ଏନ୍‌ଇପିର ଭାଷା ନୀତିକୁ ନେଇ ବିବାଦ

କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷା ନୀତି(ଏନ୍‌ଇପି)-୨୦୨୦ରେ ବିଦ୍ୟାଳୟଗୁଡ଼ିକରେ ୩ ଭାଷା ନୀତି ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରତ୍ୟେକ ରାଜ୍ୟରେ ମାତୃଭାଷା କିମ୍ବା ଆଞ୍ଚଳିକ ଭାଷାକୁ ପ୍ରଥମ ଭାଷା ଭାବେ ପରିଗଣିତ କରାଯାଉଥିବାବେଳେ ୨ୟ ଭାଷା ଭାବେ ହିନ୍ଦୀଭାଷୀ ରାଜ୍ୟରେ ଇଂଲିଶ କିମ୍ବା ଅନ୍ୟ ଯେକୌଣସି ଆଧୁନିକ ଭାରତୀୟ ଭାଷା ଏବଂ ଅଣହିନ୍ଦୀ ଭାଷୀ ରାଜ୍ୟରେ ଇଂଲିଶ କିମ୍ବା ହିନ୍ଦୀକୁ ଗ୍ରହଣ କରାଯିବ। ସେହିପରି ତୃତୀୟ ଭାଷା ଭାବେ ଉଭୟ ହିନ୍ଦୀ ଭାଷୀ ଏବଂ ଅଣହିନ୍ଦୀଭାଷୀ ରାଜ୍ୟରେ ଇଂଲିଶ କିମ୍ବା ଯେକୌଣସି ଆଧୁନିକ ଭାରତୀୟ ଭାଷାକୁ ପିଲାମାନେ ପଢ଼ିପାରିବେ। ତେବେ ତାମିଲନାଡ଼ୁ ପରି ଅଣହିନ୍ଦୀ ରାଜ୍ୟ ୨ଭାଷା ଉପରେ ଗୁରୁତ୍ୱ ଦେଉଥିବାବେଳେ ୩ୟ ଭାଷାକୁ ଗ୍ରହଣ କରିପାରୁ ନାହିଁ। ଏପରି କି କେନ୍ଦ୍ର ସରକାର ୩ୟ ଭାଷା ଭାବେ ହିନ୍ଦୀକୁ ଲଦି ଦେବାକୁ ଚାହୁଁଛନ୍ତି ବୋଲି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ସେଠାରେ ଏକପ୍ରକାର ଭାଷା ଯୁଦ୍ଧ ସ୍ଥିତି ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ହରିୟାଣା, ରାଜସ୍ଥାନ, ହିମାଚଳପ୍ରଦେଶ ଭଳି ହିନ୍ଦୀଭାଷୀ ରାଜ୍ୟଗୁଡ଼ିକରେ ତୃତୀୟ ଭାଷା କ’ଣ ରହିବ ଏବଂ ଏହାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୩ୟ ଭାଷା ନୀତି ଦେଶର ସଂହତି ରକ୍ଷା କରିବାରେ କେତେଦୂର ସହଯୋଗୀ ହେବ, ତାକୁ ନେଇ ମଧ୍ୟ ବିଭିନ୍ନ ମତ ପ୍ରକାଶ ପାଉଛି।

ତୃତୀୟ ଭାଷା କାର୍ଯ୍ୟକାରିତା କଷ୍ଟକର ହେବ
ଏନ୍‌ଇପି ପକ୍ଷରୁ ସମଗ୍ର ଦେଶରେ ତ୍ରିଭାଷୀ ସୂତ୍ର ଲାଗୁ କରାଯାଇଛି, ଯାହାକି ନିହାତି ପକ୍ଷେ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏହାଦ୍ୱାରା ଛାତ୍ରୀଛାତ୍ରମାନେ ନୂଆ ଭାଷା ଶିଖିବାର ସୁଯୋଗ ପାଇ ପାରିବେ। ଓଡ଼ିଶା, ଉତ୍ତରପ୍ରଦେଶ ତଥା ଅନ୍ୟ କିଛି ଅଣହିନ୍ଦୀ ରାଜ୍ୟରେ ସାଧାରଣତଃ ଓଡ଼ିଆ ଏବଂ ଇଂଲିଶ ପରେ ତୃତୀୟ ଭାଷା ଭାବେ ସଂସ୍କୃତକୁ ବାଛିଥାନ୍ତି। ତେବେ ସଂସ୍କୃତକୁ ବାଛିବାର କାରଣ ଭାଷା ଶିକ୍ଷା ବା ସାହିତ୍ୟ ଶିକ୍ଷା ନୁହେଁ, ବରଂ ପରୀକ୍ଷାରେ ନମ୍ବର ପାଇବାର ଏହା ଏକ ଉତ୍କୃଷ୍ଟ ମାଧ୍ୟମ। ମାତ୍ର ତୃତୀୟଭାଷାକୁ ସବୁବେଳେ ଏକ ନୂଆ ଭାଷା ଶିକ୍ଷା କରିବା ଲକ୍ଷ୍ୟରେ ଏହାକୁ ବାଛିବା ଦରକାର। ସେହିପରି ଅଣହିନ୍ଦୀ ରାଜ୍ୟଗୁଡ଼ିକରେ ଅଣହିନ୍ଦୀ ବିଶେଷକରି ଦକ୍ଷିଣଭାଷାକୁ ତୃତୀୟ ଭାଷା ଭାବେ ବାଛିବା ଦରକାର। ତେବେ ଏଥିପାଇଁ ଯେଭଳି ବ୍ୟବସ୍ଥା ହେବା କଥା ତାହା ଏଯାବତ୍‌ ହୋଇପାରି ନାହିଁ। ଯଦିଓ ନୂଆ ଶିକ୍ଷା ନୀତିରେ ଏନେଇ ଉଲ୍ଲେଖ ରହିଛି ତଥାପି ତାହାକୁ କାର୍ଯ୍ୟରେ ପରିପାଳନ କରିବା କଷ୍ଟକର। ତାମିଲନାଡୁରେ ଯଦି ଜଣେ ବଙ୍ଗଳା ବା ଓଡ଼ିଆ ପିଲା ଥିବ, ତେବେ ସେ ତା’ର ମାତୃଭାଷାକୁ ତୃତୀୟ ଭାଷା ଭାବେ ନେବାକୁ ଚାହିଁବ। ମାତ୍ର ଜଣେ ଦୁଇଜଣ ପିଲାଙ୍କ ପାଇଁ ଶିକ୍ଷକ ନିଯୁକ୍ତିଠାରୁ ଆରମ୍ଭ କରି ପାଠ୍ୟଉପକରଣ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇବା କଷ୍ଟକର ହୋଇ ପଡ଼ିବ। ସେହିପରି ଅନ୍‌ଲାଇନ୍‌ରେ ପାଠ ପଢିବା ଅଫ୍‌ଲାଇନ୍‌ ଭଳି ଲାଭଦାୟକ ହୋଇପାରିବ ନାହିଁ।
– ପ୍ରୀତୀଶ ଆଚାର୍ଯ୍ୟ, ଅବସରପ୍ରାପ୍ତ ଅଧ୍ୟାପକ
ହିନ୍ଦୀ ଜାଣିଲେ ଭାଷା ଭାବନା ଆହୁରି ସମୃଦ୍ଧ ହେବ
ଭାରତବର୍ଷରେ ବିଭିନ୍ନ ଭାଷାର ପ୍ରଚଳନ ରହିଛି। ତେବେ ହିନ୍ଦୀକୁ ନେଇ ଉତ୍ତର ଏବଂ ଦକ୍ଷିଣ ଭାରତ ମଧ୍ୟରେ ମତପାର୍ଥକ୍ୟ ରହିଛି। ହିନ୍ଦୀ ଏକ ବହୁଳ ପ୍ରଚଳିତ ଭାଷା। ପ୍ରାୟ ସବୁ ପ୍ରଦେଶର ବାସିନ୍ଦା ଉଣାଧିକେ ହିନ୍ଦୀ କହିବା ସହ ବୁଝିପାରନ୍ତି। ବିଭିନ୍ନ ପ୍ରଦେଶର ବାସିନ୍ଦାଙ୍କ ମଧ୍ୟରେ ହିନ୍ଦୀ ଏକ ସେତୁ ଭଳି କାର୍ଯ୍ୟ କରିଥାଏ। ସମ୍ବିଧାନରେ ହିନ୍ଦୀକୁ ରାଜଭାଷାର ମାନ୍ୟତା ଦିଆଯାଇଛି। ଜାତୀୟ ଶିକ୍ଷାନୀତି ଅନ୍ତର୍ଗତ ତ୍ରିଭାଷୀ ନୀତି ସ୍ବାଗତଯୋଗ୍ୟ। ଜଣେ ଭାରତୀୟ ନାଗରିକ ମାତୃଭାଷା ସହ ଇଂଲିଶ ଓ ହିନ୍ଦୀ ଜାଣିବା ଆବଶ୍ୟକ। ତେବେ ସର୍ବୋପରି ମାତୃଭାଷାକୁ ହୀନମନ୍ୟତା ଭିତରେ ରଖିବା ଉଚିତ ନୁହେଁ। ତାମିଲନାଡୁ ବାସିନ୍ଦା ନିଜ ମାତୃଭାଷା ତାମିଲକୁ ନେଇ ଗର୍ବ କରନ୍ତି ଏବଂ ସେମାନେ ଭଲ ଇଂଲିଶ ମଧ୍ୟ କୁହନ୍ତି ଓ ଲେଖନ୍ତି। ଏଥିସହ ସେମାନେ ହିନ୍ଦୀ ଜାଣିଲେ ଏହା ସେମାନଙ୍କ ଭାଷା ଭାବନାକୁ ଆହୁରି ସମୃଦ୍ଧ କରିବ। ଏହାକୁ ରାଜନୈତିକ ଦୃଷ୍ଟିକୋଣରୁ ଟାଣି ତାମିଲନାଡୁ ସରକାର ଅଯଥା ବିବାଦ କରିବା ଅନୁଚିତ।
– ସତ୍ୟବାଦୀ ବଳିୟାରସିଂହ, ସଭାପତି,
ଭାଷା ସୁରକ୍ଷା ସମ୍ମିଳନୀ, ଖୋର୍ଦ୍ଧା
ପ୍ରଥମ ଭାଷା ମାତୃଭାଷା, ତୃତୀୟ ଭାଷା ସଂସ୍କୃତ ହେଉ
ପ୍ରଥମ ଭାଷାକୁ ମାତୃଭାଷା ଭାବେ ଗ୍ରହଣ କରିବା ଭଲ କଥା। ଦ୍ୱିତୀୟ ଭାଷା ଭାବରେ ଇଂଲିଶ ଭାଷା ନେଲେ ଦେଶ ଓ ଦେଶ ବାହାରେ ଯୋଗାଯୋଗ ପାଇଁ ସୁବିଧା ହେବ। ମାତ୍ର ତୃତୀୟ ଭାଷା ଭାବେ ହିନ୍ଦୀ ବଦଳରେ ସଂସ୍କୃତକୁ ପ୍ରୋସତ୍ାହିତ କରିବା ଆବଶ୍ୟକ। ଟିଭି, ମୋବାଇଲ, ଖୋଲିଲେ ଲୋକ ହିନ୍ଦୀ ଭାଷା ଶିଖିଯିବେ ମାତ୍ର ଏ ଯେଉଁ ନିୟମ ଲାଗୁ ହୋଇଛି ସେଥିରେ ହିନ୍ଦୀ ପ୍ରତି ପିଲା ଢ଼ଳିବେ। ସଂସ୍କୃତ ଭାଷାରେ ସାରା ଦେଶରେ ମନ୍ତ୍ରପାଠ କରାଯାଉଛି। ତେଣୁ ସମଗ୍ର ଭାରତରେ ବିଶେଷ କରି ଓଡ଼ିଶାରେ ସଂସ୍କୃତକୁ ଏକ ବାଧ୍ୟତାମୂଳକ ବିଷୟ ଭାବେ ରଖାଯିବା ଉଚିତ୍‌।
-ପ୍ରଶାନ୍ତ ନନ୍ଦ, ଅଭିନେତା
ଆନୁଷଙ୍ଗିକ ବ୍ୟବସ୍ଥା ହେବା ଜରୁରୀ
ଓଡ଼ିଶାରେ ବିଶେଷତଃ ହିନ୍ଦୀକୁ ତୃତୀୟ ଭାଷା ଭାବେ ବ୍ୟବହାର କରାଯାଉଛି। ମାତ୍ର ଏନ୍‌ଇପି-୨୦୨୦ ଲାଗୁ ହେବା ପରେ ପିଲାଙ୍କ ପାଖରେ ବିଭିନ୍ନ ଭାଷାକୁ ପଢ଼ିବାର ସୁଯୋଗ ମିଳିବ। ସେହିପରି ଝାଡ଼ଖଣ୍ଡରେ ଛାତ୍ରୀଛାତ୍ରମାନେ ଓଡ଼ିଆକୁ ତୃତୀୟ ଭାଷା ଭାବେ ଅଧ୍ୟୟନ କରୁଛନ୍ତି। ମାତ୍ର ସରକାରଙ୍କ ପକ୍ଷରୁ ସେଠାକୁ ପାଠ୍ୟଉପକରଣ ପଠାଯାଉ ନ ଥିବାରୁ ଠିକ୍‌ ଭାବେ ପଢ଼ା ହେଉନାହିଁ। ଆନ୍ଧ୍ରରେ ତେଲୁଗୁ ସହିତ ଉର୍ଦ୍ଦୁ ଦ୍ୱିତୀୟ ଭାଷା ଭାବେ ଅଧ୍ୟୟନ କରାଯାଉଛି। ସେହିପରି ହିନ୍ଦୀଭାଷୀ ରାଜ୍ୟଗୁଡିକ ପାଇଁ ଉର୍ଦ୍ଦୁ କିମ୍ବା ଅନ୍ୟ କୌଣସି ଭାଷା ତୃତୀୟ ଭାଷା ଭାବେ ବାଛିପାରିବେ। ମାତ୍ର ଏଥିପାଇଁ ପ୍ରଥମେ ଆନୁଷଙ୍ଗିକ ବ୍ୟବସ୍ଥା ହେବା ଦରକାର।
– ସହଦେବ ସାହୁ, ପୂର୍ବତନ ମୁଖ୍ୟ ଶାସନ ସଚିବ
ସ୍ଥାନ, ପରିସ୍ଥିତିକୁ ଦେଖି ତୃତୀୟ ଭାଷା ବାଛିବା ଜରୁରୀ
ଭାରତ ଏକ ବହୁଭାଷୀ ଦେଶ। ଏଠାରେ ଓଡ଼ିଆ, ଇଂଲିଶ ଠାରୁ ଆରମ୍ଭ କରି ବିଭିନ୍ନ ଭାଷା ରହିଛି। ଏଥିସହ ବିଭିନ୍ନ ରାଜ୍ୟର ନିଜର ଭାଷା ରହିଛି। ତେଣୁ ମୋଟାମୋଟି ଭାବେ ଇଂଲିଶ ଭାଷା ସମସ୍ତଙ୍କଦ୍ୱାରା ଗ୍ରହଣୀୟ ହୋଇଛି। ଏପରିକି ବିଭିନ୍ନ ସରକାରୀ କାଗଜପତ୍ର, କୋର୍ଟ କଚେରିରେ ଇଂଲିଶ ଭାଷା ସହିତ ସ୍ଥାନୀୟ ଭାଷାକୁ ବ୍ୟବହାର କରାଯାଉଛି। ଦକ୍ଷିଣ ଭାରତରେ ହିନ୍ଦୀ ଜାଣନ୍ତି ନାହିଁ, ତେଣୁ ସେଠାରେ ହିନ୍ଦୀକୁ ତୃତୀୟ ଭାଷା ଭାବେ ବାଛିବା ଦରକାର। ସେହିପରି ଉତ୍ତର ଭାରତରେ ହିନ୍ଦୀ ଦ୍ୱିତୀୟ ଭାଷା ଭାବେ ବ୍ୟବହାର ହେଉଥିବାରୁ ଏହାକୁ ଛାଡି ଅନ୍ୟ ଯେ କୌଣସି ଭାଷାକୁ ତୃତୀୟ ଭାଷା ଭାବେ ବଛାଯାଇ ପାରିବ। ଅପରପକ୍ଷେ ଝାଡ଼ଖଣ୍ଡରେ ତୃତୀୟ ଭାଷା ଭାବେ ଛାତ୍ରୀଛାତ୍ରମାନେ ଓଡ଼ିଆ ପଢୁଛନ୍ତି। ସମଗ୍ର ଦେଶ ପାଇଁ ଗୋଟିଏ ଭାଷା ବ୍ୟବହାର କରିବାର ପଲିସି କରାଯାଇ ପାରିବ ନାହିଁ। ତେଣୁ ସ୍ଥାନ ଏବଂ ପରିସ୍ଥିତିକୁ ଦେଖି ତୃତୀୟ ଭାଷା ବାଛିବା ଆବଶ୍ୟକ।
– ରଞ୍ଜନ ଦାସ, ପୂର୍ବତନ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ନିଦ୍ଦେଶକ
୩ ଭାଷାର ବ୍ୟବହାର ଜରୁରୀ
ସାଧାରଣତଃ ଆମେ ୩ଟି ଭାଷା ବ୍ୟବହାର କରୁଛୁ। ପ୍ରଥମତଃ ମାତୃଭାଷା, ଦ୍ୱିତୀୟରେ ରାଜଭାଷା ହିନ୍ଦୀ ଏବଂ ତୃତୀୟରେ ଅନ୍ତର୍ଜାତୀୟ ଭାଷା, ଯାହାକି ଇଂଲିଶ। ଏହି ତିନୋଟି ଭାଷାର ଆବଶ୍ୟକତା ରହିଛି। ହିନ୍ଦୀକୁ ଖୁବ୍‌ ସହଜରେ ବୁଝି ହେଉଥିବାରୁ ଏବଂ କହି ହେଉଥିବାରୁ ଲୋକମାନେ ସହଜରେ ଏହାକୁ ଗ୍ରହଣ କରିଥାନ୍ତି। ତେଣୁ ଅଣହିନ୍ଦୀ ରାଜ୍ୟରେ ସାଧାରଣତଃ ହିନ୍ଦୀକୁ ତୃତୀୟ ଭାଷା ଭାବେ ଛାତ୍ରୀଛାତ୍ରମାନେ ବାଛିଥାନ୍ତି। ତେବେ ଓଡ଼ିଆକୁ ଅନ୍ୟ କୌଣସି ରାଜ୍ୟରେ ତୃତୀୟ ଭାଷା ଭାବେ ଗ୍ରହଣ କରିଥିବାର ସେପରି ନଜିର ନାହିଁ। ଏଯାବତ୍‌ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ସେଭଳି ହୋଇପାରି ନାହିଁ। -ପ୍ରତିଭା ରାୟ, ସାହିତି୍ୟକା
‘ବାହାର ରାଜ୍ୟରେ ପିଲାମାନେ ଓଡ଼ିଆ ପଢ଼ିବାର ସୁଯୋଗ ପାଇବେ’
ଏହି ଶିକ୍ଷାନୀତି ଯଦି ବାସ୍ତବିକ କାର୍ଯ୍ୟ ହୁଏ, ତେବେ ଓଡ଼ିଆ ପିଲାମାନେ ବାହାର ରାଜ୍ୟରେ ତୃତୀୟ ଭାଷା ଭାବେ ଓଡ଼ିଆ ପଢ଼ିବାର ସୁଯୋଗ ପାଇବେ। ଓଡ଼ିଶା ଭଳି ଅଣହିନ୍ଦୀ ରାଜ୍ୟର ପିଲାମାନେ ବାସ୍ତବିକ ତୃତୀୟ ଭାଷାରେ ହିନ୍ଦୀ ଭାଷା ବାଛିବେ। ଏକାଧିକ ଭାଷାରେ ପାଠପଢ଼ିବା ଏକ ଭଲ କଥା। ଯେତେ ଅଧିକ ଭାଷାକୁ ପିଲାମାନେ ଚୟନ କରିବେ ସେହି ଅନୁସାରେ ଆହ୍ବାନ ମଧ୍ୟ ସୃଷ୍ଟି ହେବ ଏହାର ସମାଧାନର ବାଟ ମଧ୍ୟ ଫିଟିବ। କରୋନା କାଳରେ ଅନ୍‌ଲାଇନ୍‌ ପାଠପଢ଼ା ଯେମିତି ସମ୍ଭବ ହେଉଥିଲା ଆବଶ୍ୟକସ୍ଥଳେ ସେପରି ପାଠପଢ଼ା ହେବ। – ସୁସ୍ମିତା ଦାଶ, କଣ୍ଠଶିଳ୍ପୀ
ଭାଷାକୁ ବାଛିବା ସମ୍ପୃକ୍ତ ଛାତ୍ରୀଛାତ୍ରଙ୍କ ନିଷ୍ପତ୍ତି ହେବା ଦରକାର
ଏନ୍‌ଇପିରେ ତୃତୀୟ ଭାଷାକୁ ନେଇ ଯେଉଁ ବ୍ୟବସ୍ଥା ଲାଗୁ ହୋଇଛି, ତାହାକୁ କାର୍ଯ୍ୟକାରୀ କରିବା କଷ୍ଟକର ହେବ। ଏହି ନିୟମଦ୍ୱାରା ମୂଳତଃ ରାଜ୍ୟ ବାହାରେ ରହି ପଢୁଥିବା ଛାତ୍ରୀଛାତ୍ରମାନେ ସେମାନଙ୍କ ମାତୃଭାଷାକୁ ତୃତୀୟ ଭାଷା ଭାବେ ପଢ଼ିବାର ସୁଯୋଗ ପାଇବେ। ଭାରତ ଏକ ବହୁଭାଷୀ ରାଷ୍ଟ୍ର। ତେଣୁ ତୃତୀୟ ଭାଷାଭାବେ ଅନ୍ୟ ରାଜ୍ୟର ଭାଷାକୁ ଶିଖିବା ଦେଶର ଏକୀକରଣରେ ଖୁବ୍‌ ସହାୟକ ହେବ। ତେବେ ତୃତୀୟ ଭାଷା ଭାବେ କୌଣସି ଭାଷାକୁ ବାଛିବା ସମ୍ପୃକ୍ତ ଛାତ୍ରୀଛାତ୍ରଙ୍କ ନିଷ୍ପତ୍ତି ହେବା ଦରକାର। -ଲକ୍ଷ୍ମୀକାନ୍ତ ପାଲିତ, କଣ୍ଠଶିଳ୍ପୀ
ଆଞ୍ଚଳିକ ଭାଷା ତୁଳନାରେ ହିନ୍ଦୀ ଭାଷା ବ୍ୟବହାର ବଢ଼ିବ
ଜାତୀୟ ଶିକ୍ଷାନୀତିରେ ତୃତୀୟ ଭାଷାକୁ ନେଇ ଲାଗୁହେବାକୁ ଥିବା ନିୟମ କାର୍ଯ୍ୟକାରୀ କରିବା ସହଜ ନୁହେଁ। ହିନ୍ଦୀ ଭାଷାଭାଷୀ ରାଜ୍ୟରେ ଓଡ଼ିଶାର ପିଲାମାନେ ପଢ଼ୁଛନ୍ତି ସେମାନେ ତୃତୀୟ ଭାଷା ଭାବେ ଓଡ଼ିଆ ଭାଷା ନେବାକୁ ଚାହିଁଲେ ତାହା କେତେଦୂର କାର୍ଯ୍ୟକାରୀ ହେବ ତାହା ଏକ ପ୍ରଶ୍ନବାଚୀ। ବାଧ୍ୟ ହୋଇ ଓଡ଼ିଆ ପିଲାମାନେ ହିନ୍ଦୀ ନେବେ। ଯଦି ବି ଏହି ନିୟମ ସବୁ ରାଜ୍ୟରେ କାର୍ଯ୍ୟକାରୀ ହୁଏ ତେବେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା କଷ୍ଟକର ହୋଇପଡ଼ିବ। ଅଣହିନ୍ଦୀ ରାଜ୍ୟଗୁଡ଼ିକରେ ଯଦି ପିଲାମାନେ ଅନ୍ୟ ଭାଷା ଚୟନ କରନ୍ତି ଏବଂ ସେଠାରେ ସେହି ଭାଷାର ଶିକ୍ଷକ ନ ରୁହନ୍ତି ତେବେ ଉକ୍ତ ରାଜ୍ୟଗୁଡ଼ିକରେ ମଧ୍ୟ ହିନ୍ଦୀ ଭାଷା ହିଁ ବାଛିବାକୁ ପଡ଼ିବ। ତେଣୁ ମୋଟାମୋଟି ଭାବେ ଦେଖିବାକୁ ଗଲେ ଓଡ଼ିଆ ଭଳି ଅନ୍ୟ ଆଞ୍ଚଳିକ ଭାଷା ତୁଳନାରେ ହିନ୍ଦୀ ଭାଷା ସବୁ ରାଜ୍ୟରେ ବ୍ୟବହାର ହେବ।
-ଅଭିଜିତ୍‌ ମିଶ୍ର, କଣ୍ଠଶିଳ୍ପୀ

Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

VIDEO:ଷ୍ଟ୍ରେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଚମଡା ଡିଲ ବେଳେ ମାଡ଼ିବସିଲା ବନବିଭାଗ: ୨ ଅଟକ …

ବାରିପଦା, ୨୨।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳରେ କଳାବାଘ (ମିଲେନିଷ୍ଟିକ) ଛାଲ ଡିଲ ବେଳେ ବନବଭାଗ ଚଢାଉ କରିଛି । ଘଟଣାରେ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri