୁ ହଟାଇ ରବୀନ୍ଦ୍ର ପ୍ରାର୍ଥୀ ହେବା ପାଇଁ ଲାଗିପଡ଼ିଛନ୍ତି। ରବୀନ୍ଦ୍ରଙ୍କୁ ଟିକେଟ ନ ମିଳିଲେ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିପାରନ୍ତି ବୋଲି ନିଷ୍ପତ୍ତି ହୋଇଛି। କେତେଜଣ ଭାଜପା କର୍ମୀଙ୍କ ସୂଚନା ଅନୁଯାୟୀ, ବିଜେଡି ପ୍ରାର୍ଥୀଙ୍କୁ ହରାଇବାକୁ ହେଲେ ଭାଜପା ପ୍ରାର୍ଥୀ ରାଘବ ମଲିକଙ୍କୁ ସହଯୋଗ କରିବା ଦରକାର। ଦଳ ପକ୍ଷରୁ ପ୍ରାର୍ଥୀ ଦେବା ପରେ ପୁଣି ବିରୋଧ କରି ପରିବର୍ତ୍ତନ କରିବା ଠିକ୍‌ ମେସେଜ୍‌ ଯିବ ନାହିଁ। ବିଜେଡି ପ୍ରାର୍ଥୀଙ୍କୁ ନେଇ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ନିର୍ବାଚନ ତାରିଖ ଘୋଷଣା ପରେ କର୍ମୀ ଓ ସମର୍ଥକ ନୀରବୀ ଯାଇଛନ୍ତି । ଭୋଟ ଅସ୍ତ୍ର ମାଧ୍ୟମରେ ଜବାବ ଦେବାକୁ ସଜବାଜ ହେଉଛନ୍ତି। ଏଣୁ ଭାଜପା ନେତାମାନେ ଚୁପ୍‌ ହୋଇଯିବା ଦରକାର ବୋଲି ମତ ଦେଇଛନ୍ତି। ରାଘବଙ୍କ ପ୍ରାର୍ଥତ୍ତ୍ୱକୁ ବିରୋଧ କରୁଥିବା କେତେଜଣ କର୍ମୀଙ୍କ ସୂଚନା ଅନୁସାରେ ରାଘବଙ୍କୁ ବିରୋଧ କରାଯାଉନାହିଁ। ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରାଙ୍କୁ ହଟାଇବାକୁ ନୂଆ ପ୍ରାର୍ଥିତ୍ୱଙ୍କ ଆବଶ୍ୟକ ଥିବାରୁ ପରିବର୍ତ୍ତନ କରିବାକୁ ଉଦ୍ୟମ କରାଯାଉଛି। ବିଜେଡି ପ୍ରାର୍ଥୀଙ୍କୁ ଟକ୍କର ଦେବାକୁ ରାଘବ ଯୋଗ୍ୟ ନୁହନ୍ତି ବୋଲି ଏପରି କରାଯାଉଛି। ପୌର ନିର୍ବାଚନରେ ଦଶପଲ୍ଲା ବିଧାୟକଙ୍କ ପ୍ରାର୍ଥୀ ପରାସ୍ତ ହୋଇ ସ୍ବାଧୀନ ପ୍ରାର୍ଥୀ ଦଶପଲ୍ଲା ଏନ୍‌ଏସି ଚେୟାରମ୍ୟାନ୍‌ ହେବା ପରେ ଭୋଟରଙ୍କ ପସନ୍ଦ ବିଜେଡି ପ୍ରାର୍ଥୀ ନୁହେଁ ବୋଲି ସଙ୍କେତ ମିଳିସାରିଛି। ଏଣୁ ବିଜେଡି ପ୍ରାର୍ଥୀଙ୍କୁ ପରାସ୍ତ କରିବାକୁ ନୂଆ ନୂଆ ରଣନୀତି ଆପଣାଇବା ଭୁଲ୍‌ ନୁହେଁ ବୋଲି ସେମାନେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ରବିବାର ଜଣେ ଯୁବକଙ୍କର ମୃତଦେହ...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri